ETV Bharat / business

ଭାରତୀୟ ରେଳବାଇ ପାଇଁ ଐତିହାସିକ ବର୍ଷ ଥିଲା 2019 - 2019ରେ ରେଳର ଉପଲବ୍ଧି

ଭାରତୀୟ ରେଳ ପାଇଁ 2019 ଥିଲା ଐତିହାସିକ । ପୂରଣ ହୋଇଛି ରେଳବାଇର ସବୁ ଅଧପନ୍ତରିଆ କାମ । ଅଧିକ ପଢନ୍ତୁ...

year 2019 historic for indian raiways
ରେଳ ପାଇଁ 2019 ଥିଲା ଐତିହାସିକ
author img

By

Published : Jan 16, 2020, 8:36 PM IST

ନୂଆଦିଲ୍ଲୀ: ଭାରତୀୟ ରେଳ ପାଇଁ ଐତିହାସିକ ବର୍ଷ ଥିଲା 2019 । ଏହି ଗୋଟିଏ ବର୍ଷରେ 20 ବର୍ଷ ଧରି ଝୁଲି ରହିଥିବା କାମକୁ ପୁରା କରିଛି ରେଲୱେ । ରେଲୱେ ରେଲିଙ୍ଗ ଷ୍ଟକ ସଦସ୍ୟ ସଚିବ ରାଜେଶ ଅଗ୍ରୱାଲ ଗଣମାଧ୍ୟମକୁ ଏ ନେଇ ସୂଚନା ଦେଇଛନ୍ତି ।

ଭାରତୀୟ ରେଳବାଇ ପାଇଁ ଐତିହାସିକ ବର୍ଷ ଥିଲା 2019

ସେ ଦାବି କରିଛନ୍ତି ଯେ, ପାସେଞ୍ଜର ଅନୁଭବ, ମୋବିଲିଟି ବୃଦ୍ଧି, ଫ୍ରଣ୍ଟ କରିଡର ବିସ୍ତାର, କୋଚ ଉତ୍ପାଦନ ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ରେଲୱେ ଉଲ୍ଲେଖନୀୟ କାମ କରିଛି । 2019ରେ ରେଲୱେ ପ୍ରାୟ 1 ଅରବ ଡଲାରର ଅତିରିକ୍ତ ଉତ୍ପାଦନ କରିଛି ।

ଅଗ୍ରୱାଲଙ୍କ ମୁତାବକ, ଏ ବର୍ଷ ପାସେଞ୍ଜରଙ୍କ ସୁବିଧା ହିସାବରୁ ଟ୍ରେନ ସେବା ଉଚ୍ଚକୋଟିର ରହିଛି । 2019ରେ ଆଇସିଏଇ କୋଚ ସଂଖ୍ୟା 3 ଗୁଣ ବଢିଛି । ଯେତେବେଳେ କି ରେଲୱେ 10 ପ୍ରତିଶତ ଏଲଏଚବି ଉପରେ ପରିବର୍ତ୍ତନ ହୋଇଛି ।

ରେଲୱେ ଦାବି କରିଛି ଯେ, ତିଆରି ହୋଇଥିବା ସମସ୍ତ ସ୍ମାର୍ଟ କୋଚରେ ଅତ୍ୟାଧୁନିକ ବାୟୋ ଟଏଲଟ, ଏଲଇଡି ଲାଇଟ ବ୍ୟବସ୍ଥା ସରିଛି । ଏଥିସହ ବହୁ ଦେଶକୁ ଏହି ଅତ୍ୟାଧୁନିକ କୋଚ ରପ୍ତାନୀ ମଧ୍ୟ କରାଯାଇଛି ।

ଭାରତୀୟ ରେଲୱେ ପାଇଁ ମୋବିଲିଟି ଏକ ସମସ୍ୟା ରହିଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ଜୋନରେ ରେଲୱେ ହବ ତିଆରି କରାଯାଉଛି । ଯେପରି ଇଣ୍ଟରନେଟ ସିଟ ଟ୍ରେନ, ରିଜନାଲ ଟ୍ରେନ, ସବ ଅର୍ବନ ଟ୍ରେନ ଓ ମୋଟ୍ରୋ ଟ୍ରେନକୁ ଯୋଡାଯାଇପାରିବ । ଏଥିରୁ ରେଲୱେର ବୋଝ ଓ ସମୟ ବଞ୍ଚିପାରିବ ।

ସେହିପରି Freight କରିଡର ତିଆରି ପାଇଁ ରେଲୱେ ତତ୍ପର ରହିଛି । ଯେଉଁଥିରୁ ରେଲୱେର ଲଜିଷ୍ଟିକ ଖର୍ଚ୍ଚ କମ ହୋଇପାରିବ । ଉଦ୍ୟୋଗ ଜଗତର ଦାବି ଅନୁଯାୟୀ ରେଲୱେ ମାଲପରିବହ ପାଇଁ ଏଭଳି ଡବା ତିଆରି କରୁ ଯେପରି ଟ୍ରକ, ବଡ ଗାଡି, ଟ୍ରାକ୍ଟର ଭଳି ସମାଗ୍ରୀ ଗ୍ରାହକଙ୍କ ପାଖକୁ ପହଞ୍ଚାଯାଇପାରିବ । ରେଲୱେର ଏହି ପ୍ରୟାସର ଲାଭ ଉଠାଇବା ପାଇଁ ମାରୁତି ଓ ହ୍ୟୁଣ୍ଡାଇ ଭଳି କମ୍ପାନୀ ଆଗକୁ ଆସିଛନ୍ତି ।

Intro:Body:

bgbn

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.