ETV Bharat / business

ସୁନାରେ ନିବେଶ କରିବାକୁ ଚାହାଁନ୍ତି କି ? ଜାଣନ୍ତୁ ବେଷ୍ଟ ଉପାୟ

ନିକଟରେ ସୁନା ମୂଲରେ ବୃଦ୍ଧି ଭାରତୀୟ ନିବେଶକଙ୍କ ଦୃଷ୍ଟି ଆକର୍ଷଣ କରିଛି । ବିଶେଷ କରି ସେମାନଙ୍କ ପାଇଁ ଯେଉଁମାନେ ବଜାରରେ ଅନିଶ୍ଚିତତା ଦୂର କରିବା ପାଇଁ ସୁନାକୁ ଏକ ସୁରକ୍ଷିତ ସମ୍ପତ୍ତି ଭାବେ ଦେଖୁଛନ୍ତି । ତେଣୁ ଆପଣ ଏହି ଉପାୟ ଅବଲମ୍ବନ କରି ଲାଭବାନ ହୋଇପାରିବେ । ଜାଣିବା ପାଇଁ ଅଧିକ ପଢନ୍ତୁ...

ସୁନାରେ ନିବେଶ କରିବାକୁ ଚାହାଁନ୍ତି କି ? ଜାଣନ୍ତୁ ବେଷ୍ଟ ଉପାୟ
ସୁନାରେ ନିବେଶ କରିବାକୁ ଚାହାଁନ୍ତି କି ? ଜାଣନ୍ତୁ ବେଷ୍ଟ ଉପାୟ
author img

By

Published : Jun 21, 2020, 5:46 PM IST

ହାଇଦ୍ରାବାଦ: ପ୍ରାଚୀନ କାଳରୁ ଦୁନିଆରେ ମାନକ ମୁଦ୍ରା ରୂପରେ ସୁନା ଆଜି ସ୍ମାର୍ଟ ନିବେଶକଙ୍କ ପସନ୍ଦ ପାଲଟିଛି । ନିକଟରେ ସୁନା ମୂଲରେ ବୃଦ୍ଧି ଭାରତୀୟ ନିବେଶକଙ୍କ ଦୃଷ୍ଟି ଆକର୍ଷଣ କରିଛି । ବିଶେଷ କରି ସେମାନଙ୍କ ପାଇଁ ଯେଉଁମାନେ ବଜାରରେ ଅନିଶ୍ଚିତତା ଦୂର କରିବା ପାଇଁ ସୁନାକୁ ଏକ ସୁରକ୍ଷିତ ସମ୍ପତ୍ତି ଭାବେ ଦେଖୁଛନ୍ତି । ତେଣୁ ଆପଣ ଏହି ଉପାୟ ଅବଲମ୍ବନ କରି ଲାଭବାନ ହୋଇପାରିବେ ।

ସୁନାରେ ନିବେଶ କରିବାକୁ ଚାହାଁନ୍ତି କି ? ଜାଣନ୍ତୁ ବେଷ୍ଟ ଉପାୟ
ସୁନାରେ ନିବେଶ କରିବାକୁ ଚାହାଁନ୍ତି କି ? ଜାଣନ୍ତୁ ବେଷ୍ଟ ଉପାୟ

ପ୍ରତ୍ୟେକ ଭାରତୀୟଙ୍କ ସୁନା ପ୍ରତି ଦୁର୍ବଳତା ରହିଛି । ବିବାହ ହେଉ କି ଅନ୍ୟ କୌଣସି ଶୁଭ କାମରେ ସୁନା ମୁଖ୍ୟ ଅଳଙ୍କାର ଭାବେ ଗଣା ହୋଇଆସିଛି । ଖାଲି ସେତିକି ନୁହେଁ ଅକ୍ଷୟ ତୃତୀୟା ଓ ଧନ ତେରସରେ ଭଳି ଉତ୍ସବରେ ମଧ୍ୟ ସୁନା ସପିଂ କରାଯାଇଥାଏ । ଯଦିଓ ଅଳଙ୍କାର ଗ୍ରାହକଙ୍କୁ ଗର୍ବ ଓ ସନ୍ତୁଷ୍ଟ ଆଣିପାରେ, କିନ୍ତୁ ସୁନାର ଏଭଳି ବିନିଯୋଗ ନିଶ୍ଚୟ ଦକ୍ଷ ଉପାୟ ନୁହେଁ । କାହିଁକି ନାଁ ସୁନା ଦୋକାନୀ ଓ କାରିଗର ଏହା ଉପରେ ଅଧିକ ଭାରି ଡ୍ୟୁଟି ଓ ଅପଚୟ ଚାର୍ଜ କରନ୍ତି, ଯାହା ଏହାକୁ ମହଙ୍ଗା କରିଥାଏ ।

