ETV Bharat / business

ଜିଓ କୁ 43,574 କୋଟି ଟଙ୍କା ଦେଲା ଫେସବୁକ - Jio Platform gets Rs 43,574 cr from Facebook

ଜିଓର 9.99 ପ୍ରତିଶତ ଅଂଶଧନ ବଦଳରେ ଫେସବୁକ 43,574 କୋଟି ଟଙ୍କା ଦେଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏନେଇ ସୂଚନା ଦେଇଛି । ଅଧିକ ପଢନ୍ତୁ...

ଜିଓ କୁ 43,574 କୋଟି ଟଙ୍କା ଦେଲା ଫେସବୁକ
ଜିଓ କୁ 43,574 କୋଟି ଟଙ୍କା ଦେଲା ଫେସବୁକ
author img

By

Published : Jul 8, 2020, 12:55 PM IST

ନୂଆଦିଲ୍ଲୀ: ଜିଓ ପ୍ଲାଟଫର୍ମ 9.99 ପ୍ରତିଶତ ଅଂଶଧନ ବିକ୍ରି କରି ଫେସବୁକ ଠାରୁ 43,574 କୋଟି ଟଙ୍କା ପାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏନେଇ ମଙ୍ଗଳବାର ସେୟାର ବଜାରକୁ ସୂଚନା ଦେଇଛି ।

ଜିଓ ପ୍ଲାର୍ଟଫର୍ମ ଓ ଫେସବୁକ ମଧ୍ୟରେ ଏପ୍ରିଲ 22 ରେ ବ୍ୟବସାୟିକ ଚୁକ୍ତି ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କହିଛି ‘ସମସ୍ତ ଜରୁରୀ ମଞ୍ଜୁରୀ ମିଳିବା ପରେ ଜିଓ ପ୍ଲାର୍ଟଫର୍ମ ଲିମିଟେଡକୁ ଫେସବୁକରୁ 43,574 କୋଟି ଟଙ୍କା ମିଳିଛି ।’ ଫେସବୁକ ଜିଓ ପ୍ଲାଟଫର୍ମରେ 4.62 ଲକ୍ଷ କୋଟି ଟଙ୍କା ମୂଲ୍ୟର ଏକ ଏଣ୍ଟରପ୍ରାଇଜ ମୂଲ୍ୟରେ 9.99 ପ୍ରତିଶତ ଅଂଶଧନ ନେଇଛି ।

ପ୍ରକାଶ ଯେ, ଜୁଲାଇ 15ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହେବ । ଏଥିରେ କମ୍ପାନୀର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଅନେକ ନୂଆ ଘୋଷଣା କରିପାରନ୍ତି । ଏଣୁ ଏହି ଏଜିଏମ ଉପରେ ଏବେ ସମସ୍ତଙ୍କ ନଜର ଅଟକିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.