ETV Bharat / business

ପୁଣି ଖସିଲା ଶିଳ୍ପ ଉତ୍ପାଦନ, 4 ମାସ ଧରି ତଳମୁହାଁ IIP

author img

By

Published : Aug 1, 2020, 1:00 PM IST

ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ଦ୍ବାରା ଜାରି ତଥ୍ୟ ଅନୁସାରେ 2020 ମେ ମାସରେ ସାର ଛାଡିଲେ ଅନ୍ୟ 7ଟି ପ୍ରମୁଖ ଶିଳ୍ପ କ୍ଷେତ୍ରରେ ହ୍ରାସ ଦେଖାଦେଇଛି । ଆଗକୁ ଜୁଲାଇରେ ପୁଣି ଏହା ହ୍ରାସ ନେଇ ଆଶଙ୍କା ପ୍ରକାଶ ପାଇଛି । ଅଧିକ ପଢନ୍ତୁ..

Eight core industries output contracts 15% in June

ନୂଆଦିଲ୍ଲୀ: ଲକଡାଉନ କୋହଳ ପରେ ବି ଶିଳ୍ପ ଗତିବିଧି ସ୍ବାଭାବିକ ହୋଇନି । ଫରେ ଜୁନ ମାସରେ ପୁଣି ଦେଶର 8 ପ୍ରମୁଖ ଉଦ୍ୟୋଗ ଉତ୍ପାଦନ ଜୁନ ମାସରେ 15 ପ୍ରତିଶତ ହ୍ରାସ ହୋଇଛି । ଏହାକୁ ମିଶାଇ ଲଗାତାର 4 ମାସ ଧରି ଏହି ସୂଚକାଙ୍କ ଖସୁଥିବା ଦେଖାଦେଇଛି ।

ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ଦ୍ବାରା ଜାରି ତଥ୍ୟ ଅନୁସାରେ 8 ପ୍ରମୁଖ ଔଦୌଗିକ କ୍ଷେତ୍ର ଗତ ବର୍ଷ ଜୁନରେ 1.2 ପ୍ରତିଶତ ହାରରେ ବୃଦ୍ଧି ହୋଇଥିଲା । ବର୍ତ୍ତମାନର ରିପୋର୍ଟ ମୁତାବକ 2020 ମେ ମାସରେ ସାର ଛାଡିଲେ ଅନ୍ୟ 7ଟି ପ୍ରମୁଖ ଶିଳ୍ପ କ୍ଷେତ୍ରରେ ହ୍ରାସ ଦେଖାଦେଇଛି । ଆଗକୁ ଜୁଲାଇରେ ପୁଣି ଏହା ହ୍ରାସ ନେଇ ଆଶଙ୍କା ପ୍ରକାଶ ପାଇଛି ।

ମେ ମାସ ଓ ଏପ୍ରିଲ ମାସରେ ଏହା ଯଥାକ୍ରମେ 22 ପ୍ରତିଶତ ଓ 37 ପ୍ରତିଶତ କମିଥିଲା । ତେବେ ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ (ପ୍ରଥମ ତ୍ରୟମାସ) ମଧ୍ୟରେ ଶିଳ୍ପ ଅଭିବୃଦ୍ଧି -24.6 ପ୍ରତିଶତ ରହିଥିବା ମନ୍ତ୍ରାଳୟ ତଥ୍ୟରୁ ଜଣାପଡିଛି । ସମୀକ୍ଷାଧିନ ଅବଧିରେ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ବିଶୋଧିତ ଉତ୍ପାଦ, ଇସ୍ପାତ, ସିମେଣ୍ଟ ଓ ବିଦ୍ୟୁତ ଉତ୍ପାଦନ କ୍ରମଶଃ 15.5 , 6, 12, 8.9, 33.8 , 6.9 ଓ 11 ପ୍ରତିଶତ ଖସିଛି ।

8ଟି ପ୍ରମୁଖ ଶିଳ୍ପ ମଧ୍ୟରେ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ବିଶୋଧିତ ଉତ୍ପାଦ, ସାର, ଇସ୍ପାତ, ସିମେଣ୍ଟ ଏବଂ ଇଲେକ୍ଟ୍ରିସିଟି ରହିଛି । ଶିଳ୍ପ ଉତ୍ପାଦନ ସୂଚୀ (ଆଇଆଇପି)ରେ ଏହି 8 ପ୍ରମୁଖ ଶିଳ୍ପ ବା କୋର ଇଣ୍ଡଷ୍ଟ୍ରିଜରେ 40 ପ୍ରତିଶତ ଯୋଗଦାନ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.