ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ଓ ଲକଡାଉନ ଯୋଗୁଁ ଦେଶର ପ୍ରମୁଖ ସହରରେ ହ୍ରାସ ପାଇଛି ଘର ବିକ୍ରି ସଂଖ୍ୟା । ଚଳିତ ଆର୍ଥିକ ବର୍ଷ ଆରମ୍ଭର ପ୍ରଥମ ତ୍ରୟମାସେର ଘର ବିକ୍ରି ଘର ବିକ୍ରି 67 ପ୍ରତିଶତ କମି 21,294 ୟୁନିଟ ରହିଯାଇଛି ।
PropEquity ଅନୁସାରେ 2020 ଏପ୍ରିଲରୁ ଜୁନ ମାସ ମଧ୍ୟରେ ମୋଟ ଘର ବିକ୍ରି 21,294 ୟୁନିଟ ରହିଛି । ଯାହାକି ଗତ ବର୍ଷ ଏହି ଅବଧିରେ 64,378 ୟୁନିଟ ଥିଲା । ଏଭଳି ଭାବେ ଏ ବର୍ଷ ଏଥିରେ 67 ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି ।
ରିପୋର୍ଟ ମୁତାବକ ନୋଏଡାକୁ ବାଦ ଦେଲେ ଅନ୍ୟ ସମସ୍ତ 8 ସହରରେ ଘର ବିକ୍ରି ହାର ଖସିଛି । ଏହି ଅବଧି ମଧ୍ୟରେ ଗୁରୁଗ୍ରାମରେ ଘର ବିକ୍ରି 791 ପ୍ରତିଶତ କମିଛି । ଯାହାକୁ ଗତ ବର୍ଷ ସମାନ ଅବଧିରେ 1707 ରୁ ହ୍ରାସ ପାଇ 361 ୟୁନିଟ ରହିଛି । ସେହିଭଳି ଚେନ୍ନାଇ ଓ ହାଇଦ୍ରାବାଦରେ ଘର ବିକ୍ରି 74 ପ୍ରତିଶତ ପର୍ଯ୍ୟନ୍ତ କମିଥିବା ବେଳେ ବେଙ୍ଗାଲୁରୁରେ 73 ପ୍ରତିଶତ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି ।
PropEquity ମୁତାବକ ମୁମ୍ବାଇରେ ଆବାସିକ ସମ୍ପତ୍ତି ବିକ୍ରି 63 ପ୍ରତିଶତ, ଥାନେରେ 56 ପ୍ରତିଶତ ଓ ପୁନେରେ 70 ପ୍ରତିଶତ ହ୍ରାସ ପାଇଛି । ଯଦିଓ ଏହି ଅବଧିରେ ନୋଏଡାରେ ଘର ବିକ୍ରି 5 ପ୍ରତିଶତ ବୃଦ୍ଧି ହୋଇଛି ।
ପ୍ରପର୍ଟି ପରାମର୍ଶଦାତା Anarock କହିଛି କି, ଏକ ଅନୁମାନ ମୁତାବକ ଏ ବର୍ଷ ଏପ୍ରିଲ-ଜୁନ ମଧ୍ୟରେ 7 ସହରରେ ଘର ବିକ୍ରି 81 ପ୍ରତିଶତ ହ୍ରାସ ପାଇ 12,740 ୟୁନିଟ ରହିଛି ।