ETV Bharat / business

ଜୁନରେ ମାରୁତିର ବିକ୍ରି 54 ପ୍ରତିଶତ ଖସିଲା

author img

By

Published : Jul 1, 2020, 4:40 PM IST

ଜୁନ ମାସରେ ମାରୁତି ସୁଜୁକି ଇଣ୍ଡିଆର ବିକ୍ରି ହ୍ରାସ ପାଇ 57,428 ୟୁନିଟ ରହିଛି । ତେବେ ଲକଡାଉନ ଓ କୋଭିଡ ସଙ୍କଟ ଏବଂ ସୁରକ୍ଷା ପ୍ରତିବନ୍ଧକ ମଧ୍ୟରେ ଏହା କମିଥିବା କମ୍ପାନୀ ଦର୍ଶାଇଛି । ଅଧିକ ପଢନ୍ତୁ..

Maruti Suzuki
Maruti Suzuki

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆର ବିକ୍ରି ଜୁନ ମାସରେ ହ୍ରାସ ପାଇଛି । ଜୁନରେ କମ୍ପାନୀର ମୋଟ ବିକ୍ରି 54 ପ୍ରତିଶତ କମି 57,428 ୟୁନିଟ ରହିଛି । ବୁଧବାର ମାରୁତି ସୁଜୁକି ଇଣ୍ଡିଆ ପକ୍ଷରୁ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି ।

କମ୍ପାନୀ ଏକ ବିବୃତ୍ତିରେ କହିଛି କି, ଗତ ବର୍ଷ ଜୁନ ମାସରେ 1,24,708 ୟୁନିଟ ବିକ୍ରି ହୋଇଥିଲା । ସେହିପରି ଗତ ମାସରେ ଘରୋଇ ବିକ୍ରି 53.7 ପ୍ରତିଶତ ହ୍ରାସ ପାଇ 53,139 ୟୁନିଟ ଥିଲା । ଏହି ପରିମାଣ 2019 ଜୁନ ମାସରେ 1,14,861 ୟୁନିଟ ଥିଲା ।

କମ୍ପାନୀର କହିବା ଅନୁଯାୟୀ ଜୁନ ମାସରେ 4,289 ୟୁନିଟର ରପ୍ତାନୀ କରାଯାଇଛି । ଯାହା ଗତ ବର୍ଷ ସମାନ ମାସ ତୁଳନାରେ 56 .4 ପ୍ରତିଶତ କମ ଥିଲା । ଏଥିମଧ୍ୟରେ ଅଲ୍ଟୋ ଓ ୱାଗେନାର ଭଳି ଛୋଟ କାର ବିକ୍ରି 10,458 ୟୁନିଟ ରହିଛି । ଯାହାକି 44.2 ପ୍ରତିଶତ ହ୍ରାସକୁ ଦର୍ଶାଉଛି । ଏଭଳି ଭାବେ ସ୍ବିଫ୍ଟ, ସେଲେରିୟୋ, ଇଗ୍ନିସ , ବଲେନା ଓ ଡିଜାୟର ଭଳି ମଡେଲ କାର ବିକ୍ରି 57 .6 ପ୍ରତିଶତ ହ୍ରାସ ପାଇ 26,696 ୟୁନିଟ ରହିଛି ।

ତେବେ କମ୍ପାନୀ କହିଛି କି, 2020 ଜୁନ ମାସରେ ହୋଇଥିବା ବିକ୍ରି ରିପୋର୍ଟକୁ ଲକଡାଉନ ଓ କୋଭିଡ ସଙ୍କଟ ଏବଂ ସୁରକ୍ଷା ପ୍ରତିବନ୍ଧକ ଦୃଷ୍ଟିରୁ ଦେଖିବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.