ETV Bharat / business

ସପ୍ତାହରେ LIC କର୍ମଚାରୀଙ୍କୁ ମିଳିବ 2 ଦିନ ଛୁଟି - LIC five working days

ଏଣିକି ସପ୍ତାହକୁ 5 ଦିନ ରହିବ ଏଲଆଇସିର କାର୍ଯ୍ୟଦିବସ । କର୍ମଚାରୀଙ୍କୁ ରବିବାର ସହ ଶନିବାର ମଧ୍ୟ ମିଳିବ ଛୁଟି । ଅଧିକ ପଢନ୍ତୁ..

ସାପ୍ତାହକୁ 5 ଦିନ ଚାଲିବ LIC , କର୍ମଚାରୀଙ୍କୁ ମିଳିବ 2 ଦିନ ଛୁଟି

author img

By

Published : May 6, 2021, 5:06 PM IST

ନୂଆଦିଲ୍ଲୀ: ଏଲଆଇସିର କର୍ମଚାରୀଙ୍କୁ ଆଶ୍ବସ୍ତି । ମେ 10 ରୁ ସପ୍ତାହରେ 5 ଦିନ କାମ କରିବେ କର୍ମଚାରୀ । ସାର୍ବଜନୀକ କ୍ଷେତ୍ରର କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) କହିଛି କି ଆଗାମୀ 10 ରୁ ଏହାର ସବୁ କାର୍ଯ୍ୟାଳୟ ସପ୍ତାହରେ 5 ଦିନ କାମ କରିବ । ଏଣିକି ବୀମା କମ୍ପାନୀରେ ଶନିବାର ମଧ୍ୟ ଅବକାଶ ଦିନ ଘୋଷଣା କରାଯିବ ।

କମ୍ପାନୀ ଏକ ସାର୍ବଜନୀକ ନୋଟିସରେ କହିଛି କି 2021 ଏପ୍ରିଲ ବିଜ୍ଞପ୍ତି ଅନୁସାରେ , ଭାରତ ସରକାର ଭାରତୀୟ ଜୀବନ ବୀମା ନିଗମ ପାଇଁ ପ୍ରତ୍ୟେକ ଶନିବାରକୁ ସାର୍ବଜନୀକ ଅବକାଶ ଘୋଷିତ କରିଛି । ଏଭଳି ସ୍ଥିତିରେ ସମସ୍ତ ପଲିସିଧାରକ ଓ ଅନ୍ୟ ପକ୍ଷକାରଙ୍କୁ ସୂଚାଇ ଦିଆଯାଇଛି କି ମେ 10 ରୁ ଏଲଆଇସିର ସବୁ କାର୍ଯ୍ୟାଳୟ ସୋମବାର ଠାରୁ ଶୁକ୍ରବାର ଯାଏଁ କାମ କରିବ ।

ନୋଟିସରେ କୁହାଯାଇଛି , 2021 ମେ 10 ରୁ ଏଲଆଇସି କାର୍ଯ୍ୟାଳୟରେ କାମ କରିବା ସମୟ ସୋମବାର ଠାରୁ ଶୁକ୍ରବାର ଯାଏଁ 10 ଟାରୁ ଆରମ୍ଭ ହୋଇ ସାଢେ 5 ଯାଏଁ ଚାଲିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.