ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ତ ବ୍ୟାଙ୍କ ଏସବିଆଇ ପରେ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ଶସ୍ତାରେ ଗୃହ ଋଣ ଦେବାକୁ କରିଛି ଚେଷ୍ଟା । ବ୍ୟାଙ୍କ ତାର ଗ୍ରାହକଙ୍କୁ ସୁଲଭରେ ଗୃହ ଋଣ ଯୋଗାଇବାକୁ ହ୍ରାସ କରିଛି ସୁଧ ହାର । ଯାହାକି 10 ବର୍ଷରେ ସର୍ବନିମ୍ନ।
ଆଇସିଆଇସିଆଇ ବ୍ୟାଙ୍କ ଏହାର ହୋମ ଲୋନ ଉପରେ ସୁଧ ହାର ହ୍ରାସ କରି 6.70 ପ୍ରତିଶତ କରିଛି । ମାର୍ଚ୍ଚ 5 ରୁ ନୂଆ ସୁଧ ହାର ଲାଗୁ ହୋଇଛି । ତେବେ 75 ଲକ୍ଷ ଟଙ୍କାର ହୋମ ଲୋନ ଉପରେ ଗ୍ରାହକଙ୍କୁ ଏହି ସୁଲଭ ସୁଧ ହାରର ଲାଭ ମିଳିବ । ସେହିଭଳି 75 ଲକ୍ଷ ଟଙ୍କାରୁ ଅଧିକ ଋଣ ପାଇଁ ବ୍ୟାଙ୍କ 6.75 ପ୍ରତିଶତ ସୁଧ ହାର ନିର୍ଦ୍ଧାରିତ କରିଛି । ତେବେ ଏହି ସୁଧ ହାର ମାର୍ଚ୍ଚ 5ରୁ 31 ଯାଏଁ ଜାରି ରହିବ ।
ପୂର୍ବରୁ ଏସବିଆଇ, କୋଟାକ ଭଳି ଅନେକ ବ୍ୟାଙ୍କ ଗୃହ ଋଣ ସୁଧ ହ୍ରାସ କରିଛନ୍ତି ।