ETV Bharat / business

ବିଜନେସ 2020: ରୁଗ୍‌ଣ ଅର୍ଥବ୍ୟବସ୍ଥାକୁ ମିଳିଲା ଭିଟାମିନ

author img

By

Published : Dec 25, 2020, 8:00 AM IST

ଭାରତ କୋରୋନା ମହାମାରୀକୁ ହରାଇ ଆଗକୁ ବଢିବ । ଏଥିସହ ପୁଣି ଥରେ ବିକାଶ ପଥରେ ଆଗେଇବ । ଏଥିଲାଗି ଅର୍ଥନୀତି ପାଇଁ ଅଭିଶାପ ପାଲଟିଥିବା 2020ର ମୁକାବିଲା ପାଇଁ ବିଭିନ୍ନ ସଂସ୍କାର ସହ ସରକାର ଆଣିଛନ୍ତି ଅଭିବୃଦ୍ଧିର ନୂଆ ଦିଗବଳୟ ।

ବିଜନେସ 2020:  ରୁଗ୍ନ  ଅର୍ଥବ୍ୟବସ୍ଥାକୁ ମିଳିଲା ଭିଟାମିନ

ହାଇଦ୍ରାବାଦ: କୋରୋନା ପ୍ରଭାବରେ ଦୁର୍ବଳ ଓ ରୁଗ୍ନ ଅର୍ଥବ୍ୟବସ୍ଥାକୁ ପୁଣି ଥରେ ଅଣ୍ଟା ସଳଖି ଠିଆ ହେବାକୁ ବହୁ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ଅର୍ଥନୀତିର ପ୍ରମୁଖ ଦିଗକୁ ଧ୍ୟାନ ଦେଇ ବିଭିନ୍ନ ସେକ୍ଟରକୁ ବୁଷ୍ଟର ଦେବାକୁ ହୋଇଛି ବହୁ ଘୋଷଣା । ତେବେ 2019ରେ ଟିକସ ସହ ଜଡିତ ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇଥିଲା ବେଳେ 2020 ରେ ବ୍ୟାଙ୍କିଙ୍ଗ ସେକ୍ଟର ଓ ରିଅଲ ଇଷ୍ଟେଟ ଭଳି ବିଭିନ୍ନ ସେକ୍ଟର ଓ ଶ୍ରେଣୀ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଣିଛନ୍ତି ବମ୍ପର ଆର୍ଥିକ ପ୍ୟାକେଜ । ତେବେ ଜାଣନ୍ତୁ ଅର୍ଥନୀତିକୁ ସଞ୍ଜିବନୀ ଦେବାକୁ 2020ରେ ଅର୍ଥନୀତି ପାଇଁ ହୋଇଥିବା ପ୍ରମୁଖ ଘୋଷଣା-

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ -

ପ୍ୟାକେଜ ଘୋଷଣାର ପ୍ରଥମ ପର୍ଯ୍ୟାୟ ଥିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା । 1.70 ଲକ୍ଷ କୋଟି ଟଙ୍କାର ଏହି ପ୍ୟାକେଜରେ କେନ୍ଦ୍ର ସରକାର ମାଗଣା ଖାଦ୍ୟ ଶସ୍ୟ , ମହିଳା, ଗରିବ , ବରିଷ୍ଠ ନାଗରିକ , ଚାଷୀଙ୍କୁ ଟଙ୍କା ଦେଇଛନ୍ତି । ପ୍ୟାକେଜର ଶୀଘ୍ର କାର୍ଯ୍ୟକାରିତା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ନିରନ୍ତର ନଜର ରଖାଯାଉଛି । ପ୍ୟାକେଜରେ 42 କୋଟିରୁ ଅଧିକ ଗରିବ ଲୋକ 65,454 କୋଟି ଟଙ୍କା ଆର୍ଥିକ ସହାୟତା ପାଇଛନ୍ତି ବୋଲି ସରକାର କହିଛନ୍ତି ।

ଆତ୍ମନିର୍ଭର ଭାରତ ଅଭିଯାନ

କୋରୋନା ମହାମାରୀ ଲକଡାଉନ ଯୋଗୁଁ ଶିଳ୍ପ ଜଗତ ମାଟି କାମୁଡିବା ସମୟରେ କେନ୍ଦ୍ର ସରକାର ଆଣିଲେ ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜ । 20.97 ଲକ୍ଷ କୋଟିର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜକୁ 5ଟି କିସ୍ତିରେ ଆଣିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିରେ ଶିଳ୍ପ , କୃଷି-ଆନୁସଙ୍ଗିକ , ସ୍ବାସ୍ଥ୍ୟ , ଶିକ୍ଷା ଭଳି କ୍ଷେତ୍ରଗୁଡିକ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । କୋଭିଡ ଆଘାତରେ ମଳିନ ପଡିଥିବା ଅଭିବୃଦ୍ଧିର ରଙ୍ଗ ପୁଣି ତେଜିଆନ ପାଇଁ ଏହା ଜରିଆରେ ହୋଇଛି ପ୍ରୟାସ ।

