ETV Bharat / business

ଅଧା ହେବ ମଲ୍‌ ରାଜସ୍ବ: କ୍ରିସିଲ

author img

By

Published : Aug 6, 2020, 4:35 PM IST

ଖୋଲିଲା ମଲ । ହେଲେ ନାହାନ୍ତି ଗ୍ରାହକ । ସେପେଟ ଲକଡାଉନ ପ୍ରହାରରେ କମିଛି ଆୟ । ଫଳରେ ଚଳିତ ଆର୍ଥିକ ବର୍ଷ ମଲଗୁଡିକର ରାଜସ୍ବ କମି ଅଧା ହୋଇଯିବ ବୋଲି ରେଟିଂ ଏଜେନ୍ସି କ୍ରିସିଲ ଅନୁମାନ କରିଛି । ଅଧିକ ପଢନ୍ତୁ..

ଅଧା ହେବ ମଲ୍‌ ରାଜସ୍ବ : କ୍ରିସିଲ
ଅଧା ହେବ ମଲ୍‌ ରାଜସ୍ବ : କ୍ରିସିଲ

ନୂଆଦିଲ୍ଲୀ: କୋରୋନା କାଳରେ ଗଭୀର ଭାବେ ଗୁରୁତର ହୋଇଛି ମଲଗୁଡିକ । ମାର୍ଚ୍ଚ 25 ରୁ ଲକଡାଉନ ଘୋଷଣା ହେବା ପରେ ଲମ୍ବା ସମୟ ଧରି ମଲ ସବୁ ବନ୍ଦ ରହିଲା । ଫଳରେ ଆୟ ସମ୍ପୁର୍ଣ୍ଣ ହ୍ରାସ ପାଇଛି । ଏଥିଯୋଗୁ ଚଳିତ ଆର୍ଥିକ ବର୍ଷ ମଲଗୁଡିକର ରାଜସ୍ବ କମି ଅଧା ହୋଇଯିବ ବୋଲି ରେଟିଂ ଏଜେନ୍ସି କ୍ରିସିଲ ଅନୁମାନ କରିଛି ।

ରେଟିଂ ଏଜେନ୍ସି ଦ୍ବାରା 10 ଟି ବଡ ପ୍ରମୁଖ ମଲ୍‌ କୁ ବିଶ୍ଲେଷଣ କରି କ୍ରିସିଲ କହିଛି କି, ଏହି ମଲଗୁଡିର ରେଟେଜ ଋଣ 4,200 କୋଟି ଟଙ୍କା ରହିଛି । ଯାହାକି ପୂରା ଭାରତରେ 75 କୋଟି ବର୍ଗଫୁଟକୁ କଭର କରିଥାଏ । ହେଲେ ମଲ୍ଟିପ୍ଲେକ୍ସ , ଫୁଡ କୋର୍ଟସ , ରେସ୍ତେରା ଓ ଗେମିଙ୍ଗ ଜୋନ ଆଦି ଏବେ ବି ବନ୍ଦ ରହିଥିବାରୁ ଆୟ ନାହିଁ । ଆଉ ମଲଗୁଡିକର ମୋଟ ରାଜସ୍ବରେ ଏହାର ଭାଗ 22 ପ୍ରତିଶତ ରହିଛି । ଏପଟେ ସାମଜିକ ଦୂରତା ନିୟମ । ଏସବୁ ମଧ୍ୟରେ ମଲଗୁଡିକର କ୍ଷତିର ଭରଣ ଓ ଆୟ ବୃଦ୍ଧି ପାଇଁ ସମୟ ଲାଗିପାରେ ବୋଲି ରେଟିଂ ଏଜେନ୍ସିର ବରିଷ୍ଠ ନିର୍ଦ୍ଦେଶ ସଚିନ ଗୁପ୍ତା କହିଛନ୍ତି ।

ଏଜେନ୍ସି କହିଛି କି ପୋଷାକ , କସମେଟିକ୍ସ , ଇଲେକ୍ଟ୍ରୋୱିକ, ଆଦି ମଲ ରାଜସ୍ବରେ 75 ପ୍ରତିଶତ ଯୋଗଦାନ ରଖିଥାଏ । ବର୍ତ୍ତମାନ ଏ ସବୁ ସେଗମେଣ୍ଟ ଖୋଲିଛି । କିନ୍ତୁ ଗତ ବର୍ଷ ତୁଳନାର ଚାହିଦା ମାତ୍ର 30 ରୁ 35 ପ୍ରତିଶତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.