ETV Bharat / business

ଲକଡାଉନ 3.0, ଉତ୍ପାଦନ ଆରମ୍ଭ କଲା ମାରୁତି ସୁଜୁକି

author img

By

Published : May 12, 2020, 5:23 PM IST

ପୁଣି ଉତ୍ପାଦନ ଆରମ୍ଭ କଲା ମାରୁତି ସୁଜୁକି । ଗାଡି ବିକ୍ରି ସ୍ବାଭାବିକ ଆଶାରେ କମ୍ପାନୀ ହରିୟାଣାର ମାନେସର ଠାରେ ଥିବା ନିଜ କାରଖାନାରେ 75 ପ୍ରତିଶତ କର୍ମଚାରୀଙ୍କୁ ନେଇ ଉତ୍ପାଦନ ଆରମ୍ଭ କରିଛି । ଅଧିକ ପଢନ୍ତୁ...

maruti resumes operations at manesar plant on single shift basis
ଲକଡାଉନ 3.0, ଉତ୍ପାଦନ ଆରମ୍ଭ କଲା ମାରୁତି ସୁଜୁକି

ନୂଆଦିଲ୍ଲୀ: ହରିୟାଣା ମାନେସର ଠାରେ ଥିବା କାରଖାନାରେ ଉତ୍ପାଦନ ଆରମ୍ଭ କଲା ଦେଶର ସର୍ବବୃହତ୍ତ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ । ମଙ୍ଗଳବର ଏ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

କୋରୋନା ଭାଇରସ ରୋକିବାକୁ ଦେଶବ୍ୟାପି ଜାଲି ଲକଡାଉନ ପୂର୍ବରୁ(ମାର୍ଚ୍ଚ 22) କମ୍ପାନୀ କାରଖାନାରେ ଉତ୍ପାଦନ ବନ୍ଦ ରଖିଥିଲା । କମ୍ପାନୀର ଅଧ୍ୟକ୍ଷ ଆରସି ଭାର୍ଗବ କହିଛନ୍ତି ଯେ,‘‘ମାନେସର ପ୍ଲାଣ୍ଟରେ ଉତ୍ପାଦନ ଆରମ୍ଭ ହୋଇଯାଇଛି । ଆଜି (ମଙ୍ଗଳବାର) ପ୍ରଥମ କାର ତିଆରି ହୋଇଯିବ ।

ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ 75 ପ୍ରତିଶତ କର୍ମଚାରୀଙ୍କ ସହ ଗୋଟିଏ ସିଫ୍ଟ ଆଧାରରେ କାମ କରାଯାଉଛି । ତେବେ କାମ କେବେ ସମ୍ପୁର୍ଣ୍ଣ ରୂପେ ସ୍ବାଭାବିତ ହେବ, ଏହି ପ୍ରଶ୍ନର ଉତ୍ତରେ ଭାର୍ଗବ କହିଛନ୍ତି ଯେ, ଏହା ସରକାରଙ୍କ ନିୟମ ଉପରେ ନିର୍ଭର କରିବ । ଯେପରିକି 2 ସିଫ୍ଟରେ କାମ ଆରମ୍ଭ ନେଇ କେତେବେଳେ ଅନୁମତି ଦିଆଯିବ, କର୍ମଚାରୀଙ୍କ ସଂଖ୍ୟା କେବେ ବଢାଯିବ ଏବଂ ଯୋଗାଣ ଶୃଙ୍ଖଳା କେବେ ସୁବ୍ୟବସ୍ଥିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.