ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ କାର୍ଯ୍ୟକାରୀ ନିର୍ଦ୍ଦେଶକ(executive directors) ହେଲେ ଅଜୟ କୁମାର ଚୌଧୁରୀ ଏବଂ ଦୀପକ କୁମାର । ଦୁହିଁଙ୍କୁ ED ଭାବେ ନିଯୁକ୍ତି ଦିଆଯିବା ନେଇ ମଙ୍ଗଳବାର ଆରବିଆଇ(RBI) ସୂଚନା ଦେଇଛି ।
RBI ବିବୃତ୍ତି ଅନୁଯାୟୀ, ଗତ ୩ ତାରିଖ ଦିନ ଅଜୟ କୁମାର ଓ ଦୀପକ କୁମାରଙ୍କୁ ନୂଆ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ପୂର୍ବରୁ ଅଜୟ ଚୌଧୁରୀ କେନ୍ଦ୍ରୀୟ ବ୍ୟାଙ୍କ ନିରୀକ୍ଷଣ ବିଭାଗର ଚିଫ୍ ଜେନେରାଲ ମ୍ୟାନେଜର-ଇନ-ଚାର୍ଜ( Chief General Manager-in-Charge) ପଦରେ ଥିଲେ । ସେହିପରି ଇଡି ଭାବେ ନିଯୁକ୍ତ ପୂର୍ବରୁ ଦୀପକ ଆରବିଆଇ(RBI)ର ସୂଚନା ପ୍ରଯୁକ୍ତି ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ ।
କାର୍ଯ୍ୟକାରୀ ନିର୍ଦ୍ଦେଶକ(ED) ଭାବେ ଦୀପକ କୁମାର ରିଜର୍ଭ ବ୍ୟାଙ୍କ(RBI) ମାଲିକାନାଧୀନ ଜମା ଗ୍ୟାରେଣ୍ଟି ନିଗମ, ବୈଦେଶିକ ବିନିୟମ ବିଭାଗ ଏବଂ ସଞ୍ଚାର ବିଭାଗର କାର୍ଯ୍ୟ ନିରୀକ୍ଷଣ କରିବେ । ଏହି ପରିପ୍ରେକ୍ଷୀରେ ଅଜୟ କୁମାର ରିସ୍କ ମନିଟରିଂ, ଫିନଟେକ ଏବଂ ଯାଞ୍ଚ ବିଭାଗର ଦାୟିତ୍ବ ସମ୍ଭାଳିବେ ।
@ANI