ନୂଆଦିଲ୍ଲୀ: ଭାରତକୁ ଉଡାଣ ଭରିବ ଋଷିଆ । ଏଥିସହ ଆହୁରି 3ଟି ଦେଶକୁ ଜାନୁଆରୀ 27ରୁ ବିମାନ ଯାତ୍ରା କରିବ ଋଷିଆ । ଏଥିରେ ମସ୍କୋରୁ ଫିନଲ୍ୟାଣ୍ଡ ରାଜଧାନୀ, ଭିଏତନାମା, ଭାରତ ଏବଂ କତାର ରହିଛି । ଏହି 4 ଦେଶକୁ ଋଷିଆ ଆଗାମୀ 27ରୁ ବିମାନ ସେବା ଆରମ୍ଭ କରିବ । ଏ ନେଇ ଋଷିଆ ଅଥରିଟି ଶନିବାର ସୂଚନା ଦେଇଛନ୍ତି ।
ମହାମାରୀର ପ୍ରଥମ ସପ୍ତାହରୁ ଏସବୁ ଉଡାଣ ବନ୍ଦ ରହିଥିଲା ।
ସରକାରଙ୍କ ଏକ ବୈଠକ ପରେ ଏକ ବିବୃତ୍ତିରେ କୁହାଯାଇଛି ଯେ, ଏହି ଚାରି ଦେଶରେ ପ୍ରତି 100,000 ଲୋକଙ୍କ ପ୍ରତି ରାତିରେ 40 ରୁ କମ ନୂଆ ମାମଲା ଦେଖାଯାଉଛି ।
ପ୍ରକାଶ ଯେ, ଋଷିଆରେ ଗତ 24 ଘଣ୍ଟା ମଧ୍ୟରେ 24,092 କୋଭିଡ-19 ମାମଲା ପଞ୍ଜିକୃତ ହୋଇଛି ।