ETV Bharat / business

ଭାରତର ଟପ୍-୧୦ ଧନୀ ତାଲିକା ପ୍ରକାଶ, ଶୀର୍ଷରେ ମୁକେଶ ଅମ୍ବାନୀ

ପ୍ରକାଶ ପାଇଛି IIFL Wealth Hurun India Rich List 2021 । ତାଲିକାର ଶୀର୍ଷରେ ମୁକେଶ ଅମ୍ବାନୀ । ଅଧିକ ପଢନ୍ତୁ...

author img

By

Published : Oct 1, 2021, 8:48 AM IST

ଭାରତର ଟପ୍-୧୦ ଧନୀ ତାଲିକା ପ୍ରକାଶ, ଶୀର୍ଷରେ ମୁକେଶ ଅମ୍ବାନୀ
ଭାରତର ଟପ୍-୧୦ ଧନୀ ତାଲିକା ପ୍ରକାଶ, ଶୀର୍ଷରେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଭାରତର ୧୦ ଧନୀ ବ୍ୟକ୍ତିଙ୍କ ତାଲିକା । ଗୁରୁବାର(IIFL Wealth Hurun India Rich List) ପ୍ରକାଶ ପାଇଛି । ଦେଶର ଧନୀ ବ୍ୟକ୍ତି ଲିଷ୍ଟରେ ଲଗାତାର ୧୦ ବର୍ଷ ଧରି ଶୀର୍ଷରେ ରହିଆସିଛନ୍ତି ରିଲିଆନ୍ସ ଇଣ୍ଡଷ୍ଟ୍ରି ଚେୟାରମ୍ୟାନ ମୁକେଶ ଅମ୍ବାନୀ । ସେହିପରି ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀ ତାଲିକାରେ ଦେଶର ଦ୍ବିତୀୟ ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି । ତେବେ ଏଥର ଚାରୋଟି ଚେହେରା ପ୍ରଥମ ଥର ପାଇଁ ଟପ୍ ୧୦ରେ ପହଞ୍ଚିଛନ୍ତି । ଲିଷ୍ଟରେ ଆର୍ସେଲର ମିତ୍ତଲର ଅଧ୍ୟକ୍ଷ ଲକ୍ଷ୍ମୀ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପର କୁମାର ମଙ୍ଗଳମ ବିଡଲା, ଗୌତମ ଅଦାନୀଙ୍କ ଭାଇ ବିନୋଦ ଶାନ୍ତିଲାଲ ଅଦାନୀ ଏବଂ Zscaler ପ୍ରତିଷ୍ଠାତା ଜୟ ଚୌଧୁରୀ ବି ସାମିଲ ଅଛନ୍ତି ।

ଦେଶର ସବୁଠୁ ବଡ କମ୍ପାନୀ ରିଲିଆନ୍ସ ଇଣ୍ଡଷ୍ଟ୍ରି ଚେୟାରମ୍ୟାନ ମୁକେଶ ଅମ୍ବାନୀ ତାଲିକାର ନଂ ୧ ସ୍ଥାନରେ ରହିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ତାଙ୍କ ପାଖରେ ବର୍ତ୍ତମାନ ୭,୧୮,୦୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ପୂର୍ବ ବର୍ଷ ଅପେକ୍ଷା ଏଥର ତାଙ୍କ ସମ୍ପତ୍ତି ୧୦ ପ୍ରତିଶତ ବୃଦ୍ଧି ପାଇଛି । ରିଲିଆନ୍ସର ରିଟେଲ ଏବଂ ଟେଲିକମ କ୍ଷେତ୍ରରେ ଦମଦାର କାରବାର ତାଙ୍କ ସମ୍ପତ୍ତି ବଢାଇଛି । ମୁକେଶ ଅମ୍ବାନୀ କେବଳ ଭାରତର ନୁହେଁ ଏସିଆର ମଧ୍ୟ ସବୁଠୁ ବଡ ବିତ୍ତଶାଳୀ ଭାବେ ପରିଗଣିତ ହୋଇଛନ୍ତି ।

ଲିଷ୍ଟର ଦ୍ବିତୀୟ ସ୍ଥାନରେ ଥିବା ଅଦାନୀ ଗ୍ରୁପ (Adani Group) ଚେୟାରମ୍ୟାନ ଗୌତମ ଅଦାନୀ ଗତ ଗୋଟିଏ ବର୍ଷରେ ଦୈନିକ ହଜାରେ କୋଟି କମାଇଛନ୍ତି । ଯେଉଁ କାରଣରୁ ଗତ ବର୍ଷ ତାଙ୍କ ସମ୍ପତ୍ତି ୧,୪୦,୦୦୦ କୋଟି ଟଙ୍କା ଥିବାବେଳେ ଚଳିତ ବର୍ଷ ବୃଦ୍ଧି ପାଇ ୫, ୦୫, ୯୦୦ କୋଟିରେ ପହଞ୍ଚିଛି । ସମ୍ପତ୍ତିରେ ଏପରି ବେହିସାବ ବୃଦ୍ଧି ପରେ ଗୌତମ ଅଦାନୀ ଦେଶର ଦ୍ବିତୀୟ ସବୁଠୁ ବଡ ବିତ୍ତଶାଳୀ ବ୍ୟକ୍ତି ହୋଇପାରିଛନ୍ତି । ଗତ ବର୍ଷ ଅପେକ୍ଷା ତାଙ୍କର networth 261 ପ୍ରତିଶତ ବଢିଛି ।

IIFL Wealth Hurun India Rich List 2021 ମୁତାବକ ହିନ୍ଦୁଜା ଗ୍ରୁପ ଏସପି ହିନ୍ଦୁଜା ଆଣ୍ଡ ଫ୍ୟାମିଲ ପାଖରେ 2,20,000 କୋଟି ଟଙ୍କାର ସମ୍ପତ୍ତି ରହିଛି । ଗତ ବର୍ଷ ତୁଳନାରେ ତାଙ୍କ ସମ୍ପତ୍ତି ଆୟ ୫୩ ପ୍ରତିଶତ ବଢିଛି । ହେଲେ ପୂର୍ବାପେକ୍ଷା ହିନ୍ଦୁଜା ର୍ୟାଙ୍କି ୨ ସ୍ଥାନ ହ୍ରାସ ପାଇଛି । ତଥାପି ବର୍ଷକ ମଧ୍ୟରେ ସେ ଦୈନିକ ୨୦୯ କୋଟି ଟଙ୍କା କମାଇଛନ୍ତି ।

IIFL ଲିଷ୍ଟରେ ଆର୍ସେଲର ମିତ୍ତିଲ ପଞ୍ଚମ ସ୍ଥାନରେ ରହିଛି । ଲକ୍ଷ୍ମୀ ମିତ୍ତଲ ଏବଂ ତାଙ୍କ ପରିବାରର ସମ୍ପତ୍ତିରେ ଗତ ଗୋଟିଏ ବର୍ଷରେ ୧୮୭ ପ୍ରତିଶତ ବୃଦ୍ଧି ଆସିଥିବା ସୂଚନା ରହିଛି । ଆର୍ସେଲର ମିତ୍ତଲ ମାଲିକ ଲକ୍ଷ୍ମୀ ମିତ୍ତଲଙ୍କ ସମ୍ପତ୍ତି ଏବେ ୧,୭୪,୪୦୦ କୋଟିରେ ପହଞ୍ଚିଛି । ବର୍ଷକ ମଧ୍ୟରେ ସେ ଦୈନିକ ୩୧୨ କୋଟି ଟଙ୍କା କମାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.