  • କୋଲ ଇଣ୍ଡିଆର ଏକଛତ୍ରବାଦରେ ପୂର୍ଣ୍ଣଚ୍ଛେଦ ଲାଗିଛି । ନିବେଶ ହେବ 50 ହଜାର କୋଟି ।
  • ପିପିପି ମୋଡରେ ବିମାନ ବନ୍ଦର ନିର୍ମାଣକୁ ଅନୁମତି ।
  • ପ୍ରତିରକ୍ଷା ଉତ୍ପାଦନରେ ଏଫଡିଆଇ ନିବେଶକୁ 74 ପ୍ରତିଶତ ବଢାଇବାକୁ ଘୋଷଣା
  • ଖଣିଜ କ୍ଷେତ୍ରରେ ଆସିବ ନୀତିଗତ ସଂସ୍କାର
  • ଖଣିଜ କ୍ଷେତ୍ରରେ ଘରୋଇ ନିବେଶର ସମ୍ପ୍ରସାରଣ
  • ସାମାଜିକ ଭିତ୍ତିଭୂମିରେ ଘରୋଇ ନିବେଶ ବୃଦ୍ଧି
  • ଲକ୍ଷେ କୋଟିର ଭିତ୍ତିଭୂମି ପାଣ୍ଠି , ଅଣୁ ଖାଦ୍ୟ ଉଦ୍ୟୋଗ ପାଇଁ 10 ହଜାର କୋଟି
  • ମତ୍ସ୍ୟଚାଷ ପାଇଁ 20 ହଜାର କୋଟି, ମହୁଚାଷ ପାଇଁ 500 କୋଟି, ଆୟୁର୍ବେଦିକ ଚାଷକୁ ପ୍ରୋତ୍ସାହନ
  • 15 ହଜାର କୋଟିର ପଶୁ ସମ୍ପଦ ଭିତ୍ତିଭୂମି ପାଣ୍ଠି, ଅଣୁ ଖାଦ୍ୟ ଉଦ୍ୟୋଗକୁ 10 ହଜାର କୋଟି
  • ଉଠା ଦୋକାନୀଙ୍କ ପାଇଁ 5 ହଜାର କୋଟିର ଋଣ
  • କ୍ଷୁଦ୍ର ଚାଷୀଙ୍କୁ 30 ହଜାର କୋଟିର ନାବାର୍ଡ ସହାୟତା

‘ଆତ୍ମନିର୍ଭର ଭାରତ’ ପ୍ୟାକେଜର ବଜେଟ ବିବରଣୀ

  • ପ୍ରଥମ ଦିନରେ (ରାଉଣ୍ଡ-1) 5,94,550 କୋଟି ଟଙ୍କାର ଆବଣ୍ଟନ ।
  • ଦ୍ବିତୀୟ ଦିନରେ (ରାଉଣ୍ଡ-2) କୃଷି , ଗୃହ, ଗ୍ରାମୀଣ କ୍ଷେତ୍ର ପାଇଁ 3,10,000 କୋଟି ଟଙ୍କାର ବ୍ୟୟବରାଦ ।
  • ତୃତୀୟ ଦିନ(ରାଉଣ୍ଡ-3) କୃଷି ଓ ଆନୁସଙ୍ଗିକ କ୍ଷେତ୍ରକୁ ପୁନର୍ଜୀବିତ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ 1,50,000 କୋଟି ଟଙ୍କା ବଣ୍ଟନ ।
  • ଚତୁର୍ଥ ଓ ପଞ୍ଚମ ଦିନ(ରାଉଣ୍ଡ-4 ଓ 5)ରେ କୋଇଲା ଠାରୁ ବିମାନ ସେବା ଓ ସ୍ବାସ୍ଥ୍ୟ, ଶିକ୍ଷା ଠାରୁ ବ୍ୟବସାୟୀଙ୍କ ପାଇଁ 48,100 କୋଟି ଟଙ୍କାର ପ୍ଲାନ ଅଣାଯାଇଛି ।
  • ମୋଟ ରିବ୍ୟୁଟ ଡୋଜ ସହାୟତା - 11,02,650
  • ପ୍ୟାକେଜ ଘୋଷଣା ପୂର୍ବରୁ ଡୋଜ- 9,94,403 - ମୋଟ 20 ,97,053 କୋଟି ଟଙ୍କା
  • ଏହା ବ୍ୟତିତ ପ୍ୟାକେଜରେ ପିଏମଜିକେପି ଅଧିନରେ 1,92,800 କୋଟି ଟଙ୍କା ଓ ଆରବିଆଇ ଉପାୟ ଜରିଆରେ 8,01,603 କୋଟି ଟଙ୍କାର ଉପାୟ ମଧ୍ୟ ଏହି ମହାପ୍ୟାକେଜରେ ସାମିଲ ରହିଛି । ଯାହାକି 9,94,403 କୋଟି ଟଙ୍କାର ବଜେଟ ରହିଛି ।

