ETV Bharat / business

ଡାଭୋସରେ ଆଜିଠୁ WEFର ବାର୍ଷିକ ବୈଠକ, ଯୋଗ ଦେବେ ନାମୀଦାମୀ ବ୍ୟକ୍ତିତ୍ବ - WEFର ବାର୍ଷିକ ବୈଠକ

ଡାଭୋସ ଠାରେ ଆଜିଠୁ ବିଶ୍ଵ ଅର୍ଥନୈତିକ ଫୋରମ (WEF )ର 50 ତମ ବାର୍ଷିକ ବୈଠକ ଆରମ୍ଭ ହେଉଛି। ପ୍ରାୟ 5 ଦିନ ଧରି ହେବାକୁ ଥିବା ଏହି ବୈଠକରେ ବିଶ୍ଵର ବହୁ ନେତା ଓ ଅଭିନେତା ଓ ଶିଳ୍ପପତି ଯୋଗ ଦେବେ ।

WEF 2020: At 50
ଡାଭୋସରେ ଆଜିଠୁ WEFର ବାର୍ଷିକ ବୈଠକ
author img

By

Published : Jan 20, 2020, 1:26 PM IST

ଡାଭୋସ: ସୋମବାର ଠାରୁ ଆରମ୍ଭ ହେଉଛି ସ୍ବିଜରଲ୍ୟାଣ୍ଡର ଡାଭୋସରେ ବିଶ୍ଵ ଅର୍ଥନୈତିକ ଫୋରମ (WEF)ର 50 ତମ ବାର୍ଷିକ ବୈଠକ। ଏଥିରେ ବିଶ୍ବର ସର୍ବବୃହତ୍ତ ଧନୀ ଓ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଯୋଗ ଦେବେ। ଏହି ବୈଠକ ଜାନୁଆରୀ 20ରୁ 24 ପର୍ଯ୍ୟନ୍ତ ଚାଲିବ। ସବୁଠୁ ବଡ କଥା ହେଉଛି ଏହି ସମ୍ମିଳନୀରେ ଭାଗ ନେଉଥିବା ରାଷ୍ଟ୍ର ମଧ୍ୟରୁ ଭାରତ ସର୍ବବୃହତ୍ତ ଦ୍ବିତୀୟ ରାଷ୍ଟ୍ର।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ବ୍ରିଟେନ ପ୍ରିନ୍ସ ଚାଲର୍ସ , ଜର୍ମାନ ଚାନ୍ସେଲର ଆଞ୍ଜେଲା ମୋର୍କେଲ, ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଘନୀ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ପ୍ରମୁଖ ଏହି ବୈଠକରେ ଯୋଗ ଦେବେ। ଭାରତରୁ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଦେଶର ପ୍ରମୁଖ ଉଦ୍ୟୋଗପଡି, ଫିଲ୍ମ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଏଥିରେ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ଡାଭୋସରେ ଆୟୋଜିତ ହେଉଥିବା ବିଶ୍ଵ ଅର୍ଥନୈତିକ ଫୋରମରେ ଭାରତର ନେତୃତ୍ୱ ନେବେ କେନ୍ଦ୍ର ରେଳ, ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ।

ବିଶ୍ବ ଆର୍ଥିକ ମଞ୍ଚର ଏହି ବାର୍ଷିକ ବୈଠକରେ ଭାରତରୁ 100 କମ୍ପାନୀର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) ପହଞ୍ଚିବେ। ଏଥର ଡବ୍ୟୁଇଏଫରେ ଏକତ୍ର ବ୍ୟକ୍ତିତ୍ବ ସବୁ ମିଳିତ ଭାବେ ଦୁନିଆର ବିଭିନ୍ନ ଦିଗ ପ୍ରତି ଆଲୋଚନା କରିବେ । ଦୀପିକା ପାଦୁକୋନ ଏଠାରେ ମାନସିକ ସ୍ବାସ୍ଥ୍ୟ ଉପରେ ନିଜର ମତ ରଖିବେ । ସେହିପରି ସଦଗୁରୁ ଏହି ବାର୍ଷିକ ଶିଖର ବୈଠକରେ ସକାଳର ଅଭିମତ ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରିବେ । ଏହି ବୈଠକରେ ସମଗ୍ର ଦୁନିଆରୁ 3000ରୁ ଉର୍ଦ୍ଧ୍ବ ପ୍ରତିନିଧି ଭାଗ ନେଉଛନ୍ତି।

ଜେନେଭା ସ୍ଥିତ ଏହି ଅନ୍ତରାଷ୍ଟ୍ରୀୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, ବିଶ୍ବ ପାଇଁ ସଷ୍ଟି ହୋଇଥିବା ବଡ ଚ୍ୟାଲେଞ୍ଜ, ଆୟ ଅସମନତା ଓ ରାଜନୈତିକ ଧ୍ରୁବିକରଣ ଯୋଗୁଁ ସୃଷ୍ଟି ହେଉଥିବା ସାମାଦିକ ପ୍ରଭେଦ ଠାରୁ ଜଳବାୟୁ ପରିବର୍ତ୍ତନ ସଙ୍କଟକୁ ଦୂର କରିବା ପାଇଁ ଏଥିରେ ଚର୍ଚ୍ଚା ହେବ। ଡାଭୋସ ଘୋଷଣାପତ୍ର 2020ର ଭାଗୀଦାର ପୁଞ୍ଜିବାଦ ଦୃଷ୍ଟିକୋଣକୁ ଉପସ୍ଥାପନ କରାଯିବ। ଏଥିରେ ରହିଥିବା ସମୟର ମହତ୍ବପୂର୍ଣ୍ଣ ମୁଦ୍ଦା ଉପରେ ଗୁରୁତ୍ବରୋପ କରାଯିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.