ETV Bharat / business

ସପ୍ତାହେ ଯାଏଁ ଦୁବାଇକୁ ଉଡିବନି ଇଣ୍ଡିଗୋ - ସପ୍ତାହ ଯାଏଁ ଦୁବାଇକୁ ଉଡିବନି ଇଣ୍ଡିଗୋ

ଆସନ୍ତା ୨୪ ତାରିଖ ଯାଏଁ ଦୁବାଇକୁ ଇଣ୍ଡିଗୋ ବିମାନସେବା ବାତିଲ । ଅଧିକ ପଢନ୍ତୁ...

IndiGo's UAE bound flights cancelled for a week
ସପ୍ତାହ ଯାଏଁ ଦୁବାଇକୁ ଉଡିବନି ଇଣ୍ଡିଗୋ
author img

By

Published : Aug 19, 2021, 7:33 PM IST

ନୂଆଦିଲ୍ଲୀ: ଦୁବାଇକୁ ଉଡିବନି ଇଣ୍ଡିଗୋ । ସଂଯୁକ୍ତ ଆରବ ରାଷ୍ଟ୍ର ପାଇଁ ଇଣ୍ଡିଗୋ ଏୟାରଲାଇନ୍ସର ଉଡାଣକୁ ଏକ ସପ୍ତାହ ଯାଏଁ ବାତିଲ କରାଯାଇଛି । ଟ୍ରାଭେଲ ଟେଷ୍ଟିଂ ନିୟମାବଳୀ ଉଲ୍ଲଙ୍ଘନ କରିଥିବା କିଛି ଦୁବାଇ ଯାତ୍ରୀଙ୍କୁ ଇଣ୍ଡିଗୋ ଯାତ୍ରା ପାଇଁ ଅନୁମତି ଦେଇଥିଲା । ଯାହା ସମ୍ପର୍କରେ ଇଣ୍ଡଷ୍ଟ୍ରିଆଲ ଇନସାଇଡର ଅଭିଯୋଗ କରିଥିଲା । ଫଳସୂରୁପ ଗୋଟିଏ ସପ୍ତାହ ପାଇଁ ଇଣ୍ଡିଗୋର ଦୁବାଇ ଉଡାଣ ଉପରେ ରୋକ୍ ଲଗାଯାଇଛି ।

ସେପଟେ ଇଣ୍ଡିଗୋ ଏୟାରଲାଇନ ଏକ ବିବୃତ୍ତି ଜରିଆରେ କହିଛି କି, 'କିଛି ପରିଚାଳନା ଗତ ସମସ୍ୟା ଯୋଗୁଁ ଆସନ୍ତା ୨୪ ତାରିଖ ଯାଏଁ ଗଲ୍ଫ ରାଷ୍ଟ୍ରକୁ ବିମାନସେବା ବାତିଲ ହୋଇଛି । ଆମେ ଆମର ସମସ୍ତ ଯାତ୍ରୀଙ୍କୁ ଏ ସମ୍ପର୍କରେ ସୂଚିତ କରିଛୁ ଏବଂ ପୁନର୍ବାର ପରିଚାଳନା ସ୍ବାଭାବିକ ହେବା ପରେ ଆମେ ଅନ୍ୟ ବିମାନରେ ଯାତ୍ରା ସୁବିଧା କିମ୍ବା ଅର୍ଥ ଫେରସ୍ତ କରିବୁ ।'

ସୂଚନାଯୋଗ୍ୟ, ଦୁବାଇ ଯାତ୍ରା ପାଇଁ ବିମାନ ଉଡାଣର ୪୮ ଘଣ୍ଟା ପୂର୍ବରୁ RT-PCR ଟେଷ୍ଟ ଏବଂ ଉଡାଣର କିଛି ଘଣ୍ଟା ପୂର୍ବରୁ ଏୟାରପୋର୍ଟରେ ଆଉ ଏକ RT-PCR ଟେଷ୍ଟ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ । ଏହି ନିୟମ ଅଗଷ୍ଟ ପହିଲାରୁ ଲାଗୁ କରାଯାଇଛି । ଭାରତ, ପାକିସ୍ତାନ, ନେପାଳ, ଶ୍ରୀଲଙ୍କା, ନାଇଜେରିଆ ଏବଂ ଉଗାଣ୍ଡାରୁ ଆସୁଥିବା ଯାତ୍ରୀଙ୍କ ପାଇଁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରିଛି ଦୁବାଇ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.