ଆତ୍ମନିର୍ଭର ଭାରତ ପ୍ୟାକେଜ - 2 ( ଅକ୍ଟୋବର 12)

  • ଅକ୍ଟୋବର 12ରେ ପୁଣି ଘୋଷଣା ହେଲା 73 ହଜାର କୋଟିର ପ୍ୟାକେଜ
  • ରାଜ୍ୟକୁ 50 ବର୍ଷୀୟା 12 ହଜାର କୋଟିର ସୁଧମୁକ୍ତ ଋଣ
  • କେନ୍ଦ୍ର କର୍ମଚାରୀଙ୍କୁ 10,000 ଟଙ୍କା ଲେଖାଏଁ ସୁଧରହିତ ଋଣ ପ୍ରଦାନ
  • ଅତିରିକ୍ତ ବ୍ୟୟ ବରାଦ ବାବଦକୁ 25,000 କୋଟି ଟଙ୍କାର ଘୋଷଣା

ଆତ୍ମନିର୍ଭର ପ୍ୟାକେଜ- 3.0 ରେ 2.65 ଲକ୍ଷ କୋଟିର ବୁଷ୍ଟର (ନଭେମ୍ବର 13)

  • ମୋଟ 12ଟି ଘୋଷଣା ହୋଇଛି
  • 14 କୋଟି ଚାଷୀଙ୍କ ପାଇଁ 56 ହଜାର କୋଟିର ସାର ସବସିଡି
  • ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଯୋଜନା ପାଇଁ ଅତିରିକ୍ତ 10,000 କୋଟି
  • କୋରୋନା ଟିକାର ଗବେଷଣା ଓ ବିକାଶ ପାଇଁ 900 କୋଟି
  • ହାଉସିଂ, କମ୍ପାନୀ ଓ ଗୃହ କ୍ରେତାଙ୍କ ପାଇଁ ଆୟକର ରିହାତି
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନ ପାଇଁ 18,000 କୋଟି ବ୍ୟୟବରାଦ
  • ପୁଞ୍ଜି ଓ ଶିଳ୍ପାୟନ ପାଇଁ 10,200 କୋଟି

ମୋରାଟୋରିୟମରେ ଋଣଗ୍ରହୀତାଙ୍କୁ ଆଶ୍ବସ୍ତି

କୋରୋନା ପ୍ରତିହିତ ପାଇଁ ଲାଗୁ ଲକଡାଉନ ସମୟରେ ବହୁ ଲୋକ ରୋଜଗାର ହରାଇଲେ । ଆୟ ନଥିବାରୁ ବ୍ୟାଙ୍କ ଋଣ ସୁଝିବା ପାଇଁ ସକ୍ଷମ ହୋଇନଥିବା ବେଳେ ଆରବିଆଇ ନିର୍ଦ୍ଦେଶ ପରେ 6 ମାସ ଇଏମଆଇ ପରିଶୋଧ ସ୍ଥଗତି ହେଲା । ଏପରିକି ମୋରାଟୋରିୟମ ଅବଧିର ଚକ୍ରବୃଦ୍ଧି ସୁଧକୁ (2 କୋଟି ବକେୟା ଉପରେ) ମଧ୍ୟ ଛାଡ କରାଗଲା । ଫଳରେ ଏମଏସଏମଇ ଠାରୁ ଶିକ୍ଷା , ଗୃହ ଆଦି ବାବଦରେ ଋଣ ନେଇଥିବା ବହୁ ଋଣଗ୍ରହୀତା ଲାଭବାନ ହେଲେ ।

ଆରବିଆଇ ପଦକ୍ଷେପ

ଅନଲାଇନ କାରବାର ଓ ଡିଜିଟାଲ ଟ୍ରାଞ୍ଜାକ୍ସନକୁ ପ୍ରୋତ୍ସାହିତ କରିଛି ଆରବିଆଇ । ଫଳରେ ଲକଡାଉନ ସମୟରେ ବିନା ନୋଟରେ କାରବାର ହୋଇପାରିଛି । ସେହିଭଳି ଏନବିଏଫସିକୁ ବ୍ୟାଙ୍କ କ୍ଷମତା ଦିଆଯାଇଛି । ଫେବୃଆରୀ ପରଠୁ ଆରବିଆଇ ରେପୋରେଟ 1.15 ପ୍ରତିଶତ ହ୍ରାସ କରିଛି ।

