ETV Bharat / business

ଖସିବନି ଭାରତର ନିବେଶ ଗ୍ରେଡ ରେଟିଂ

author img

By

Published : Mar 24, 2021, 10:56 PM IST

ବ୍ୟବସାୟ ଅନୁକୂଳ ବାତାବରଣ ମଧ୍ୟରେ ଭଲ ନିବେଶ ହେଉଥିବାରୁ ଦେଶର ନିବେଶ ରେଟିଂ ତଳମୁହାଁ ହେବନି ବୋଲି ବିଶ୍ବାସ ରଖିଛନ୍ତି ସୀତାରମଣ । ଅଧିକ ପଢନ୍ତୁ..

ଭାରତର ନିବେଶ ଗ୍ରେଡ ରେଟିଂ
ଭାରତର ନିବେଶ ଗ୍ରେଡ ରେଟିଂ

ନୂଆଦିଲ୍ଲୀ: ସୀମା ଶୁଳ୍କ ଢାଞ୍ଚାକୁ ତର୍କସଙ୍ଗତ କରାଯିବ । ଯେପରି ଘରୋଇ ବ୍ୟବସାୟୀଙ୍କୁ ବିଶେଷ କରି ଏମଏସଏମଇ ଶ୍ରେଣୀର ଉଦ୍ୟୋଗୀଙ୍କୁ ସୁବିଧା ମିଳିପାରିବ । ଏଥିସହ କର ଆଧାରକୁ ବ୍ୟାପକ କରାଯିବ । ଏଥିସହ ଭାରତର ନିବେଶ ଗ୍ରେଡ ରେଟିଂ ବଳବତ୍ତ ରହିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ ବୁଧବାର ଏ ନେଇ କହିଛନ୍ତି ।

ବ୍ୟବସାୟ ଅନୁକୂଳ ବାତାବରଣ ମଧ୍ୟରେ ଭଲ ନିବେଶ ହେଉଥିବାରୁ ଦେଶର ନିବେଶ ରେଟିଂ ତଳମୁହାଁ ହେବନି ବୋଲି ବିଶ୍ବାସ ରଖିଛନ୍ତି ସୀତାରମଣ ।

ସୀତାରମଣ ଅର୍ଥ ବିଧେୟକ 2021 ଆଗତ ସମୟରେ ରାଜ୍ୟସଭାରେ ହୋଇଥିବା ଚର୍ଚ୍ଚାର ଉତ୍ତର ଦେଇ କହିଛନ୍ତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ କରାଯାଇଛି । ସୁଗମ କାରବାର ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ । ଅର୍ଥମନ୍ତ୍ରୀଙ୍କ ଉତ୍ତର ପରେ ଅର୍ଥ ବିଧେୟକକୁ ଧ୍ବନିମତରେ ଲୋକସଭାକୁ ଫେରାଇ ଦିଆଯାଇଥିଲା । ଏହାକୁ ପୂର୍ବରୁ ହିଁ ଲୋକସଭାରେ ପାରିତ କରାଯାଇସାରିଛି । ଏହାସହିତ ସଂସଦ ସାଧାରଣ ବଜେଟକୁ ପାରିତ କରିବାର ପ୍ରକ୍ରିୟା ପୁରା କରାଯାଇସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.