ETV Bharat / business

କେମିତି ଟାଟା ହାତକୁ ଗଲା ଏୟାର ଇଣ୍ଡିଆ, କାହିଁକି ଋଣରେ ବୁଡିଲା କମ୍ପାନୀ ? ଜାଣନ୍ତୁ... - air india debt

ଦୀର୍ଘ ୬୮ ବର୍ଷ ପରେ ପୁଣି ଟାଟା ପାଖକୁ ଫେରିଛି ଏୟାର ଇଣ୍ଡିଆ ବିମାନ । ୧୮ ହଜାର କୋଟିର ସବୁଠୁ ବଡ ବିଡ୍ ସହ ନୂଆ ମାଲିକ ସାଜିଛି Tata sons । ତେବେ କେମିତି ଟାଟା ହାତକୁ ଗଲା ଏୟାର ଇଣ୍ଡିଆ ଏବଂ କାହିଁକି ଏହି ଏୟାରଲାଇନ ବିକିଲେ ସରକାର ଜାଣନ୍ତୁ...

କେମିତି ଟାଟା ହାତକୁ ଗଲା ଏୟାର ଇଣ୍ଡିଆ, କାହିଁକି ଋଣରେ ବୁଡିଲା କମ୍ପାନୀ, ଜାଣନ୍ତୁ...

author img

By

Published : Oct 9, 2021, 3:28 PM IST

ନୂଆଦିଲ୍ଲୀ: ଏବେ ଟାଟା ହାତରେ ଏୟାର ଇଣ୍ଡିଆ । ଦୀର୍ଘ ୬୮ ବର୍ଷ ପରେ ପୁଣି ଟାଟା ପାଖକୁ ଫେରିଛି ଏୟାର ଇଣ୍ଡିଆ ବିମାନ । ୧୮ ହଜାର କୋଟିର ସବୁଠୁ ବଡ ବିଡ୍ ସହ ନୂଆ ମାଲିକ ସାଜିଛି Tata sons । ଏୟାର ଇଣ୍ଡିଆ ଅତ୍ୟଧିକ ଋଣଗ୍ରସ୍ତ ଥିବା କାରଣରୁ ସରକାର ଏହାକୁ ବିକ୍ରୟ କରିବାକୁ ଚାହୁଁଥିଲେ । ଶେଷରେ ଏହି ଉଦ୍ୟମ ସଫଳ ହୋଇଛି । ତେବେ ଦୀର୍ଘ ବର୍ଷ ଧରି ଲାଭରେ ଉଡାଣ ଭରିବା ସତ୍ତ୍ବେ ବି କାହିଁକି ଏୟାର ଇଣ୍ଡିଆର ଘରୋଇକରଣ ହେଲା ଏବଂ କେମିତି ଋଣରେ ବୁଡିଲା କମ୍ପାନୀ ? ଏହା ପଛରେ ଏକ ବଡ କାହାଣୀ ରହିଛି ।

କେମିତି ଟାଟା ହାତକୁ ଗଲା ଏୟାର ଇଣ୍ଡିଆ, କାହିଁକି ଋଣରେ ବୁଡିଲା କମ୍ପାନୀ, ଜାଣନ୍ତୁ...
କେମିତି ଟାଟା ହାତକୁ ଗଲା ଏୟାର ଇଣ୍ଡିଆ, କାହିଁକି ଋଣରେ ବୁଡିଲା କମ୍ପାନୀ, ଜାଣନ୍ତୁ...

