ନୂଆଦିଲ୍ଲୀ: ଏପ୍ରିଲ 11ରୁ ଭୋଟ ଦେବ ଭାରତ । ଏଥିପାଇଁ ଲାଗୁ ହୋଇ ସାରିଛି ନିର୍ବାଚନ ଆଚରଣ ବିଧି । ଚାରିଆଡେ ତତ୍ପରତା ବାତାବରଣ । ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଲକ୍ଷ୍ୟରେ ନେତାଙ୍କ ପାଇଁ ଟଣାଯାଇଛି ଲକ୍ଷ୍ମଣ ରେଖା । ଏହି ପ୍ରକ୍ରିୟାରୁ ବାଦ ପଡିନି ସୋସିଆଲ ସାଇଟ ।
ଅନଲାଇନ ଭିଡିଓ କମ୍ପାନୀ ୟୁଟ୍ୟୁବ ମଧ୍ୟ ଏବେ ଟିକିନିଖି ଖବର ରଖିଛି ସମସ୍ତ ରାଜନୈତିକ ପୋଷ୍ଟରେ । ମିଥ୍ୟା ତଥ୍ୟ କିମ୍ବା ଗୁଜବ ସୃଷ୍ଟି କରୁଥିବା ପୋଷ୍ଟ ଉପରେ ରଖୁଛି କଡା ନଜର । ନିର୍ବାଚନୀ ଋତୁରେ ଭୋଟ ହାତେଇବାର ବଡ ମାଧ୍ୟମ ସୋସିଆଲ ମିଡିଆ ରହିଥାଏ । ଏଥିଯୋଗୁଁ ଏଥିରେ ଯେପରି ଲୋକଙ୍କୁ ଭ୍ରମିତ କରିବା ଭଳି ମିଥ୍ୟା ଖବର ସମ୍ପ୍ରସାରିତ ନ ହୁଏ ସେଥିପାଇଁ ସଜାଗ ରହିଛି ସାଇଟ । ଏ ନେଇ ଗୁଗୁଲ ସର୍ଭିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ୟୁଟ୍ୟୁବର ସମାଚାର ପାର୍ଟନର କାଟ୍ଜୁ କହିଛନ୍ତି ଯେ, ଚଳିତ ମାସରେ କମ୍ପାନୀ ଭାରତରେ ବିଭିନ୍ନ କାର୍ଯ୍ୟକ୍ରମ , ବିଷୟ , ପ୍ରକାଶକ, ସର୍ଚ୍ଚ ଓ ଭିଡିଏ ଜରିଆରେ ସୂଚନା ପ୍ରେରଣ କରି ଲୋକଙ୍କୁ ସଚେତନ କରାଇଛୁ ।
ଯଦି କେହି କମ୍ପାନୀର ଦିଶା ନିର୍ଦ୍ଦେଶକୁ ଉଲଘଂନ କରିନ୍ତି , ତେବେ ସେମାନଙ୍କ ସମସ୍ତ ସମାଗ୍ରୀ ଅର୍ଥାତ ଫଟୋ , ଭିଡିଓ , ସୂଚନା ଆଦି ସମସ୍ତ ତଥ୍ୟ ସାଇଟରୁ ହଟାଇ ଦିଆଯିବ ।