ନୂଆଦିଲ୍ଲୀ: ଲକଡାଉନ କୋହଳ, ଉତ୍ପାଦନ ସ୍ବାଭାବିତତ ସହ ଅର୍ଥନୈତିକ କାର୍ଯ୍ୟକଳାପ ସୁଧୁରୁଛି । ଏଥିସହ ଦୁର୍ବଳ ହୋଇପଡିଥିବା ଅଟୋ ସେକ୍ଟର ପୁଣି ମଜବୁତ ହେଉଛି । ମାରୁତି , ଟେଲସା ପରେ ଗାଡି ନିର୍ମାତା କମ୍ପାନୀ ବଜାଜ ଅଟୋର ମୋଟ ବିକ୍ରି ମାର୍ଚ୍ଚ ମାସରେ 3,69,448 ରହିଛି ।
କମ୍ପାନୀ କୋଭିଡ-19 ସମ୍ବନ୍ଧିତ ବ୍ୟବଧାନ ମଧ୍ୟ 2020 ମାର୍ଚ୍ଚରେ 2,42,575 ୟୁନିଟର ବିକ୍ରି କରିଥିଲା । ବଜାଜ ଅଟୋ କହିଛି କି କମ୍ପାନୀର ମୋଟ ଘରୋଇ ବିକ୍ରି ଗତ ମାସ 1,98,551 ୟୁନିଟ ରହିଛି । ଯେତେବେଳେ କି 1 ବର୍ଷ ପୂର୍ବରୁ ସମାନ ଅବଧିରେ ଏହା 1,16,541 ୟୁନିଟ ଥିଲା । ବଜାଜ ଅଟୋର ମୋଟ ଦୁଇଚକିଆ ଯାନର ବିକ୍ରି ଗତ ମାସରେ 3,30,133 ୟୁନିଟ ଥିଲା । 2020 ମାର୍ଚ୍ଚରେ ଏଥିରେ 2,10,976 ଦୁଇଚକିଆ ଯାନ ବିକ୍ରି କରିଛି ।
ମାର୍ଚ୍ଚ ମାସରେ ମୋଟ ମିଶାଇ କମର୍ସିଆଲ ଯାନର ବିକ୍ରି 39,315 ୟୁନିଟ ରହିଛି । କମ୍ପାନୀ ଏକ ବର୍ଷ ତଳେ ଏହି ଅବଧିରେ 31,599 କମର୍ସିଆନ ଯାନ ବିକ୍ରି କରିଥିଲା । ବଜାଜ ଅଟୋ କହିଛି ଯେ ଗତ ମାସରେ ଏହାର ମୋଟ ରପ୍ତାନୀ 1,70,897 ୟୁନିଟ୍ ଥିଲା । 2020 ମାର୍ଚ୍ଚ ରେ, ଏହା 1,26,034 ଯାନ ରପ୍ତାନୀ କରିଥିଲା ।