ETV Bharat / business

ଲିଙ୍କଡଇନରୁ 50 କୋଟି ୟୁଜରଙ୍କ ଡାଟା ଲିକ୍‌

ଫେସବୁକ ପରେ ଏବେ 50 କୋଟି ଲିଙ୍କଡଇନ ୟୁଜରଙ୍କ ଡାଟା ହୋଇଛି ଲିକ । ଅଧିକ ପଢନ୍ତୁ..

Personal data of 500 million LinkedIn users leaked online

author img

By

Published : Apr 10, 2021, 6:30 PM IST

ନୂଆଦିଲ୍ଲୀ: ପ୍ରାୟ 50 କୋଟି ଲିଙ୍କଡଇନ ୟୁଜରଙ୍କ ପ୍ରୋଫାଇଲରୁ ଚୋରି ହୋଇଛି ତଥ୍ୟ । ଏହି ତଥ୍ୟକୁ ହ୍ୟାକର ଲୋକପ୍ରିୟ ୱେବସାଇଟରେ ବିକ୍ରୟ ପାଇଁ ପୋଷ୍ଟ କରାଯାଇଥିବା ସୂଚନା ମିଳିଛି । ଏହା ପୂର୍ବରୁ 53 କୋଟିରୁ ଊର୍ଦ୍ଧ୍ବ ଫେସବୁକ ୟୁଜରଙ୍କ ଡାଟା ଲିଙ୍କ ହୋଇଥିବା ଖବର ସାମ୍ନାକୁ ଆସିଥିଲା ।

ଲିଙ୍କଡଇନ ହେଉଛି ଏକ ମାଇକ୍ରୋସଫ୍ଟ କମ୍ପାନୀ । ଆଉ ଲିଙ୍କଡଇନରୁ ବାରମ୍ବାର ତଥ୍ୟ ଚୋରି ହେଉଥିବା ଘଟଣା ଏବେ ସାମ୍ନାକୁ ଆସୁଛି । ରିପୋର୍ଟ ଅନୁସାରେ ଲିକ ହୋଇଥିବା ଡାଟାରେ ୟୁଜର ନାଁ, ଆକାଉଣ୍ଟ ଆଇଡି, ଇମେଲ ଆଡ୍ରେସ, ଫୋନ ନମ୍ବର, ଜେଣ୍ଡର, ଲିଙ୍କଡଇନ ପ୍ରୋଫାଇଲର ଲିଙ୍କ, ଅନ୍ୟ ସୋସିଆଲ ମିଡିଆ ପ୍ରୋଫାଇଲ ଲିଙ୍କ, ପ୍ରୋଫାଇଲ ଟାଇଟେଲ ଏବଂ କାର୍ଯ୍ୟ ସମ୍ବନ୍ଧୀୟ ଅନ୍ୟ ତଥ୍ୟ ଚୋରି ହୋଇଛି ।

ସ୍କ୍ରାପ ଡାଟାକୁ ହ୍ୟାକର ଲୋକପ୍ରିୟ ହ୍ୟାକର ଫୋରମରେ ବିକ୍ରି ପାଇଁ ରଖିଛି । ହ୍ୟାକର୍ସ ଲିକ ହୋଇଥିବା 20 ଲକ୍ଷ ରେକର୍ଡକୁ ନମୁନା ଭାବେ ଉପସ୍ଥାପନ କରିଛି । ରିପୋର୍ଟରେ ଲିକ ହୋଇଥିବା 4 ଫାଇଲରେ ୟୁଜରଙ୍କ ପୁରା ନାଁ , ଇମେଲ ଡାଟା, ଫୋନ ନମ୍ବର, କାର୍ଯ୍ୟସ୍ଥଳ ସମେତ ଅନ୍ୟ ସୂଚନା ସ୍କ୍ରାପ ହୋଇଛି ।

ସେହିଭଳି ନିକଟରେ ଫେସବୁକ ୟୁଜରଙ୍କ ଡାଟା ଅନଲାଇନ ଲିକ କରିଥିଲା ହ୍ୟାକର । ଏଥିରେ ରହିଥିଲା 53 କୋଟିରୁ ଊର୍ଦ୍ଧ୍ବ ଲୋକଙ୍କ ଫୋନ ନମ୍ବର ଓ ବ୍ୟକ୍ତିଗତ ତଥ୍ୟ । ଏଥିରେ 61 ଲକ୍ଷ ଭାରତୀୟ ୟୁଜରଙ୍କ ବି ଡାଟା ରହିଥିବା କୁହାଯାଉଛି । ଏପରିକି ଫେସବୁକ ମୁଖ୍ୟ ମାର୍କ ଜୁକରବର୍ଗଙ୍କ ଫୋନ ନମ୍ବର ବି ସାର୍ବଜନିକ କରାଯାଇଥିଲା । ତେବେ ଏହି ତଥ୍ୟ 2019 ପୂର୍ବର ବୋଲି ସଫେଇ ଦେଇଥିଲା ଫେସବୁକ ।

ପ୍ରକାଶ ଯେ, ସମଗ୍ର ବିଶ୍ବରେ ଲିଙ୍କଡଇନ ପ୍ଲାର୍ଟଫର୍ମରେ 74 କୋଟି ୟୁଜର ଅଛନ୍ତି । ସେଥିରୁ ଭାରତରେ 7.54 କୋଟି ଲୋକ ଲିଙ୍କଡଇନର ୟୁଜର । ଲିଙ୍କଡଇନରେ 5.5 କୋଟି କମ୍ପାନୀ ରହିଛି । ୟୁରୋପରେ 17.6 କୋଟି ୟୁଜର ଆମେରିକାରେ 16.3 କୋଟି ୟୁଜର ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.