ETV Bharat / business

ନଭେମ୍ବର 24ରୁ ବଢିପାରେ ବିମାନଭଡା ଫିକ୍ସ ଅବଧି

ବିମାନ ଭଡା ସୀମା ନିର୍ଦ୍ଧାରଣ ଅବଧି ନଭେମ୍ବର 24 ରୁ ଆଗକୁ ବଢିପାରେ । ଏ ନେଇ ବିଭାଗୀୟ ମନ୍ତ୍ରାଳୟ ପକ୍ଷରୁ ସଙ୍କେତ ଦିଆଯାଇଛି । ଅଧିକ ପଢନ୍ତୁ...

ନଭେମ୍ବର  24ରୁ ବଢିପାରେ  ବିମାନଭଡା ଫିକ୍ସ ଅବଧି
ନଭେମ୍ବର 24ରୁ ବଢିପାରେ ବିମାନଭଡା ଫିକ୍ସ ଅବଧି
author img

By

Published : Oct 28, 2020, 8:03 PM IST

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସିଖବର ! ବିମାନ ଭଡା ଉପରେ ଲାଗୁ ସର୍ବାଧିକ ଏବଂ ସର୍ବନିମ୍ନ ସୀମାକୁ ନଭେମ୍ବର 24ରୁ ଆଗକୁ ବୃଦ୍ଧି କରାଯାଇପାରେ । ତେବେ ଆଗାମୀ ପରିସ୍ଥିତିକୁ ନଜରରେ ରଖି ନିର୍ଣ୍ଣୟ ନିଆଯିବ । ବିମାନ ଚଳାଚଳ ମନ୍ତ୍ରାଳୟର ଜଣେ ଅଧିକାରୀ ବୁଧବାର ଏ ନେଇ ସୂଚନା ଦେଇଛନ୍ତି ।

କୋରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ସରକାର ଉଡାଣ ଅବଧି ଆଧାରରେ ଏୟାରଫେୟାର ଉପରେ ସର୍ବନିମ୍ନ ଓ ସର୍ବାଧିକ ସୀମା ଲାଗୁ ରଖିଛନ୍ତି । କୋରୋନା ସଂକ୍ରମଣ ପ୍ରତିହିତ ପାଇଁ ସରକାର ପ୍ରାୟ 2 ମାସ ପର୍ଯ୍ୟନ୍ତ ବିମାନ ସେବାକୁ ବନ୍ଦ କରିଦେଇଥିଲେ । ଘରୋଇ ଯାତ୍ରୀ ଉଡାଣକୁ ମେ 25ରୁ ଆରମ୍ଭ କରାଯାଇଥିଲା । ଏଥିସହ ଉଡାଣ ଅବଧି ଆଧାରରେ ଭଡାର ସର୍ବାଧିକ ଓ ସର୍ବନିମ୍ନ ସୀମା ଫିକ୍ସ କରାଯାଇଥିଲା ।

ଅନଲାଇନ ଟ୍ରାଭେଲ ଟିକେଟିଂ ପ୍ଲାର୍ଟଫର୍ମ ଏମାର୍ଜନ୍ସିଂର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଶାନ୍ତ ପିଟ୍ଟି କହିଛନ୍ତି କି , ସରକାରଙ୍କୁ ବିମାନ ଭଡା ଉପରେ ଲାଗୁ କ୍ୟାପର ବିସ୍ତାର କରିବା ଠିକ ନୁହେଁ । ଅନ୍ୟପଟେ କିଛି ଏୟାରଲାଇନ୍ସ କହିଛନ୍ତି କି ଭଡା କ୍ୟାପକୁ ହଟାଇଦିଆଯିବା ଆବଶ୍ୟକ , ଯେତେବେଳେ କି କିଛି ଭଡା କ୍ୟାପ ନେଇ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି ।

ଜୁଲାଇ 24 ରେ ବିମାନ ନିୟାମକ ବେସମାରିକ ବିମାନ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଘରୋଇ ଉଡାଣ ପାଇଁ ବିମାନ ଭଡା ସୀମା ଉପରେ ଲାଗୁ କ୍ୟାପକୁ ଅଗଷ୍ଟ 24 ରୁ ବଢାଇ ନଭେମ୍ବର 14 ଯାଏଁ କରିଦେଇଛନ୍ତି । ବେସମାରିକ ବିମାନ ମନ୍ତ୍ରାଳୟ ଅନୁସାରେ ଅକ୍ଟୋବର 27 ଯାଏଁ 1,48,344 ଯାତ୍ରୀ ସମଗ୍ର ଦେଶରେ 3058 ବିମାନରେ ଯାତ୍ରା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.