ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓକୁ ମିଳିଲା ଅଷ୍ଟମ ନିବେଶକ । ଜିଓ ପ୍ଲାର୍ଟଫର୍ମରେ 5,683.50 କୋଟି ଟଙ୍କା ନିବେଶ କରିବ ଆବୁଧାବି ଇନଭେଷ୍ଟମେଣ୍ଟ ଅଥରିଟି (ADIA) । ଏଥିସହ ଗତ 7 ସପ୍ତାହରେ ମଧ୍ୟରେ ଜିଓରେ ମୋଟ 97,885 କୋଟି ଟଙ୍କା ନିବେଶ ହୋଇଛି ।
ରବିବାର ଏନେଇ ଘୋଷଣା କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏକ ବିବୃତ୍ତିରେ ପ୍ରକାଶ କରିଛି କି, ଜିଓ ପ୍ଲାର୍ଟଫର୍ମରେ 1.16 ପ୍ରତିଶତ ଅଂଶଧନ ବଦଳରେ ADIA ଏହି ନିବେଶ କରିଛି । ଆବୁଧାବି ଇନଭେଷ୍ଟମେଣ୍ଟ ଅଥରିଟି ଜିଓର ଇକ୍ୟୁଟି ଭେଲ୍ୟୁ 4.91 ଲକ୍ଷ କୋଟି ଓ ଏଣ୍ଟରପ୍ରାଇଜେଜ ଭେଲ୍ୟୁ 5.16 ଲକ୍ଷ କୋଟି ଟଙ୍କା ହିସାବ କରିଛି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ଏବେ ସୁଦ୍ଧା 21.06 ପ୍ରତିଶତ ଅଂଶଧନ ବିକ୍ରି ନେଇ ଚୁକ୍ତି କରାଯାଇଛି । 8 ଟି ନିବେଶ ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ସୁଦ୍ଧା 97,855.65 କୋଟି ଟଙ୍କା ଏକଜୁଟ କରିଛି । କମ୍ପାନୀ ଏହି ଟଙ୍କା ବ୍ୟବହାର କରି ପୁରୁଣା ଋଣକୁ ପରିଶୋଧ କରିପାରିବ । ପ୍ରକାଶ ଯେ, ADIA ଆବୁଧାବି ସରକାରଙ୍କ ପାଇଁ ନିବେଶ କରିଥାଏ ।