ETV Bharat / business

ଜିଏସଟି ଅଧିନରେ ଆସିବ କମ୍ପାନୀ ଦ୍ବାରା ନିର୍ଦ୍ଦେଶକଙ୍କୁ ଦିଆଯାଉଥିବା ପାରିଶ୍ରମିକ

author img

By

Published : Jun 11, 2020, 7:30 PM IST

କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଏକ ସର୍କୁଲାରରେ ସ୍ପଷ୍ଟ କରିଛି କି, କମ୍ପାନୀଗୁଡିକ ଦ୍ବାରା ସ୍ବତନ୍ତ୍ର ନିର୍ଦ୍ଦେଶକ କିମ୍ବା ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ( କମ୍ପାନୀର କର୍ମଚାରୀ ନୁହେଁ)ଙ୍କୁ ଦିଆଯାଉଥିବା ପେମେଣ୍ଟ ଜିଏସଟି ଦର ଅଧିନରେ ସାମିଲ ହେବ । ଅଧିକ ପଢନ୍ତୁ..

directors remuneration paid by cos will be subjected to gst
ଜିଏସଟି ଅଧିନରେ ଆସିବ କମ୍ପାନୀ ଦ୍ବାରା ନିର୍ଦ୍ଦେଶକଙ୍କୁ ଦିଆଯାଉଥିବା ପାରିଶ୍ରମିକ

ନୂଆଦିଲ୍ଲୀ: କମ୍ପାନୀ ଦ୍ବାରା ନିର୍ଦ୍ଦେଶକଙ୍କୁ ଦିଆଯାଉଥିବା ପ୍ରଫେସନାଲ ଫିସ ଏବଂ ପାରିଶ୍ରମିକ ଦେୟ ଏବେ ଦ୍ରବ୍ୟ ଓ ସେବା କର( ଜିଏସଟି ) ଅଧିନରେ ରହିବ । ସରକାର ସଂଗ୍ରହ ବୃଦ୍ଧି ଟିକସ ବ୍ୟବସ୍ଥାରେ ରହିଥିବା ତ୍ରୁଟିକୁ ଦୂର କରିବାକୁ ଲାଗିପଡିଛନ୍ତି ।

କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଏକ ସର୍କୁଲାରରେ ସ୍ପଷ୍ଟ କରିଛି କି, କମ୍ପାନୀଗୁଡିକ ଦ୍ବାରା ସ୍ବତନ୍ତ୍ର ନିର୍ଦ୍ଦେଶକ କିମ୍ବା ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ( କମ୍ପାନୀର କର୍ମଚାରୀ ନୁହେଁ)ଙ୍କୁ ଦିଆଯାଉଥିବା ପେମେଣ୍ଟ ଜିଏସଟି ଦର ଅଧିନରରେ ସାମିଲ ହେବ ।

ସିବିଆଇସି କହିଛି ଯେ, ଏହିପରି ନିର୍ଦ୍ଦେଶକମାନଙ୍କୁ ସେମାନଙ୍କ ସେବା ପାଇଁ ଦେଉଥିବା ଦେୟ ଉପରେ କମ୍ପାନୀ ରିଭର୍ସ ଚାର୍ଜ ଆଧାରରେ ଟ୍ୟାକ୍ସ କାଟିବ । ଏହା ବ୍ୟତୀତ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ବା ଯେଉଁ ନିର୍ଦ୍ଦେଶକ କମ୍ପାନୀର କର୍ମଚାରୀ ମଧ୍ୟ ଥିବେ ସେମାନଙ୍କୁ ଦରମା ବ୍ୟତୀତ ପ୍ରଦାନ କରାଯାଉଥିବା ପାରିଶ୍ରମିକ ଜିଏସଟି ଅଧୀନରେ ରହିବ।

ଏହାର ଅର୍ଥ ହେଉଛି କି ନିର୍ଦ୍ଦେଶକ, ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ, ପରିଚାଳନା ନିର୍ଦ୍ଦେଶକ, ଯେଉଁମାନେ କମ୍ପାନୀର ନିଯୁକ୍ତ ମଧ୍ୟ ନାହାନ୍ତି ଆଉ ଦରମା ନିଅନ୍ତି, ସେମାନେ ଯଦି ଏଭଳି କୌଣସି ପାରିଶ୍ରମିକ(ଦରମା ବାଦ ଏକ୍ସଟ୍ରା ଫିସ ) ନେଇଥିବେ ତେବେ ତାହା ଜିଏସଟି ଅନ୍ତର୍ଭୁକ୍ତ ହେବ । ତେବେ ଏପରି ନିର୍ଦ୍ଦେଶକମାନଙ୍କୁ ଦିଆଯାଇଥିବା ଦରମା ଉପରେ କୌଣସି ଜିଏସଟି ଲାଗିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.