ETV Bharat / business

ଟେଲିକମ ଚୁକ୍ତି, ଜିଓ କିଣିଲା ଏୟାରଟେଲ ସ୍ପେକ୍ଟ୍ରମ

author img

By

Published : Apr 6, 2021, 7:48 PM IST

1,497 କୋଟି ଟଙ୍କାରେ ସ୍ପେକ୍ଟ୍ରମ କ୍ରୟ ପାଇଁ ଜିଓ ଏୟାରଟେଲ ସହ ଚୁକ୍ତି କରିଛି । ଏହି ଚୁକ୍ତି ଅଧିନରେ ଜିଓକୁ ଏୟାରଟେଲର 800 ମେଗାହର୍ଟଜ ସ୍ପେକ୍ଟ୍ରମରେ ଉପଯୋଗର ଅଧିକାର ମିଳିବ । ଅଧିକ ପଢନ୍ତୁ..

ଟେଲିକମ ଚୁକ୍ତି, ଜିଓକିଣିଲା ଏୟାରଟେଲ ସ୍ପେକ୍ଟ୍ରମ

ନୂଆଦିଲ୍ଲୀ: ଏୟାରଟେଲ ସହ ଚୁକ୍ତି କଲା ରିଲାଏନ୍ସ ଜିଓ । ମଙ୍ଗଳବାର ରିଲାଏନ୍ସ ଜିଓ କହିଛି କି ଏହା ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଓ ମୁମ୍ବାଇ ସର୍କିଲରେ 800 ମେଗାହର୍ଟଜ (MHz) ସ୍ପେକ୍ଟ୍ରମ କ୍ରୟ ନେଇ ଭାରତୀ ଏୟାରଟେଲ ସହ ଅନୁବନ୍ଧିତ କରିଛି । ଏହି ଡିଲର ମୂଲ୍ୟ ପ୍ରାୟ 1,497 କୋଟି ଟଙ୍କା ରହିଛି ।

ବିବୃତ୍ତି ଅନୁସାରେ ରିଲାଏନ୍ସ ଜିଓ 800 ମେଗାହର୍ଟଜ ବ୍ୟାଣ୍ଡରେ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଓ ମୁମ୍ବାଇରେ ଅତିରିକ୍ତ ସ୍ପେକ୍ଟ୍ରମର ବ୍ୟବହାର କରି ଏହାର ଗ୍ରାହକଙ୍କୁ ସୁଲଭ ସୁବିଧା ଦେଇପାରିବ । ଏହି 3 ସର୍କିଲରେ ରିଲାଏନ୍ସ ଜିଓ ପାଖରେ 7.5 ମେଗାହର୍ଟଜ ଅତିରିକ୍ତ ସ୍ପେକ୍ଟ୍ରମ ଉପଲବ୍ଧ ହେବ ।

ଜିଓ ଅନୁସାର ଏହି ବୁଝାମଣା ଦୂରସଞ୍ଚାର ବିଭାଗ ଦ୍ବାରା ଜାରି ସ୍ପେକ୍ଟ୍ରମ କାରବାର ଦିଶାନିର୍ଦ୍ଦେଶ ଅନୁସାରେ କରାଯାଇଛି । ଏହି ଚୁକ୍ତିନାମା ନିୟାମକ ଅନୁମୋଦନ ଉପରେ ନିର୍ଭରଶୀଳ । ଏୟାରଟେଲ ମଧ୍ୟ ସ୍ବତନ୍ତ୍ର ଭାବେ ବିବୃତ୍ତି ଜାରି କରି ଏହି ଚୁକ୍ତି ନେଇ ସୁନିଶ୍ଚିତ କରିଛି । ଏହି ବୁଝାମଣା ଅଧିନରେ କମ୍ପାନୀକୁ ଅତିରିକ୍ତ ସ୍ପେକ୍ଟ୍ରମ ଦେବା ପାଇଁ ଜିଓ ଠାରୁ 1,037.6 କୋଟି ଟଙ୍କା ମିଳିବ । ଏହା ବ୍ୟତିତ ଜିଓ ସ୍ପେକ୍ଟ୍ରମକୁ ନେଇ 459 କୋଟି ଟଙ୍କା ପେମେଣ୍ଟ ପରେ କରିବ । ଯାହା ଚୁକ୍ତି ସମ୍ବନ୍ଧୀୟ ସଂଶୋଧନ ଉପରେ ନିର୍ଭରଶୀଳ ।

କମ୍ପାନୀ ଅନୁସାରେ ଏହି ଚୁକ୍ତି ଅଧିନରେ ଜିଓକୁ ଏୟାରଟେଲର 800 ମେଗାହର୍ଟଜ ସ୍ପେକ୍ଟ୍ରମରେ ଉପଯୋଗର ଅଧିକାର ମିଳିବ । ଏହା ଅନୁସାରେ ଆନ୍ଧ୍ରପ୍ରଦେଶରେ 3.75 ମେଗାହର୍ଟଜ , ଦିଲ୍ଲୀରେ 1.25 ମେଗାହର୍ଟଜ ଓ ମୁମ୍ବାଇରେ 2.50 ମେଗାହର୍ଟଜ ସ୍ଥାନାନ୍ତରିତ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.