ETV Bharat / business

କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ହେବ ଲ୍ୟାଣ୍ଡ ବ୍ୟାଙ୍କ

author img

By

Published : Aug 11, 2020, 4:05 PM IST

ଲ୍ୟାଣ୍ଡ ବ୍ୟାଙ୍କ ଏବଂ ସୋସିଆଲ ମାଇକ୍ରୋ ଫାଇନାନ୍ସ ସଂସ୍ଥା ଛୋଟ ଛୋଟ ଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଲାଭବାନ ହେବ । ଅଧିକ ପଢନ୍ତୁ..

କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ହେବ ଲ୍ୟାଣ୍ଡ ବ୍ୟାଙ୍କ
କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ହେବ ଲ୍ୟାଣ୍ଡ ବ୍ୟାଙ୍କ

ନୂଆଦିଲ୍ଲୀ: କ୍ଷୁଦ୍ର ବ୍ୟବସାୟୀଙ୍କୁ ସହଯୋଗ କରିବା ପାଇଁ ଗଠନ ହେବ ଲ୍ୟାଣ୍ଡ ବ୍ୟାଙ୍କ ବା ଜମି ବ୍ୟାଙ୍କ ଏବଂ ସୋସିଆଲ ମାଉକ୍ରୋ ଫାଇନାନ୍ସ ସଂସ୍ଥା । ଏଥିପାଇଁ ସରକାର ଏକ ବଡ ଯୋଜନା ଉପରେ ଯୋଜନା କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏ ନେଇ ସୂଚନା ଦେଇଛନ୍ତି ।

ଲ୍ୟାଣ୍ଡ ବ୍ୟାଙ୍କ ଏବଂ ସୋସିଆଲ ମାଇକ୍ରୋ ଫାଇନାନ୍ସ ସଂସ୍ଥା ଛୋଟ ଛୋଟ ଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଲାଭବାନ ହେବ ।

ଫିକ୍କି କର୍ଣ୍ଣାଟକ ରାଜ୍ୟ ପରିଷଦ ଦ୍ବାରା ଆୟୋଜିତ ଭର୍ଚୁଆଲ ଏମଏସଏମଇ କନେକ୍ଲେଭକୁ ସମ୍ବୋଧନ କରି ଗଡକରୀ କହିଛନ୍ତି କି, ବର୍ତ୍ତମାନ ଭାବିବାକୁ ପଡିବ ଯେ କିପରି ଭାରତ ରପ୍ତାନୀ ବୃଦ୍ଧି କରିବ ଏବଂ ଆମାଦାନୀ ନିର୍ଭରଶୀଳତା ହ୍ରାସ କରିବ ।

ଗଡକରୀ କହିଛନ୍ତି କି, 30 ପ୍ରତିଶତ ମୋଟ ବୈଶ୍ବିକ ବିନିର୍ମାଣ ଚୀନରୁ ଆସିଥାଏ । ଆଉ ଚୀନର ମୋଟ ରପ୍ତାନୀର 10 ପ୍ରମୁଖ ରପ୍ତାନୀର ଅଂଶ 70 ପ୍ରତିଶତ । ଯେଉଁଥିରେ କି ଇଲୋକ୍ଟ୍ରୋନିକ ମେସିନ ଏବଂ ଇକ୍ୟୁମେଣ୍ଟ ସାମିଲ ଅଛି ।

ଏଥିପାଇଁ ଆମାଦାନୀ ହ୍ରାସ କରିବା ପାଇଁ ପ୍ରକ୍ରିୟା ଚାଲିଛି । ସେହିପରି ଦେଶକୁ ସୁପର ଇକୋନୋମିକ ପାୱାରା ଭାବେ ଗଢିବାକୁ ଚିନ୍ତା କରିବା ସମୟ ଆସିଛି । ଏଣୁ କୃଷି, କୃଷି ପ୍ରୋସିସିଂ ଶିଳ୍ପ, ହସ୍ତତନ୍ତ, ହସ୍ତଶିଳ୍ପ, ଖଦି , ଗ୍ରାମାଞ୍ଚଳରେ ଗଡିଉଠିଥିବା ଉଦ୍ୟୋଗକୁ ପ୍ରୋତ୍ସାହନ ଦେଇ ରପ୍ତାନୀ ବଢାଇବାକୁ ବିଚାର ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.