ETV Bharat / business

ଷ୍ଟାର୍ଟଅପ ବଢାଇବାକୁ ନିବେଶକଙ୍କୁ ଏଭଳି ପରାମର୍ଶ ଦେଲେ ଗୋଏଲ

ଷ୍ଟାର୍ଟଅପ ପରିସର ବୃଦ୍ଧି ପାଇଁ ଭାରତୀୟ ନିବେଶକଙ୍କୁ ଟିପ୍ସ ଦେଲେ କେନ୍ଦ୍ର ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ । ଅଧିକ ପଢନ୍ତୁ..

ଷ୍ଟାର୍ଟଅପ ବଢାଇବାକୁ ନିବେଶକଙ୍କୁ  ଏଭଳି ପରାମର୍ଶ ଦେଲେ ଗୋଏଲ
ଷ୍ଟାର୍ଟଅପ ବଢାଇବାକୁ ନିବେଶକଙ୍କୁ ଏଭଳି ପରାମର୍ଶ ଦେଲେ ଗୋଏଲ
author img

By

Published : Jan 15, 2021, 8:06 PM IST

ନୂଆଦିଲ୍ଲୀ: ଷ୍ଟାର୍ଟଅପ ପାଇଁ ବୃହତ୍ତ ପରିସ୍ଥିତି ତିଆରି ଓ ନିବେଶ , ପରାମର୍ଶ ଏବଂ ସମର୍ଥକ ଜରିଆରେ ଭଲ ଭାଗୀଦାରୀ ସୁନିଶ୍ଚିତ କରିବା ପାଇଁ ଭାରତୀୟ ନିବେଶକଙ୍କୁ ବିମଷ୍ଟେକ ଦେଶ ଉପରେ ଧ୍ୟାନ ଦେବା ଜରୁରୀ । ଏ ନେଇ କେନ୍ଦ୍ରୀୟ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ଅପିଲ କରିଛନ୍ତି ।

ସେ ବିଶ୍ବାସ ଦେଇଛନ୍ତି କି ସମସ୍ତ ବିମଷ୍ଟେକ ଦେଶ ସହ ଭାରତ କୋରୋନା ମହାମାରୀ ପରେ ଦୁନିଆରେ ନିଶ୍ଚିତ ଭାବେ ଅଦ୍ଭୁଦପୂର୍ବ ବୃଦ୍ଧି ରେକର୍ଡ କରିବ ଆଉ ବିକାଶର ସ୍ବର୍ଣ୍ଣଯୁଗ ଗଢିବ । ବହୁ କ୍ଷେତ୍ରୀୟ ଟେକନିକ ଏବଂ ଆର୍ଥିକ ସହଯୋଗ ପାଇଁ ବଙ୍ଗୋପସାଗର କ୍ଷେତ୍ରୀୟ ଅଞ୍ଚଳର ପଦକ୍ଷେପର ଏକ ସଙ୍ଗଠନ BIMSTEC । ଯେଉଁଥିରେ ଭାରତ ବ୍ୟତୀତ ବାଲାଂଦେଶ, ଭୂଟାନ, ମିଆଁମାର, ନେପାଳ, ଶ୍ରୀଲଙ୍କା ଓ ଥାଇଲାଣ୍ଡ ସମେତ 7 ସଦସ୍ୟ ଦେଶ ସାମିଲ ଅଛି ।

ଗୋଏଲ ‘ପ୍ରାରମ୍ଭ : ଷ୍ଟାର୍ଟଅପ ଭାରତ ଅନ୍ତରାଷ୍ଟ୍ରୀୟ ଶିଖର ସମ୍ମିଳନୀ’କୁ ସମ୍ବୋଧିକ କରି ଭାରତ ଏବଂ ବିମଷ୍ଟେକ ଦେଶର ଷ୍ଟାର୍ଟଅପ ସହ କାମ କରିବା ତଥା ଦୁନିଆକୁ ମହାମାରୀର ଅନ୍ଧକାର କବଳରୁ ମୁକୁଳାଇ ବିକାଶର ନୂଆ ପାହାଚରେ ନେଇଯିବାକୁ ପ୍ରୟାସ ପାଇଁ ଆହ୍ବାନ ଦେଇଛନ୍ତି ।

କେନ୍ଦ୍ରୀୟ ମନ୍ତ୍ରୀ ଏହି ଅବସରରେ କୌଶଳ ବିକାଶ କାର୍ଯ୍ୟକ୍ରମର ମହତ୍ବକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି । ସେ କହିଛନ୍ତି କି ଗତ ବର୍ଷ ଭାରତରେ ଶିଳ୍ପ ପ୍ରସାର ଓ ଆଭ୍ୟନ୍ତରୀଣ ବ୍ୟବସାୟ (ଡିପିଆଇଆଇଟି)ରେ ଗତ 5 ବର୍ଷରେ 41,000ରୁ ଅଧିକ ଷ୍ଟାର୍ଟଅପ ୟୁନିଟ ପଞ୍ଜିକୃତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.