ଏୟାର ଇଣ୍ଡିଆ ଉପରେ ଋଣ ବଢିବା ସହ ପ୍ରଥମେ ପ୍ରଥମେ ଏହାକୁ ଋଣମୁକ୍ତ କରିବାକୁ ପ୍ରୟାସ କରାଯାଇଥିଲା । ହେଲେ ଏହା ସଫଳ ହୋଇନଥିଲା । ବଦଳରେ ବର୍ଷକୁ ବର୍ଷ କ୍ଷତି ବଢିବାରେ ଲାଗିଲା । ଯେଉଁ ଯେଉଁ କମ୍ପାନୀ ଋଣରେ ବୁଡି ରହିଲା, ସରକାର ମଧ୍ୟ ଏହାଠାରୁ ଦୂରେଇ ରହିଲେ । ପ୍ରାରମ୍ଭିକ ସମୟରେ ଏୟାର ଇଣ୍ଡିଆର କିଛି ସେୟାର ବିକ୍ରି କରିବାର ଯୋଜନା ରହିଥିବା ସାମ୍ନାକୁ ଆସିଥିଲା । ହେଲେ ପରେ ସରକାର ସ୍ପଷ୍ଟ କରିଥିଲେ ଯେ ବିମାନ ଉଡାଣ କାର୍ଯ୍ୟ ସରକାରଙ୍କ ନୁହେଁ । ତେଣୁ ଏହାକୁ ସମ୍ପୂର୍ଣ୍ଣ ବିକ୍ରୟ କରାଯିବ । ଋଣଗ୍ରସ୍ତ ଏୟାର ଇଣ୍ଡିଆର ବିକ୍ରି ପାଇଁ ସରକାର ଅନେକ ଥର ବିଡ୍ ଡାକିଥିଲେ । ହେଲେ ଋଣଗ୍ରସ୍ତ ଏହି ବିମାନ କମ୍ପାନୀକୁ କିଣିବା ପାଇଁ କେହି କ୍ରେତା ମିଳୁନଥିଲେ । ଶେଷରେ ଟାଟା ଏହାକୁ କିଣିଛି ।

ସୂଚନା ମୁତାବକ, ୨୦୨୧ ଅଗଷ୍ଟ ୩୧ ଯାଏଁ ଏୟାର ଇଣ୍ଡିଆ ଉପରେ ମୋଟ ୬୧, ୫୬୨ କୋଟିର ଋଣ ରହିଥିଲା । ବର୍ତ୍ତମାନ ଟାଟା ଏହି କମ୍ପାନୀ ଉପରୁ ୧୫, ୩୦୦ କୋଟିର ବୋଝ ହାଲୁକା କରିଛି । ଟାଟା ଦ୍ବାରା ଋଣ କମ୍ ହେବା ପରେ ଏବେ ଏୟାରଇଣ୍ଡିଆ ଉପରେ ୪୬, ୨୬୧ କୋଟି ଟଙ୍କା ରହିଛି ।

କିପରି ଋଣଗ୍ରସ୍ତ ହେଲା ଏୟାରଇଣ୍ଡିଆ:

ଗୋଟିଏ ଦଶକ ପୂର୍ବରୁ ଏୟାର ଇଣ୍ଡିଆ ଏଭଳି ଆର୍ଥିକ ସଙ୍କଟ ଦେଇ ଗତି କରିବ ବୋଲି କେହି କଳ୍ପନା ମଧ୍ୟ କରିନଥିଲେ । ଏକ ଦଶକ ପୂର୍ବରୁ ଏହି ସରକାରୀ ଏୟାରଲାଇନ କମ୍ପାନୀ ଲାଭରେ ଚାଲୁନଥିଲା କିନ୍ତୁ ଏହା ଆଗକୁ ଲାଭ ହାସଲ କରିବ ବୋଲି ଆଶାପୋଷଣ କରାଯାଉଥିଲା । ୧୯୫୪ ମସିହାରେ ବିମାନ କମ୍ପାନୀର ରାଷ୍ଟ୍ରୀୟକରଣ ହୋଇଥିଲା । ସେହି ସମୟରେ ବିମାନ ସେବା ପାଇଁ କେନ୍ଦ୍ର ସରକାର ଦୁଇଟି କମ୍ପାନୀ ନିର୍ମାଣ କରିଥିଲେ । ଘରୋଇ ସେବା ପାଇଁ ଇଣ୍ଡିଆନ ଏୟାରଲାଇନ ଏବଂ ବିଦେଶ ପାଇଁ ଏୟାର ଇଣ୍ଡିଆ । ସେବେଠାରୁ ୨୦୦୦ ମସିହା ଯାଏଁ ସରକାରୀ ଏୟାରଲାଇନ ଖୁବ୍ ଲାଭରେ ଚାଲିଥିଲା ।

