ETV Bharat / business

ମହଙ୍ଗା ଚଡକ: 8 ମାସର ସର୍ବୋଚ୍ଚ ସ୍ତରରେ ଅକ୍ଟୋବର WPI

author img

By

Published : Nov 16, 2020, 5:44 PM IST

ବିନିର୍ମାଣ ଉତ୍ପାଦ ମହଙ୍ଗା ହେବା ଯୋଗୁଁ ମୁଦ୍ରାସ୍ପୀତି ବଢୁଛି । ହୋଲସେଲ ମୂଲ୍ୟ ଉପରେ ଆଧାରିତ ମୁଦ୍ରାସ୍ପୀତି ଅକ୍ଟୋବରରେ ବୃଦ୍ଧି ପାଇ 1.48 ପ୍ରତିଶତରେ ପହଞ୍ଚିଛି । ଯାହାକି 8 ମାସର ସର୍ବୋଚ୍ଚ ସ୍ତର । ଅଧିକ ପଢନ୍ତୁ..

ମହଙ୍ଗା ଚଡକ: 8 ମାସର ସର୍ବୋଚ୍ଚ ସ୍ତରରେ ଅକ୍ଟୋବର   WPI
ମହଙ୍ଗା ଚଡକ: 8 ମାସର ସର୍ବୋଚ୍ଚ ସ୍ତରରେ ଅକ୍ଟୋବର WPI

ନୂଆଦିଲ୍ଲୀ: ବଢିଲା ଚିନ୍ତା । କୋରୋନା କାଳରେ ଝଟକା ଦେଇଚାଲିଛି ଦରଦାମ ରିପୋର୍ଟ । ହୋଲସେଲ ମୂଲ୍ୟ ଉପରେ ଆଧାରିତ ମୁଦ୍ରାସ୍ପୀତି ଅକ୍ଟୋବରରେ ବୃଦ୍ଧି ପାଇ 1.48 ପ୍ରତିଶତରେ ପହଞ୍ଚିଛି । ଯାହାକି 8 ମାସର ସର୍ବୋଚ୍ଚ ସ୍ତର ।

ବିନିର୍ମାଣ ଉତ୍ପାଦ ମହଙ୍ଗା ହେବା ଯୋଗୁଁ ମୁଦ୍ରାସ୍ପୀତି ବଢୁଛି । ସେପ୍ଟେମ୍ବରରେ ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଆଧାରିତ ମୁଦ୍ରାସ୍ପୀତି 1.32 ପ୍ରତିଶତରେ ରହିଥିଲା ବେଳେ ଗତ ବର୍ଷ ଅକ୍ଟୋବରରେ ଏହା ଶୂନ୍ୟ ଥିଲା । ଫେବୃଆରୀ ପରେ ଏଥର ହୋଲସେଲ ମୁଦ୍ରାସ୍ପୀତି ସବୁଠୁ ଶୀର୍ଷରେ ରହିଛି । ଫେବୃଆରୀରେ ଏହା 2.26 ପ୍ରତିଶତ ଥିଲା ।

ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଜାରି ରିପୋର୍ଟ ମୁତାବକ ଅକ୍ଟୋବରରେ ଖାଦ୍ୟ ସାମଗ୍ରୀ ଦାମ ଖସିଛି । ଯେତେବେଳେ କି ଏହି ସମୟରେ ବିନିର୍ମାଣ ଉତ୍ପାଦ ମହଙ୍ଗା ହୋଇଛି । ଅକ୍ଟୋବର ମାସରେ ଖାଦ୍ୟ ମୁଦ୍ରାସ୍ପୀତି ହ୍ରାସ ହୋଇ 6.37 ପ୍ରତିଶତ ରହିଛି । ସେପ୍ଟେମ୍ବରରେ ଏହା 8.17 ପ୍ରତିଶତ ସ୍ତରରେ ରହିଥିଲା । ସମୀକ୍ଷାଧୀନ ମାସରେ ପରିବା ଓ ଆଳୁ ଦାମ କ୍ରମଶଃ 25.23 ପ୍ରତିଶତ ଓ 107.70 ବଢିଛି । ସେହିପରି ଅଣ ଖାଦ୍ୟ ବସ୍ତୁ ଦାମ 2.85 ପ୍ରତିଶତ ଓ ଖଣିଜ ଦାମ 9.11 ବଢିଯାଇଛି ।

ଅକ୍ଟୋବର ମାସରେ ବିନିର୍ମାଣ ଉତ୍ପାଦ 2.12 ପ୍ରତିଶତ ମହଙ୍ଗା ହୋଇଛି । ସେପ୍ଟେମ୍ବରରେ ଏହାର ଦାମ 1.61 ପ୍ରତିଶତ ବଢିଥିଲା । ଏହି ସମୟରେ ଇନ୍ଧନ ଓ ବିଦ୍ୟୁତ ଦାମ 10.95 ପ୍ରତିଶତ ଖସିଛି ।

ଗତ ସପ୍ତାହରେ ଜାରି ତଥ୍ୟ ଅନିସାରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରିତ ଖାଦ୍ୟ ମୁଦ୍ରାସ୍ପୀତି ଅକ୍ଟୋବରରେ 7.61 ପ୍ରତିଶତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.