କୋଲକତା: ବ୍ୟବସ୍ଥାରେ ପର୍ଯ୍ୟପ୍ତ ନଗଦ ଉପଲବ୍ଧ ରହିଛି । ଏଥିସହ ସୁଧ ହାରରେ ମଧ୍ୟ ହ୍ରାସ ହୋଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର ଏ ନେଇ କହିଛନ୍ତି ।
ଭାରତ ଚାମ୍ବର୍ସ ଅଫ କମର୍ସ ଦ୍ବାରା ଆୟୋଜିତ ଏକ ୱେବିନାରରେ କୁମାର କହିଛନ୍ତି କି, କୋରୋନା ମହାମାରୀରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ପୁଣି ଟ୍ରାକକୁ ଆଣିବା ପାଇଁ ଆରବିଆଇ ଓ ସରକାର ଉଭୟ ପ୍ରଚେଷ୍ଟା ଜୋରସୋରରେ କରୁଛନ୍ତି । ଏଥିପାଇଁ ବିଭିନ୍ନ ଉପାୟ କରାଯାଉଛି ।
ତେବେ ଆରବିଆଇ ଶୀଘ୍ର ପରିସ୍ଥିତି ଅନୁକୂଳ ପଦକ୍ଷେପ ଗ୍ରହଣ କରୁଛି । ଆଉ ସୁନିଶ୍ଚିତ କରାଯାଇଛି କି ସିଷ୍ଟମରେ ପର୍ଯ୍ୟାପ୍ତ ଲିକ୍ୟୁଡିଟି ରହିଛି । ସେପଟେ ଆରବିଆଇ ରେପୋରଟ ଦର ହ୍ରାସ କରିବା ଦ୍ବାରା ବ୍ୟାଙ୍କର ସୁଧ ଦର ମଧ୍ୟ ବହୁତ କମିଛି ବୋଲି କହିଛନ୍ତି କୁମାର ।
ବର୍ତ୍ତମାନ ସମୟରେ ସଙ୍କଟରୁ ମୁକୁଳିବା ପାଇଁ ସରକାର ପ୍ରତ୍ଯକ୍ଷ ବ୍ୟାଙ୍କ ହସ୍ତାନ୍ତରଣ, ଏମଏସଏମଇକୁ ସହଯୋଗ ପାଇଁ ଜୋର ଦେଉଛନ୍ତି । ଏଥିସହ ଏକ ଅନୁକୂଳ ନିବେଶ ପରିବେଶ ସୃଷ୍ଟି ପାଇଁ କୃଷି, ରକ୍ଷା , ଖଣିଜ କ୍ଷେତ୍ରରେ ସୁଧାର ନେଇ ଘୋଷଣା କରିଛନ୍ତି ।
ଏ ନେଇ କୁମାର ଦର୍ଶାଇଛି କି, ‘‘ ମୁଁ ଭାବୁଛି କି ସ୍ଥିତି ସ୍ବାଭାବିତ ହେଉଛି । ଆଉ ଅନେକ ବ୍ୟବସାୟ 70ରୁ 80 ପ୍ରତିଶତ କ୍ଷତା ସହ ସ୍ବାଭାବିକ ପରିଚାଳନା ସହ ଟ୍ରାକକୁ ଫେରୁଛି । ସେଥିରୁ କିଛି ରପ୍ତାନୀ ମଧ୍ୟ ଆରମ୍ଭ ହୋଇଯାଇଛି ।