ଏହାପରେ ପ୍ରଥମ ଥର ୨୦୦୧ ମସିହାରେ କମ୍ପାନୀ ୫୭ କୋଟି ଟଙ୍କା କ୍ଷତି ସହିଥିଲା । ସେହି ସମୟରେ ବିମାନ ଚଳାଚଳ ମନ୍ତ୍ରଣାଳୟ ତତ୍କାଳନୀ ପରିଚାଳନା ନିର୍ଦ୍ଦେଶକ ମାଇକେଲ ମାସ୍କ୍ୟୁରେହାନସଙ୍କୁ ଏନେଇ ଦୋଷୀ ମାନିବା ସହ ପଦରୁ ହଟିଥିଲେ । ୨୦୦୭ରେ ଏୟାର ଇଣ୍ଡିଆକୁ ଇଣ୍ଡିଆନ ଏୟାରଲାଇନ ସହ ମିଶ୍ରଣ କରାଯାଇଥିଲା । ଦୁଇ କମ୍ପାନୀର ମିଶ୍ରଣ ସମୟରେ କ୍ଷତି ରାଶି ମୋଟ ୭୧୧କୋଟି ଟଙ୍କା ଥିଲା । ମିଶ୍ରଣ ପୂର୍ବରୁ ଇଣ୍ଡିଆନ ଏୟାରଲାଇନ ପ୍ରାୟ ୨୩୦ କୋଟି ଟଙ୍କାର କ୍ଷତି ସହିଥିବା କୁହାଯାଉଥିଲା । ଦୁଇ ଏୟାରଲାଇନକୁ ଏକାଠି କରିବା ପରେ ଏହା ଖୁବଶୀଘ୍ର ଲାଭ ହାସଲ କରିବ ବୋଲି ଆଶା କରାଯାଉଥିଲା । ଯେତେବେଳେ କି ଏୟାର ଇଣ୍ଡିଆ ୫୪୧ କୋଟିର କ୍ଷତିରେ ବୁଡିଥିଲା ।

ତେବେ ଦୁଇ କମ୍ପାନୀକୁ ମିଶାଇ ଯେଉଁ ଗୋଟିଏ କମ୍ପାନୀ ହେବ ତାହା ବାର୍ଷିକ ୬ ବିଲିୟନ ଲାଭ କମାଇବ ବୋଲି କମ୍ପାନୀର ମିଶ୍ରଣ ପୂର୍ବରୁ ଦୃଢୋକ୍ତି ପ୍ରକାଶ ପାଇଥିଲା । ହେଲେ ସମୟ ବଢିବା ସହ ଏହାର ଓଲଟା ଫଳ ମିଳିଥିଲା । କ୍ଷତି ଭରଣା କରିବାକୁ କମ୍ପାନୀ ଲୋନ ନେବା ଆରମ୍ଭ କରିଦେଲା । ଯାହା କମ୍ପାନୀକୁ ହଜାର ହଜାର କୋଟିର ଋଣରେ ବୁଡାଇଥିଲା ।

୨୦୦୭-୦୮ ବର୍ଷରେ କମ୍ପାନୀ ଉପରେ ଲୋନ ପରିମାଣ ୨,୨୨୬ କୋଟି ଥିବାବେଳେ ୨୦୦୮-୦୯ ଯାଏଁ ଏହା ୭,୨୦୦ କୋଟି ଏବଂ ୨୦୦୯-୧୦ ସୁଦ୍ଧା ବଡ ଧରଣର ବୃଦ୍ଧି ସହ ୧୨,୦୦୦ କୋଟିରେ ପହଞ୍ଚିଥିଲା । ଏହି ଋଣର ପରିମାଣ ଆହୁରି ଅଧିକ ମଧ୍ୟ ହୋଇଥାନ୍ତା, ମାତ୍ର ଋଣ ପରିଶୋଧ କରିବାକୁ ଏୟାରଇଣ୍ଡିଆ ୨୦୦୯ରେ ନିଜର କିଛି ବିମାନକୁ ବିକ୍ରି କରିଦେଇଥିଲା ।

