ETV Bharat / business

ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତି ହେଲେ LIC ଏମଡି - Siddhartha Mohanty as managing director of LIC

ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ର ପରିଚାଳକ ନିର୍ଦ୍ଦେଶକ ହେଲେ ସିଦ୍ଧାର୍ଥ ମହାନ୍ତି । ଫେବୃଆରୀ ପହିଲାରୁ ଏଲଆଇସିର ଏମଡି ଭାବେ ସେ ଦାୟିତ୍ବ ସମ୍ଭାଳିବେ । ଅଧିକ ପଢନ୍ତୁ..

ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତି ହେଲେ LIC ଏମଡି

author img

By

Published : Jan 19, 2021, 10:53 PM IST

ହାଇଦ୍ରାବାଦ: ଜାତୀୟ ସ୍ତରରେ ଚମକିଲେ ଆଉ ଜଣେ ଓଡିଆ ପୁଅ । ଭାରତର ବୃହତ୍ତମ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ର ପରିଚାଳକ ନିର୍ଦ୍ଦେଶକ ହେଲେ ସିଦ୍ଧାର୍ଥ ମହାନ୍ତି । ବର୍ତ୍ତମାନ ସେ ଏଲଆଇସି ହାଉସିଂ ଫାଇନାନ୍ସର ଏମଡି ଏବଂ ସିଇଓ ଭାବେ କାର୍ଯ୍ୟରତ ଅଛନ୍ତି ।

ତେବେ ସିଦ୍ଧାର୍ଥ ମହାନ୍ତି ଫେବୃଆରୀ ପହିଲାରୁ ଏଲଆଇସିର ଏମଡି ଭାବେ ଦାୟିତ୍ବ ସମ୍ଭାଳିବେ । 2023 ମସିହା ଜୁନ 30 ଯାଏଁ ସେ ଏହି ପଦବୀରେ ରହିବେ । ଟିସି ସୁଶିଲ କୁମାର (T.C. Suseel Kumar)ଙ୍କ ସ୍ଥାନରେ ମହାନ୍ତି ଏହି ପଦ ପାଇଁ ନିଯୁକ୍ତି ପାଇଛନ୍ତି ।

ଟିସି ସୁଶିଲ କୁମାର ଏଲଆଇସିର ଏମଡି ପଦରୁ 2021 ଜାନୁଆରୀ 31 ତାରିଖରେ ଅବସର ନେବେ ।

ମହାନ୍ତିଙ୍କୁ ଏହି ପଦରେ ନିଯୁକ୍ତି ଦେବା ପାଇଁ ଆର୍ଥିକ ସେବା ବିଭାଗ ଦେଇଥିବା ପ୍ରସ୍ତାବକୁ କ୍ୟାବିନେଟର ନିଯୁକ୍ତି କମିଟି (ACC) ମଞ୍ଜୁର କରିଛି । ସରକାରୀ ବିଜ୍ଞପ୍ତିରେ ଏ ନେଇ ସୂଚନା ଦିଆଯାଇଛି ।

ଏଲଆଇସିରେ 4ଟି ଏମଡି ଏବଂ ଜଣେ ଚେୟାରମ୍ୟାନ ଅଛନ୍ତି । ବର୍ତ୍ତମାନ MR Kumar ନିଗମର ଚେୟାରମ୍ୟାନ ଭାବେ କାର୍ୟ୍ୟରତ । ସେହିପରି ଟିସି ସୁଶିଲ କୁମାର, ଭିପିନ ଆନନ୍ଦ , ମୁକେଶ କୁମାର ଗୁପ୍ତା ଏବଂ ରାଜ କୁମାର ଏଲଆଇସିର ଏମଡି ଭାବେ ନିଯୁକ୍ତ ଅଛନ୍ତି ।

ମହାନ୍ତି 1985 ରେ ଏଲଆଇସି ସହ ଜଡିତ ଅଛନ୍ତି । ସେ ବିତରଣ, ମାନବ ସମ୍ପଦ, ନିବେଶ ଓ ଆଇନ ବିଭାଗରେ କାମ କରି ସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.