ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ 3 ଗୁଣାରୁ ଅଧିକ ବଢିଛି ସରକାରୀ କ୍ଷେତ୍ରର ବ୍ୟାଙ୍କ ଅଫ ଇଣ୍ଡିଆ (ବିଓଆଇ) ପ୍ରଫିଟ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ବ୍ୟାଙ୍କର ନିଟ ଲାଭ ଗତ ବର୍ଷ ତୁଳନାରେ 3 ଗୁଣା ବଢି 843.60 କୋଟି ଟଙ୍କାରେ ପହଞ୍ଚିଛି । ଫସିରହିଥିବା ଋଣ ବୋଝ ହ୍ରାସ ଯୋଗୁଁ ଏଭଳି ଅଭିବୃଦ୍ଧି ରେକର୍ଡ କରିଛି ବିଓଆଇ ।
ସେୟାର ବଜାରକୁ ପଠାଯାଇଥିବା ନିୟାମକୀୟ ସୂଚନାରେ ବିଓଆଇ କହିଛି କି, 2020 ଏପ୍ରିଲରୁ ଜୁନ ତ୍ରୟମାସରେ ମୋଟ ଆୟ ବୃଦ୍ଧି ପାଇ 11,941.52 କୋଟି ଟଙ୍କା ରହିଛି । ଯାହାକି ଗତ ବର୍ଷ 11,526.95 କୋଟି ଟଙ୍କା ଥିଲା ।
ସମ୍ପତ୍ତି କ୍ଷେତ୍ରରେ ବ୍ୟାଙ୍କର ମୋଟ ଅନାଦେୟ ଋଣ ( ଏନପିଏ) 2020 ଜୁନ 30କୁ ହ୍ରାସ ପାଇ 13.91 ପ୍ରତିଶତ ରହିଛି । 1 ବର୍ଷ ପୂର୍ବରୁ ଏହି ଅବଧିରେ ଏହା 16.50 ପ୍ରତିଶତରେ ଥିଲା । ସେହିଭଳି ନିଟ ଏନପିଏ ମଧ୍ୟ ଆଲୋଚ୍ୟ ଅବଧିରେ 5.79 ପ୍ରତିଶତରୁ ହ୍ରାସ ପାଇ 3.58 ପ୍ରତିଶତ ରହିଛି ।