ଏକ ମିଡିଆ ରିପୋର୍ଟରେ କୁହାଯାଇଛି କି, ୨୦୦୫ରେ ୧୧୧ଟି ବିମାନ କ୍ରୟ କରିବା ପାଇଁ ଏୟାର ଇଣ୍ଡିଆର ନିଷ୍ପତ୍ତି ଏହି ଆର୍ଥିକ ସଙ୍କଟର ସବୁଠୁ ବଡ କାରଣ ଥିଲା । ଏହି ଡିଲ୍ ପାଇଁ ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । କମ୍ପାନୀର କାଜୁଆଲ ମନୋଭାବ ମଧ୍ୟ ବର୍ବାଦିର ଅନ୍ୟତମ କାରଣ ଥିଲା । ସେହିପରି ୨୦୧୮ ଯାଏଁ କମ୍ପାନୀ ପାଖରେ ମାତ୍ର ୧୩.୩ ପ୍ରତିଶତ ମାର୍କେଟ ସେୟାର ଥିବା ମଧ୍ୟ ସୂଚନା ମିଳିଛି ।

ଏଥିସହ ଘରୋଇ ଏୟାରଲାଇନ କମ୍ପାନୀଗୁଡିକର ଫ୍ଲାଇଟ ଦିନରେ ଅତିକମରେ ୧୪ ଘଣ୍ଟା ଆକାଶ ମାର୍ଗରେ ଥାଆନ୍ତି । ଯେତେବେଳେ କି ଏୟାର ଇଣ୍ଡିଆ ଫ୍ଲାଇଟ ପ୍ରାୟ ୧୦ ଘଣ୍ଟା ପାଇଁ ଉଡାଣ ଭରିଥାଏ । ଏପରିକି ଯେଉଁ ରୁଟରେ ଘରୋଇ କମ୍ପାନୀଗୁଡିକ ସେବା ପ୍ରଦାନ ପାଇଁ ମନା କଲେ ସେହି ରୁଟରେ ଏହି ଏୟାରଲାଇନ୍ସ ଉଡାଣ ଭରିଲା । ସରକାରୀ ପରିଚାଳନାଗତ ତ୍ରୁଟି ଏୟାରଇଣ୍ଡିଆର ଆର୍ଥିକ ଦୂରାବସ୍ଥା ପାଇଁ ମଧ୍ୟ ଦାୟୀ ।

ଉଲ୍ଲେଖଯୋଗ୍ୟ, ସର୍ବପ୍ରଥମେ ୧୯୩୨ ମସିହାରେ ଜେଆରଡି ଟାଟା ଏୟାର ଇଣ୍ଡିଆକୁ ଟାଟା ଏୟାରଲାଇନ୍ସ ନାଁରେ ଲଞ୍ଚ କରିଥିଲେ । ହେଲେ ୧୯୪୬ ମସିହାରେ ଏହାର ନାମ ବଦଳାଯାଇ ଏୟାର ଇଣ୍ଡିଆ କରାଯାଇଥିଲା ଏବଂ ୧୯୫୩ରେ ସରକାର ଟାଟା ପାଖରୁ ଏହାକୁ କ୍ରୟ କରିଥିଲେ ।

ସ୍ବାଧୀନତା କାଳରେ ଭାରତରେ ପ୍ରାୟ ୯ଟି ଛୋଟ ବଡ ଏୟାରଲାଇନ୍ସ ରହିଥିଲା । ୧୯୫୪ରେ କମ୍ପାନୀଗୁଡିକର ରାଷ୍ଟ୍ରୀୟକରଣ ହୋଇଥିଲା । ସବୁ କମ୍ପାନୀକୁ ମିଶ୍ରଣ କରି ଦୁଇଟି କମ୍ପାନୀ ଯଥା ଇଣ୍ଡିଆନ ଏୟାରଲାଇନ୍ସ ଏବଂ ଏୟାରଇଣ୍ଡିଆ ତିଆରି କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.