ନୂଆଦିଲ୍ଲୀ: ଅଟୋମୋବାଇଲ ପାଇଁ ଆଶ୍ବସ୍ତିକର ଖବର । ଯାନବାହନ ଉପରେ ଦ୍ରବ୍ୟ ଓ ସେବା କର (ଜିଏସଟି) ହାର ହ୍ରାସ ନେଇ ସମ୍ଭାବନା ସଙ୍କେତ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର । ଶୁକ୍ରବାର ଏ ନେଇ ଦର୍ଶାଇ ସେ ଶୀଘ୍ର ଅଟୋ ଉଦ୍ୟୋଗକୁ ଭଲ ଖବର ମିଳିବା ଆଶା ପ୍ରକାଶ କରିଛନ୍ତି ।
ହେଭି ଇଣ୍ଡଷ୍ଟ୍ରିଜ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି କି, ଗାଡିକୁ ସ୍କ୍ରାପ୍ କରିବା ପାଇଁ ପ୍ରସ୍ତାବ ପ୍ରସ୍ତୁତ ହୋଇଛି ଏବଂ ସମସ୍ତ ସଂପୃକ୍ତ ପକ୍ଷ ଏହା ଉପରେ ନିଜର ମତ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ନୀତିର ଘୋଷଣା ଶୀଘ୍ର ସମ୍ଭବ। ଯାନବାହାନ ପାଇଁ ଜିଏସଟି ହାର ହ୍ରାସ କରିବାର ସମ୍ଭାବନା ବିଷୟରେ ଜାଭଡେକର କହିଛନ୍ତି ଯେ ଏହି ପ୍ରସ୍ତାବ ଉପରେ ଅର୍ଥ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି।
ଜିଏସଟି ଦର ହ୍ରାସ ନେଇ ଅଟୋ ଉଦ୍ୟୋଗର ଦାବିକୁ ନିଶ୍ଚିତ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଚର୍ଚ୍ଚା କରିବେ ବୋଲି ମନ୍ତ୍ରୀ କହିଛନ୍ତି । ଜାଭଡେକର କହିଛନ୍ତି, "ଆମେ ତୁରନ୍ତ ଜିଏସଟି ହାର ହ୍ରାସ କରିବାକୁ ସହମତ ହୋଇନପାରିବା, କିନ୍ତୁ ଏହା ଚରମ ଅସ୍ୱୀକାର ହେବ ନାହିଁ। ନିଶ୍ଚିତ ଭାବରେ କିଛି ବାଟ ଆଗକୁ ଯିବ, ଯାହା ମୁଁ ଦେଖିପାରୁଛି ଏବଂ ଏହି ଦିଗରେ ଅଗ୍ରଗତି ହେବ।"
ଦୁଇଚକିଆ ଯାନ ଉପରେ ଏବେ 28 ପ୍ରତିଶତ ଜିଏସଟି ଲାଗିଥାଏ। ଜିଏସଟି ଦର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ପରିଷଦ ନିର୍ଦ୍ଧାରଣ କରିଥାଏ । ଯେଉଁଥିରେ ପ୍ରାୟ ସବୁ ରାଜ୍ୟର ଅର୍ଥ ମନ୍ତ୍ରୀ ଓ ପରାମର୍ଶଦାତା ସାମିଲ ରହିଥାନ୍ତି ।
ଅଟୋମୋବାଇଲ୍ ଉତ୍ପାଦନକାରୀ ସଂସ୍ଥା ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ନିର୍ମାତା (SIAM) ର 60 ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି ଜାଭଡେକର କହିଛନ୍ତି ଯେ ଚାହିଦା ବଢାଇବା ପାଇଁ ସରକାର ସମସ୍ତ ହିତାଧିକାରୀଙ୍କ ସହ ଘନିଷ୍ଠ ଭାବରେ ମିଶି କାର୍ଯ୍ୟ କରୁଛନ୍ତି ।
ସେ କହିଛନ୍ତି ଯେ ଭାରତୀୟ ଅର୍ଥନୀତି ପାଇଁ ଅଟୋମୋବାଇଲ ଶିଳ୍ପ ଗୁରୁତ୍ୱପୂର୍ଣ୍ଣ । ଆମର ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇଁ ପ୍ରୋତ୍ସାହନ ଯୋଗାଇ ଶିଳ୍ପକୁ ସମର୍ଥନ କରିବାକୁ ଚାହୁଁଛୁ । ବିଶେଷ କରି ରପ୍ତାନି ଉପରେ ଧ୍ୟାନ ଦିଆଯାଉଛି ।