ETV Bharat / business

ଭୋଡାଫୋନ ଆଇଡିଆର 5 ପ୍ରତିଶତ ସେୟାର କିଣିପାରେ ଗୁଗୁଲ

author img

By

Published : May 29, 2020, 5:08 PM IST

ସଙ୍କଟଗ୍ରସ୍ଥ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆରେ ନିବେଶ କରିପାରେ ଗୁଗୁଲ । ଏହି ଦୂରସଞ୍ଚାର କମ୍ପାନୀର 5 ପ୍ରତିଶତ ସେୟାର କିଣିବାକୁ ପ୍ରସ୍ତୁତି କରୁଛି ଗୁଗୁଲ ।

google may take a stake in vodafone idea
ଭୋଡାଫୋନ ଆଇଡିଆର 5 ପ୍ରତିଶତ ସେୟାର କିଣିପାରେ ଗୁଗୁଲ

ଲଣ୍ଡନ: ବୈଶ୍ବିକ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଗୁଗୁଲ ସଙ୍କଟଗ୍ରସ୍ଥ ଟେଲିକମ କମ୍ପାନୀ ଭୋଡାଫୋନ ଓ ଆଇଡିଆରର ଅଳ୍ପାଂଶ ଅଂଶଧନ କିଣିବା ନେଇ ପ୍ରସ୍ତୁତି କରୁଛି । ଏନେଇ ରିପୋର୍ଟ ପ୍ରକାଶ ପାଇଛି ।

ନିକଟରେ ଗୁଗୁଲର ପ୍ରତିଦ୍ବନ୍ଦୀ କମ୍ପାନୀ ଫେସବୁକ ରିଲାଏନ୍ସ ଜିଓ ପ୍ଲାର୍ଟଫର୍ମରେ ବଡ ନିବେଶ କରିଛି । ଜିଓ ପ୍ଲାର୍ଟଫର୍ମ ଦେଶର ସବୁଠୁ ବଡ ଟେଲିକମ କମ୍ପାନୀ ଜିଓର ପରିଚାଳନା କରିଥାଏ ।

ଗୁରୁବାର ଫାଇନାନ୍ସିଆଲ ଟାଇମ୍ସର ପ୍ରକାଶିତ ରିପୋର୍ଟ ମୁତାବକ ଗୁଗୁଲ ଦୂରସଞ୍ଚାର କମ୍ପାନୀ ଭୋଡାଫୋନ ଆଇଡିଆ ଲିମିଟେଡରେ 5 ପ୍ରତିଶତ ଅଂଶଧନ କିଣିପାରେ । ତେବେ ଏବେ ସୁଦ୍ଧା ଉଭୟ କମ୍ପୀନୀ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ ।

ହେଲ ଏହି ଚୁକ୍ତି ଚର୍ଚ୍ଚା ପରେ ବିଏସଇରେ ଭୋଡାଫୋନର ସେୟାରରେ 30 ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଦ୍ବିପ୍ରହର ପର୍ଯ୍ୟନ୍ତ ଏହାର ସେୟାର ଉଛୁଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.