ETV Bharat / business

ଭେରିଜନ ଓ ଆମଜନର କୌଣସି ନିବେଶ ପ୍ରସ୍ତାବ ଆସିନି: ଭୋଡାଆଇଡିଆ

author img

By

Published : Sep 4, 2020, 4:16 PM IST

ଭେରିଜନ ଓ ଆମଜନର ନିବେଶ ଖବର ନେଇ ସ୍ପଷ୍ଟିକରଣ ରଖିଛି ଭୋଡାଫୋନ ଆଇଡିଆ । ଏହି ନିବେଶ ନେଇ ବୋର୍ଡ ଆଗରେ କୌଣସି ପ୍ରସ୍ତାବ ନଥିବା କହିଛି କମ୍ପାନୀ । ଅଧିକ ପଢନ୍ତୁ..

ଭେରିଜନ ଓ ଆମଜନର  କୌଣସି ନିବେଶ ପ୍ରସ୍ତାବ ଆସିନି : ଭୋଡାଆଇଡିଆ

ନୂଆଦିଲ୍ଲୀ: ଭୋଡାଫୋନ ଓ ଆଇଡିଆରେ ଭେରିଜନ ଓ ଆମଜନର ନିବେଶ ଖବରକୁ ଖାରଜ କରିଛି କମ୍ପାନୀ । କମ୍ପାନୀ କହିଛି ଯେ ଏ ନେଇ ନିର୍ଦ୍ଦେଶକ ବୋର୍ଡ ସମ୍ମୁଖରେ ସେପରି କୌଣସି ପ୍ରସ୍ତାବ ନାହିଁ।

ଆମାଜନ ଓ ଭେରିଜନ ପକ୍ଷରୁ ଭୋଡାଫୋନ ଓ ଆଇଡିଆ ଲିମିଟେଡରେ 4 ଅରବ ଡଲାରରୁ ଅଧିକ ନିବେଶ ନେଇ କିଛି ମିଡିଆ ରିପୋର୍ଟରେ ସମ୍ଭାବନା ଦର୍ଶାଯାଇଥିଲା । ଏ ନେଇ ସେୟାର ବଜାରକୁ ଦେଇଥିବା ସୂଚନାରେ କମ୍ପାନୀ କହିଛି କି, ମାର୍କେଟ ରେଗୁଲେଟର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ (SEBI)ର ସୂଚନା ସାର୍ବଜନୀନ କରିବା ନିୟମ ଦ୍ୱାରା ସେ ବନ୍ଧା । ଏଣୁ ବୋର୍ଡ ଅଫ୍ ଡାଇରେକ୍ଟର୍ସ ସମ୍ମୁଖରେ ବିଚାର କରିବାକୁ ଯେତେ ପ୍ରସ୍ତାବ ରହିଥାଏ , ତାହାକୁ ସାର୍ବଜନୀନ କରାଯାଇଥାଏ।

କମ୍ପାନୀ କହିଛି, ‘‘ଏକ କର୍ପୋରେଟ ରଣନୀତି ଭାବରେ, କମ୍ପାନୀ ନିୟମିତ ରୂପେ ବିଭିନ୍ନ ସୁଯୋଗର ମୂଲ୍ୟାଙ୍କନ କରିଥାଏ। ଯେପରି ଅଂଶୀଦାରମାନଙ୍କୁ ମୂଲ୍ୟ ଯୋଗା ଯାଇପାରିବ । ତେବେ ଗଣାମାଧ୍ୟରେ ଯେଉଁ ଭଳି ଖବର ଅଛି , ସେହିଭଳି କୌଣସି ପ୍ରସ୍ତାବ ବୋର୍ଡ ଆଗରେ ବିଚାରଧୀନ ନାହିଁ ।

ନିବେଶ ମାମଲାରେ ବିଏସଇର ସ୍ପଷ୍ଟୀକରଣ ଦାବି ପରେ କମ୍ପାନୀ ଏ ନେଇ ବିବୃତ୍ତି ରଖିଛି ।

ପ୍ରକାଶ ଯେ, ଭୋଡାଫୋନ ଓ ଆଇଡିଆ ଲିମିଟେଡକୁ ଏଜିଆର ବକେୟା ପରିଶୋଧ ପାଇଁ 10 ବର୍ଷ ସମୟ ମିଳିଛି । ଏହାର 10 ପ୍ରତିଶତ ଚଳିତ ଆର୍ଥିକ ବର୍ଷ ଓ ବାକି 10 କିନ୍ତି 10 ବର୍ଷରେ ପୂରଣ କରିବାକୁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.