ETV Bharat / business

ଜୁନ 15 ରୁ ପାରାଦ୍ବୀପରେ କାର୍ଯ୍ୟକ୍ଷମ ହେବ ଅକ୍ସିଜେନ ପ୍ଲାଣ୍ଟ

author img

By

Published : Apr 30, 2021, 6:53 PM IST

ଜୁନ 15 ସୁଦ୍ଧା ପାରାଦ୍ବୀପରେ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ । ପ୍ଲାଣ୍ଟ ଆରମ୍ଭ ହେବା ପରେ ରାଜ୍ୟ ଓ ଏହାର ଆଖାପାଖ ଅଞ୍ଚଳର ହସ୍ପିଟାଲକୁ ଅକ୍ସିଜେନ ମାଗଣାରେ ଯୋଗାଇ ଦିଆଯିବ । ଅଧିକ ପଢନ୍ତୁ..

ଜୁନ 15 ରୁ ପାରାଦ୍ବୀପରେ କାର୍ଯ୍ୟକ୍ଷମ ହେବ ଅକ୍ସିଜେନ ପ୍ଲାଣ୍ଟ
ଜୁନ 15 ରୁ ପାରାଦ୍ବୀପରେ କାର୍ଯ୍ୟକ୍ଷମ ହେବ ଅକ୍ସିଜେନ ପ୍ଲାଣ୍ଟ

ନୂଆଦିଲ୍ଲୀ: ଅକ୍ସିଜେନ ସଙ୍କଟ ଦୂର ପାଇଁ ପାରାଦ୍ବୀପରେ ପ୍ଲାଣ୍ଟ କରିବ ସହକାରୀ ଫର୍ଟିଲାଇଜନ କମ୍ପାନୀ IFFCO ( ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜଲ କୋପରେଟିଭ ଲିମିଟେଡ) । ଜୁନ 15 ସୁଦ୍ଧା ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଯିବ । ପ୍ଲାଣ୍ଟ ଆରମ୍ଭ ହେବା ପରେ ରାଜ୍ୟ ଓ ଏହାର ଆଖାପାଖ ଅଞ୍ଚଳର ହସ୍ପିଟାଲକୁ ଅକ୍ସିଜେନ ମାଗଣାରେ ଯୋଗାଇ ଦିଆଯିବ । ଏ ନେଇ ସୂଚନା ଦେଇଛି IFFCO ।

ଇଫକୋ ପ୍ରାୟ 30 କୋଟି ବ୍ୟୟରେ ଦେଶରେ 4 ଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରୁଛି । ଏହି 4 ପ୍ଲାଣ୍ଟରୁ ଘଣ୍ଟା ପ୍ରତି ପ୍ରାୟ 610 ଘନ ମିଟର ଅକ୍ସିଜେନ ଉତ୍ପାଦନ କରାଯିବ ।

ଉତ୍ତରପ୍ରଦେଶରେ 2 ଟି ପ୍ଲାଣ୍ଟ ଓ ଗୁଜୁରାଟରେ ଗୋଟିଏ ପ୍ଲାଣ୍ଟ ମେ 30 ସୁଦ୍ଧା ଆରମ୍ଭ ହୋଇଯିବ । ତେବେ ଇଫକୋ ଏକ ବିବୃତ୍ତିରେ କହିଛି କି ଓଡିଶାର ପାରାଦ୍ବୀପରେ ଚତୁର୍ଥ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିବାକୁ ଆଦେଶ ଦେଇଛି ।

ଏହି ନୂତନ ଅମ୍ଳଜାନ ପ୍ଲାଣ୍ଟର ଘଣ୍ଟା ପ୍ରତି 150 ଘନ ମିଟର କ୍ଷମତା ରହିବ । IFFCO ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ୟୁ ଏସ ଅଗସ୍ତି ଟ୍ବିଟ କରି କହିଛନ୍ତି ଯେ, ଏହି ପ୍ଲାଣ୍ଟ ଜୁନ୍ 15 ସୁଦ୍ଧା ଆରମ୍ଭ ହେବ । ତେବେ ଅମ୍ଳଜାନର କଳାବଜାରୀକୁ ରୋକିବା ପାଇଁ,

IFFCO ରୁ ସିଲିଣ୍ଡର ନିଆଯିବା ପାଇଁ ଏକ ସୁରକ୍ଷା ରାଶି ଆଦାୟ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.