ETV Bharat / business

ଆସନ୍ତା 18ରୁ ୟେସ ବ୍ୟାଙ୍କ ସେବା ଆରମ୍ଭ

author img

By

Published : Mar 16, 2020, 4:30 PM IST

ବୁଧବାର ସନ୍ଧ୍ୟା 6 ଟାରୁ ସମ୍ପୁର୍ଣ୍ଣ ରୂପେ ସ୍ବାଭାବିକ ହେବ ବ୍ୟାଙ୍କିଙ୍ଗ ସେବା । ଦେଶର ସମସ୍ତ ୟେସ ବ୍ୟାଙ୍କ ଶାଖା ମଧ୍ୟ କାର୍ଯ୍ୟକାରୀ ହେବ ।

yes bank to restart full fledged services from wednesday
ଆସନ୍ତା 18ରୁ ୟେସ ବ୍ୟାଙ୍କ ସେବା ଆରମ୍ଭ

ନୂଆଦିଲ୍ଲୀ: ଦୂର ହେବ ୟେସ ବ୍ୟାଙ୍କ ଗ୍ରାହକଙ୍କ ସମସ୍ୟା । ବୁଧବାର ସନ୍ଧ୍ୟା 6ଟାରୁ ସମ୍ପୁର୍ଣ୍ଣ ରୂପେ ସ୍ବାଭାବିକ ହେବ ବ୍ୟାଙ୍କିଙ୍ଗ ସେବା । ଦେଶର ସମସ୍ତ ୟେସ ବ୍ୟାଙ୍କ ଶାଖା ମଧ୍ୟ କାର୍ଯ୍ୟକାରୀ ହେବ । ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇସାରିଛନ୍ତି ଯେ ଏପ୍ରିଲ 3 ପର୍ଯ୍ୟନ୍ତ ୟେସ ବ୍ୟାଙ୍କ ଉପରେ ଲାଗିଥିହା କଟକଣାକୁ ମାର୍ଚ୍ଚ 18ରୁ ହଟାଯିବ ।

ପ୍ରକାଶ ଯେ, ୟେସ ବ୍ୟାଙ୍କର ଆର୍ଥିକ ପ୍ରଣାଳୀରେ ସ୍ଥିରତା ଆଣିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ 6,050 କୋଟି ଟଙ୍କା ନିବେଶ କରିଛି । ଏଥିସହ ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫ ଲିମିଟେଡ, ଏକ୍ସିସ ବ୍ୟାଙ୍କ, କୋଟକ ମହିନ୍ଦ୍ରା ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ, ଫେଡରାଲ ବ୍ୟାଙ୍କ ଓ ଆଇଡିଏଫସି ଫର୍ସଟ ମଧ୍ୟ ୟେସ ବ୍ୟାଙ୍କରେ ନିବେଶ କରିଛନ୍ତି ।

ଗତ ସପ୍ତାହରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ୟେସ ବ୍ୟାଙ୍କ ବୋର୍ଡର ପୁନର୍ଗଠନ ଯୋଜନାକୁ ମଞ୍ଜୁରୀ ଦେଇବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦର୍ଶାଇଥିଲେ । ପ୍ରକାଶ ଯେ,ଆର୍ଥିକ ଅନିୟମତା ଚିଠା ଖୋଲିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କରର ବୋ୍ଡକୁ ଭାଙ୍ଗିବା ସହ ମାସେ ପର୍ଯ୍ୟନ୍ତ ଟଙ୍କା ଉଠାଣ ସୀମା 50 ହଜାରରେ ସୀମିତ ରଖିଥିଲା । ହେବେ ବର୍ତମାନ ଏହି କଟକଣାକ ହଟାଯିବା ସହ ବ୍ୟାଙ୍କିଙ୍ଗ ସେବା ମାର୍ଚ୍ଚ 18ରୁ ସ୍ବାଭାବିକ ହେବା ନେଇ ସୂଚନା ଦିଆଯାଇଛି । ଏହି ଖବରରେ ଜମାକର୍ତ୍ତା ଆଶ୍ବସ୍ତ ହେବା ସହ ନିବେଶକ ବିଶ୍ବାସ ଫେରିଛି । ଫଳରେ ସେୟାର ସୂଚକାଙ୍କ ଉପରମୁହାଁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.