ନୂଆଦିଲ୍ଲୀ: ଦେଶର ଇ-ବାଣିଜ୍ୟ କାରବାର ମିଳିତ ଭାବେ ବାର୍ଷିକ ଅଭିବୃଦ୍ଧି ହାର (CAGR)27 ପ୍ରତିଶତ ବୃଦ୍ଧି ହୋଇ 2024 ସୁଦ୍ଧା 99 ଅରବ ଡଲାର ହେବା ଅନୁମାନ ରହିଛି । ଆମେରିକାର ବହୁରାଷ୍ଟ୍ରୀୟ ଆର୍ଥିକ ସେବା ଓ ପରାମର୍ଶ କମ୍ପାନୀ ଗୋଲ୍ଡମ୍ୟାନ ସ୍ୟାଚ୍ସ (Goldman Sachs) ଏ ନେଇ ଅନୁମାନ ପ୍ରକାଶ କରିଛି ।
ଗୋଲ୍ଡମ୍ୟାନ ସ୍ୟାଚ୍ସ କହିଛି କି, ଫେସବୁକ ସହ ବୁଝାମଣା ଜରିଆରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅନଲାଇନ କିରାଣା ବଜାରର ଅଧା ଅଂଶ ଉପରେ କବଜା ଜମାଇପାରେ ।
ଏକ ରିପୋର୍ଟରେ ଦର୍ଶାଯାଇଛି କି କୋଭିଡ-19 ସଙ୍କଟ କାରଣରୁ ବୈଶ୍ବିକ ସ୍ତରରେ ଇ-କମର୍ସ କମ୍ପାନୀଙ୍କ ଅନୁପ୍ରବେଶ ଦ୍ବିଗୁଣିତ ହୋଇଛି । ଏଥିରେ ଉପଭୋକ୍ତା ପ୍ୟାକେଜ ସାମଗ୍ରୀ ଭଳି କ୍ଷେତ୍ରରେ ସର୍ବାଧିକ ବୃଦ୍ଧି ହୋଇଛି । ଅଭିବୃଦ୍ଧି ଏତେ ତୀବ୍ର ଗତିରେ ଥିଲା କି ଯେଉଁ ଆୟ 3 ବର୍ଷରେ ହୋଇନଥିଲା, ତାହା 3 ମାସରେ ହୋଇଛି ।
ରିପୋର୍ଟ ଅନୁସାରେ, ‘‘ ଭାରତରେ ଇ-ବାଣିଜ୍ୟ କମ୍ପାନୀର ଆକାର 2019-20ରୁ 27 ପ୍ରତିଶତ ହାରରେ ଆଶିଂକ ଭାବେ ବୃଦ୍ଧି ହୋଇ 2024 ସୁଦ୍ଧା 99 ଅରବ ଡଲାରର ହୋଇଯିବ । ବୃଦ୍ଧି କ୍ଷେତ୍ରରେ ଦେଖିବାକୁ ଗଲେ ଏଥିରେ କିରାଣା ସାମଗ୍ରୀ ଓ ଫ୍ୟାସନ/ ଡ୍ରେସ ଯୋଗଦାନ ମହତ୍ବପୂର୍ଣ୍ଣ ରହିବ । ’’
ଖୁଚୁରା କ୍ଷେତ୍ରର ଅନଲାଇନ କାରବାର 2024 ସୁଦ୍ଧା 10.7 ପ୍ରତିଶତ ରହିବା ଅନୁମାନ ରହିଛି । ଯାହାକି 2019ରେ 4.7 ପ୍ରତିଶତ ଥିଲା ।