ETV Bharat / business

ଜିରୋ ବଜେଟ ଫାର୍ମିଙ୍ଗ: କଣ ଏହା, କେତେ ଲାଭପ୍ରଦ ହେବେ କୃଷକ ? - budget

କେନ୍ଦ୍ର ଫୋକସରେ କୃଷକ । ନିର୍ମଳାଙ୍କ ପ୍ରଥମ ବଜେଟର ମୁଖ୍ୟ ଅସ୍ତ୍ର ଚାଷ ଓ ଚାଷୀ । ଅନ୍ନଦାତାଙ୍କୁ ଉଚିତ ପାରିଶ୍ରମିକ ଦେବାକୁ ପ୍ରତିଶ୍ରୁତି ବଦ୍ଧ ମୋଦି ସରକାର । ଏଥିପାଇଁ ଲାଗୁ ହେବ ଜିରୋ ବଜେଟ ଫାର୍ମିଙ୍ଗ । ତେବେ ଭାରତରେ ଏହା ବାସ୍ତବରେ କେତେ ସମ୍ଭବ?

ଡିଜାଇନ ଫଟୋ
author img

By

Published : Jul 9, 2019, 4:10 PM IST

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଜିରୋ ବଜେଟ ଫାର୍ମିଙ୍ଗ । ପୂରଣ ହେବ ଦିଗୁଣା ଆୟ ପ୍ରତିଶ୍ରୁତି । ନିର୍ମଳାଙ୍କ ପ୍ରଥମେ ବଜେଟରେ ଚାଷୀଙ୍କ ପାଇଁ ଏଭଳି ଘୋଷଣା ଏବେ ସମଗ୍ର ଭାରତରେ ଚର୍ଚ୍ଚାର ଖୋରାକ ଯୋଗାଉଛି । ଜିରୋ ବଜେଟ ଫାର୍ମିଙ୍ଗ ଦେଶରେ କେତେ ସମ୍ଭବପର ? କଣ ସତରେ ଏହାର ଫାଇଦା ପାଇପାରିବେ 30 ଜିଲ୍ଲାର ଲକ୍ଷ ଲକ୍ଷ କୃଷି ।

କଣ ଏହି ‘ଜିରୋ ବଜେଟ ଫାର୍ମିଙ୍ଗ’

ଜିରୋ ବଜେଟ ଫାର୍ମିଙ୍ଗ ଅର୍ଥ , ବିନା ଋଣରେ ଚାଷୀ ଫସଲ ଅମଳ କରିବ । ଆଉ ଏଥିପାଇଁ କୌଣସି ପ୍ରକାର ସାର, କୀଟନାଶକ ଔଷଧ ବ୍ୟବହାର କରାଯାଇନଥାଏ । ଅର୍ଥାତ ଚାଷୀ ପ୍ରାକୃତିକ ଉପାୟରେ ଅନ୍ନ ଯୋଗାଇବ । ସମ୍ପୁର୍ଣ୍ଣ ଦେଶୀ ଉପାୟରେ ଫସଲ ଅମଳ ହେବ । ଏପରିକି ପମ୍ପ, ଡିଜେଲ ଚାଳିତ ଯନ୍ତ୍ର ଆଦିର ମଧ୍ୟ ଉପଯୋଗ କରିବ ନାହିଁ । ଯାହା ଫଳରେ ଚାଷୀକୁ ଏଥିପାଇଁ କୌଣସି ଅଧିକା ଖର୍ଚ୍ଚ କରିବାକୁ ପଡିବ ନାହିଁ । କିନ୍ତୁ ଏହା କଣ ସମ୍ଭବ କି? ବିନା ରସାୟନ ସାର , ପିଡିଆରେ ଫସଲ ଉତ୍ପାଦନ ଏତେଟା ସହଜ ନୁହେଁ ବୋଲି ଚାଷୀ ମତ ଦେଇଛନ୍ତି ।

କିଏ ଆଣିଛି ଏହାକୁ

ମହାରାଷ୍ଟ୍ରର ବିଦର୍ଭ ବାସିନ୍ଦା ସୁବାଷ ପାଲେକର ଏହାକୁ ପ୍ରଥମେ ଆଣିଥିଲେ । ବିନା ଖର୍ଚ୍ଚରେ ପ୍ରାକୃତିକ ଉପାୟରେ ସେ ଚାଷ କରିଥିଲେ । ଏଥିପାଇଁ ତାଙ୍କୁ ପଦ୍ମଶ୍ରୀରେ ମଧ୍ୟ ସମ୍ମାନିତ କରାଯାଇଛି । ଏପରିକି ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତାଙ୍କୁ ରାଜ୍ୟର ମୁଖ୍ୟ କୃଷି ଉପଦେଷ୍ଟା ଭାବେ ନିୟୋଜିତ କରିଥିଲେ ।

ଅର୍ଥମନ୍ତ୍ରୀ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ହିମାଞ୍ଚଳ ପ୍ରଦେଶ, ଉତ୍ତାରଖଣ୍ଡ ଆଦି ରାଜ୍ୟର କୃଷକଙ୍କୁ ଜିରୋ ବଜେଟ ଫାର୍ମିଙ୍ଗର ତାମିଲ ଦେବାକୁ ସରକାରଙ୍କୁ କହିଛନ୍ତି । ତେବେ ବର୍ତ୍ତମାନ ସମୟରେ ଦକ୍ଷିଣ ଭାରତରେ ଏହି ପ୍ରଣାଳୀକୁ ଆପଣାଯାଇଛି । ଆନ୍ଧ୍ର ପ୍ରଦେଶର ବହୁ ଜିଲ୍ଲାରେ ଏହି ପ୍ରଣାଳୀରେ ଚାଷ କରାଯାଉଛି । ହେଲେ ଏବେ ବି ବହୁ ରାଜ୍ୟ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ଏବେ ଦେଖିବାକୁ ବାକି ରହିଲା ସରକାରଙ୍କ ଏହି ଯୋଜନାରେ ବାସ୍ତବରେ ଫାଇଦା ଦେବ ନା ଫେଲ ମାରିବ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.