ନୂଆଦିଲ୍ଲୀ: ବ୍ୟାନ ହୋଇଥିବା ସମସ୍ତ 59 ଚୀନ ଆପକୁ ତୁରନ୍ତ ବ୍ଲକ କରିବା ପାଇଁ ସମସ୍ତ ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଜରୁରୀକାଳୀନ ବ୍ୟବସ୍ଥା ଅନୁଯାୟୀ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଦୂରସଞ୍ଚାର ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି କି, ଏହି ଆଦେଶର 2ଟି ସୂଚୀ ରହିଛି । ପ୍ରଥମ ସୂଚୀରେ 35 ଆପ ନାଁ ରହିଥିଲା ବେଳେ ଦ୍ବିତୀୟରେ 24 ଆପ ନାଁ ରହିଛି । ସେ କହିଛନ୍ତି କି, ପୂର୍ବରୁ ହୋଇଥିବା ଘୋଷଣା ଅନୁସାରେ ସମସ୍ତ 59 ଚୀ ଆପ ଉପରେ ରୋକ ଲଗାଇବା ପାଇଁ ଏବେ ନିର୍ଦ୍ଦେଶ ଜାରି ହୋଇଛି ।
ଇଣ୍ଟରନେଟ୍ କମ୍ପାନୀଗୁଡିକୁ ଦୂରସଞ୍ଚାର ବିଭାଗର ଏକ ଆଦେଶରେ କୁହାଯାଇଥି କି, 24 ଆପ ଉପରେ ରୋକ ପାଇଁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ 2000 ର ଜରୁରୀକାଳୀନ ବ୍ୟବସ୍ଥା 69A ଅଧୀନରେ ତୁରନ୍ତ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କରିଛି । ଏହା ବ୍ୟତିତ 35 ଆପକୁ ବନ୍ଦ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି ।