ETV Bharat / business

11 ମାସରେ ପ୍ରଥମ, ମାନ୍ଦାଜାଲରେ ମ୍ୟାନୁଫ୍ୟାକ୍ଚରିଂ ସେକ୍ଟର - Indias manufacturing sector contracts in June

ଖସିଲା ବିନିର୍ମାଣ ଗତିବିଧି ସୂଚକାଙ୍କ । 11 ମାସରେ ପ୍ରଥମ ଥର ଜୁନ ମାସରେ ଖସିଲା ବିନିର୍ମାଣ ଗତିବିଧି । ଯେଉଁଥିପାଇଁ ବିପୁଳ ସଂଖ୍ୟକ ଲୋକଙ୍କ ନିଯୁକ୍ତି ହ୍ରାସ ହୋଇଛି । ଅଧିକ ପଢନ୍ତୁ..

11 ମାସରେ ପ୍ରଥମ , ମାନ୍ଦାଜାଲରେ ମ୍ୟାନୁଫେକ୍ଚରିଂ ସେକ୍ଟର

author img

By

Published : Jul 1, 2021, 5:17 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ମାମଲାରେ ବୃଦ୍ଧି ଓ ସ୍ଥାନୀୟ ସ୍ତରରେ କଡା କଟକଣା ଯୋଗୁଁ ଖସିଲା ବିନିର୍ମାଣ (ମ୍ୟାନୁଫ୍ୟାକ୍ଚରିଂ ସେକ୍ଟର) ଗତିବିଧି ସୂଚକାଙ୍କ । 11 ମାସରେ ପ୍ରଥମ ଥର ଜୁନ ମାସରେ ଖସିଲା ବିନିର୍ମାଣ ଗତିବିଧି । ଯେଉଁଥିପାଇଁ ବିପୁଳ ସଂଖ୍ୟକ ଲୋକଙ୍କ ନିଯୁକ୍ତି ହ୍ରାସ ହୋଇଛି ।

ଆଇଏଚଏସ ମାର୍କେଟ ଇଣ୍ଡିଆ ମ୍ୟାନୁଫ୍ୟାକ୍ଚରିଂ ପର୍ଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ ( ପିଏମଆଇ) ଜୁନରେ ହ୍ରାସ ହୋଇ 48.1 ରହିଛି । ଯାହାକି ମେ ମାସରେ 50.8 ଥିଲା ।

ଏହି ସୂଚକାଙ୍କ 2020 ଜୁଲାଇ ପରେ ପ୍ରଥମ ଥର 50 ପଏଣ୍ଟ ତଳକୁ ଖସିଛି । ପିଏମଆଇର ଭାଷାରେ 50ରୁ ଉପରକୁ ପଏଣ୍ଟ ଅର୍ଥ ଗତିବିଧିରେ ବିସ୍ତାର, ଯେତେବେଳେ କି 50 ପଏଣ୍ଟ ତଳକୁ ଅର୍ଥ ସଙ୍କୁଚନକୁ ଦର୍ଶାଇଥାଏ । ସଦ୍ୟ ତଥ୍ୟରେ କାରଖାନାର ଅର୍ଡର, ଉତ୍ପାଦନ, ରପ୍ତାନୀ ଓ କ୍ରୟରେ ନୂଆ କରି ସଙ୍କୁଚନର ଜଣାପଡିଛି ।

ଏହା ବ୍ୟତୀତ ସମୀକ୍ଷାଧୀନ ମାସରେ ବ୍ୟାପାର ଆଶାରେ ହ୍ରାସ ଦେଖାଦେଇଛି । ତଥା ଲୋକଙ୍କୁ ବେରୋଜଗାରର ସାମ୍ନା ବି କରିବାକୁ ପଡିଛି । କୋଭିଡ-19 ପ୍ରତିବନ୍ଧ ଭାରତୀୟ ସାମଗ୍ରୀର ଅନ୍ତରାଷ୍ଟ୍ରୀୟ ଚାହିଦାକୁ ବି କରିଦେଇଛି । ଆଉ 10 ମାସରେ ପ୍ରଥମ ଥର ନୂଆ ରପ୍ତାନୀ ଅର୍ଡରରେ ହ୍ରାସ ଦେଖାଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.