ପଦକ୍ଷେପ ଟଙ୍କା (କୋଟିରେ )
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ192,800
ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜ 1.0 1,102,650
ପିଏମଜିକେପି ଅନ୍ନ ଯୋଜନା - ଜୁଲାଇରୁ ନଭେମ୍ବର 5 ମାସ ବଢିଲା 82,911
ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜ 2.073,000
ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜ 3.0 265,080
ଆରବିଆଇ ବଡ ଘୋଷଣା 1,271,200
ମୋଟ 2,987,641

ବ୍ୟାଙ୍କର ମିଶ୍ରଣ

  • ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ ଘୋଷଣା କରି ଦେଶର 18 ବ୍ୟାଙ୍କରେ 6 ସହକାରୀ ବ୍ୟାଙ୍କର ମିଶ୍ରଣ କରିଛନ୍ତି ।
  • ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହ ଯୋଡି ହୋଇଛି । ଫଳରେ ଏହା ଦେଶର ଦ୍ବିତୀୟ ସର୍ବବୃହତ୍ତ ବ୍ୟାଙ୍କ ହୋଇଛି । ସେହିଭଳି ସିଣ୍ଡିକେଟ ବ୍ୟାଙ୍କକୁ କାନାରା ବ୍ୟାଙ୍କ ସହ ଓ ୟୁନିଅନ ବ୍ୟାଙ୍କକୁ ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କ ସହ ବିଲୟ ହୋଇଛି । ଏପରି ଭାବେ ଆହ୍ଲାବାଦ ବ୍ୟାଙ୍କକୁ ଇଣ୍ଡିଆନ ବ୍ୟାଙ୍କ ସହ ମିଶ୍ରଣ ହେଲା । 2020 ଏପ୍ରିଲ ପହିଲାରୁ ଏହି 10 ବ୍ୟାଙ୍କକୁ 4 ବ୍ୟାଙ୍କରେ ପରିଣତ କରାଯାଇଛି । ବର୍ତ୍ତମାନ ଦେଶରେ 12 ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିଛି । ପ୍ରକାଶ ଯେ, 2017ରେ ଦେଶରେ ରାଷ୍ଟ୍ରାୟତ ବ୍ୟାଙ୍କ ସଂଖ୍ୟା 27 ଥିଲା
  • ସେହିଭଳି ତାମିଲନାଡୁର 100 ବର୍ଷ ପୁରୁଣା ଘରୋଇ ବ୍ୟାଙ୍କ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଡେଭଲପମେଣ୍ଟ ବ୍ୟାଙ୍କ ଅଫ ସିଙ୍ଗାପୁର ବ୍ୟାଙ୍କ (ଡିବିଏସ) ସହ ମିଶିଛି । ଏହି ମିଶ୍ରଣ ନଭେମ୍ବର 27ରୁ ଲାଗୁ ହୋଇଛି ।

ରପ୍ତାନୀକୁ ପ୍ରୋତ୍ସାହନ ଦେବାକୁ ବ୍ୟାପାର ମେଳା ଆୟୋଜନ

ଦେଶ ଅଭିବୃଦ୍ଧିର ମୂଳ ଉତ୍ସ ରପ୍ତାନୀ । ଆଉ ଏହାକୁ ବଢାଇବା ପାଇଁ ସରକାର 4ଟି ସ୍ଥାନରେ 2020 ଯାଏଁ ବଡ ବ୍ୟାପାର ମେଳାର ଆୟୋଜନ ହୋଇଛି । ଏହି ମେଳା 2022 ସୁଦ୍ଧା କୃଷକଙ୍କ ଆୟ ଦ୍ବିଗୁଣା କରିବା ଓ କୃଷି ରପ୍ତାନୀକୁ ପ୍ରୋତ୍ସାହନ ଦେବାର ପ୍ରମୁଖ ଅଂଶ । ଆଗକୁ ଦୁବାଇ ଭଳି ହସ୍ତଶିଳ୍ପ, ପର୍ଯ୍ୟଟନ , ଯୋଗ , ଟେକ୍ସଟାଇଲ ମେଳା ଭାରତରେ ମଧ୍ୟ ଲାଗିବ । ଏକ୍ସପୋର୍ଟକୁ ବଢାଇବା ପାଇଁ ଟିକସ ଓ ଡ୍ୟୁଟିର ରିଫଣ୍ଡକୁ ମଧ୍ୟ ବଢାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.