ETV Bharat / business

ମେକ ଇନ ଇଣ୍ଡିଆ: ଭାରତରେ ଟିଭି ଉତ୍ପାଦନ ଆରମ୍ଭ କଲା ରିୟଲମି

author img

By

Published : Jul 30, 2020, 5:44 PM IST

ରିୟଲମି ଗ୍ରେଟର ନୋଏଡାସ୍ଥିତ ନିଜ ୟୁନିଟରେ ଟିଭି ଉତ୍ପାଦନ ଶତ ପ୍ରତିଶତ ଆରମ୍ଭ କରିଛି । ରିୟଲମି ସ୍ମାର୍ଟ ଟିଭି 2ଟି ଆକାରରେ ଉପଲବ୍ଧ ହେବ । ଅଧିକ ପଢନ୍ତୁ..

Realme TV
Realme TV

ନୂଆଦିଲ୍ଲୀ: ମେକ ଇନ ଇଣ୍ଡିଆ ଅଭିଯାନ ଅଧିନରେ ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ଗ୍ରେଟର ନୋଏଡାସ୍ଥିତ ନିଜ ୟୁନିଟରେ ଟିଭି ଉତ୍ପାଦନ ଶତ ପ୍ରତିଶତ ଆରମ୍ଭ କରିଛି । କମ୍ପାନୀ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ରିୟଲମି ନିଜର ସୁଲଭ ସ୍ମାର୍ଟ ଟିଭି ପାଇଁ ମେ ମାସରେ ସପରଫେସ-ମାଉଣ୍ଟ ଟେକ୍ନୋଲୋଜି (SMT) ଉତ୍ପାଦନ ଆରମ୍ଭ କରିଥିଲା । ଏଥି ସହିତ ଦେଶରେ ଲକଡାଉନ ପରେ ଗ୍ରାହକଙ୍କ ବର୍ଦ୍ଧିତ ଚାହିଦାକୁ ପୂରଣ ପାଇଁ 8ଟି ନୂତନ SMT ଲାଇନରେ 300 କୋଟି ଟଙ୍କା ନିବେଶ କରିଛି ।

ଏହି ନିବେଶରେ ଟେଲିଭିଜନ ପାଇଁ ମୌଳିକ ଜିନିଷ ଠାରୁ ଆରମ୍ଭ କରି ଏକ ଉତ୍ପାଦନ ୟୁନିଟ ସ୍ଥାପନା କରିବା ଏବଂ SMT ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ସାମିଲ ରହିବ ।

ରିୟଲମି ଇଣ୍ଡିଆର ସିଇଓ ମାଧବ ସେଠ କହିଛନ୍ତି କି, ‘‘ ରିୟଲମି ସ୍ମାର୍ଟ ଟିଭି ପାଇଁ ଆମର ପ୍ରତିବଦ୍ଧତା ଆମ ଫୋନ ସହିତ ସମାନ । ଯାହା ଭାରତରେ ସ୍ଥାନୀୟ ଭାବରେ ଶତପ୍ରତିଶତ ଉତ୍ପାଦିତ ହୁଏ । ଏହା ଦେଶରେ ଉତ୍ପାଦନ କରିବା ସହ ଲକଡାଉନ ପରେ ଆର୍ଥିକ ବିକାଶରେ ଅଧିକ ଯୋଗଦାନ ଦେବା ପାଇଁ ସହଯୋଗ ହେବ । ଯେଉଁଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।

ରିୟଲମି ସ୍ମାର୍ଟ ଟିଭି 2ଟି ଆକାରରେ ଉପଲବ୍ଧ ହେବ । ଗୋଟିଏ 32 ଇଞ୍ଚ ମଡେଲର ରହିବ । ଯାହାର ଦାମ 12,999 ଟଙ୍କା ଓ ଅନ୍ୟଟି 43 ଇଞ୍ଚର ଅଛି , ଏହାର ଦାମ 21,999 ଟଙ୍କା । କମ୍ପାନୀ ଶୀଘ୍ର 55 ଇଞ୍ଚର ଟିଭି ଲଞ୍ଚ ପାଇଁ ଯୋଜନା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.