ଫିଜିକାଲ ସୁନା(ସିଧାସଳଖ ନିବେଶ) ରେ ନିବେଶ କରିବାର ଉତ୍ତମ ଉପାୟ ହେଉଛି ବିଆଇଏସ ହଲମାର୍କ ଥିବା ମୁଦ୍ରା ସୁନା କିଣିବା । ସୁନା ମୁଦ୍ରା ବିକଳ୍ପଗୁଡିକ 1 ଗ୍ରାମରୁ ଆରମ୍ଭ ହୋଇଥାଏ । ଅଳଙ୍କାର ସହିତ ଜଡିତ କିଛି ଖର୍ଚ୍ଚର ଅଭାବ ହେତୁ ଏହା ଖର୍ଚ୍ଚ କମ କରିବାରେ ସାହାଯ୍ୟ କରେ । ବ୍ୟାଙ୍କ ଏବଂ ବହୁ ଲୋକପ୍ରିୟ ଇ-କମର୍ସ ସାଇଟ ମାଧ୍ୟମରେ ସହଜରେ ଉପଲବ୍ଧ କରାଏ । କ୍ରୟ ପୂର୍ବରୁ ବିକ୍ରେତା ଏବଂ ଏମ୍ବେଡ୍ ହଲମାର୍କର ସତ୍ୟତା ଯାଞ୍ଚ କରିବା ଜରୁରୀ ଅଟେ ।

ଅନେକ ଅଳଙ୍କାର ଦୋକାନ ସୁନା-ଆଧାରିତ ସଞ୍ଚୟ ଯୋଜନା ପ୍ରଦାନ କରୁଛନ୍ତି ଯାହା ଗ୍ରାହକଙ୍କୁ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣ ଜମା କରିବାକୁ ଦେଇଥାଏ । ସଂଗୃହିତ ପାଣ୍ଠି ତା’ପରେ ସମାନ ଦୋକାନାରେ ସୁନା କିଣିବା ପାଇଁ ବ୍ୟବହାର କରାଯାଇପାରିବ, ଏହା ସହ ବୋନସ୍ ମଧ୍ୟ ପ୍ରଦାନ କରିଥାଏ। ତଥାପି, ଏହିପରି ଯୋଜନାଗୁଡିକ ଉପରେ ନିୟାମକଙ୍କ ମତ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଏବଂ ଏହି ପରିପ୍ରେକ୍ଷୀରେ ସ୍ପଷ୍ଟତା ହାସଲ ନ ହେବା ପର୍ଯ୍ୟନ୍ତ ଦୂରରେ ରହିବା ବୁଦ୍ଧିମାନ ହେବ।

ଫିଜିକାଲ ସୁନା ସହିତ ଜଡିତ କ୍ରୟ ଏବଂ ରକ୍ଷଣାବେକ୍ଷଣର ବହୁ ମୂଲ୍ୟ ସହିତ ଅନେକ ଗ୍ରାହକ ଏବଂ ନିବେଶକ ଡିଜିଟାଲ୍, କାଗଜ ସୁନା ଆଡକୁ ମୁହାଁଉଛନ୍ତି ।

Gold exchange traded funds(ETF)

ଏକ ସୁନା ETF ବଜାରରେ ସୁନାର ପ୍ରକୃତ ହାରକୁ ଅତି ନିକଟରୁ ଟ୍ରାକ୍ କରିଥାଏ ଏବଂ ଷ୍ଟକ୍ ପରି ଏକ୍ସଚେଞ୍ଜରେ କାରବାର କରାଯାଏ । ତେଣୁ ETFs ରେ ପୁଞ୍ଜି ଲଗାଇବାକୁ ହେଲେ ଏହା Demat ଆକାଉଣ୍ଟ ବାଧ୍ୟତାମୂଳକ ଅଟେ।

ମୂଲ୍ୟ ନିର୍ଦ୍ଧାରଣରେ ପାରଦର୍ଶିତା ଏବଂ ସ୍ୱଳ୍ପ ମୂଲ୍ୟ ସୁନା ପାଇଁ ETF ଏକ ଲୋକପ୍ରିୟ ବିନିଯୋଗ ବିକଳ୍ପ ସାଜିଛି ।

ସୁନା ETF ମୂଲ୍ୟ ନିମ୍ନଲିଖିତ ଅଟେ:

ଦଲାଲ୍ ମୂଲ୍ୟ: ଦଲାଲ୍ ଏକ Demat ଆକାଉଣ୍ଟ ମାଧ୍ୟମରେ ବ୍ୟବସାୟଙ୍କ ଠାରୁ ପାଇଁ କମିଶନ / ଦଲାଲ୍ ଚାର୍ଜ କରିପାରନ୍ତି । ଏହି ବ୍ୟବସାୟ ଉପରେ ଡିପି ଚାର୍ଜ ମଧ୍ୟ ଆଦାୟ କରାଯାଏ ।

ଖର୍ଚ୍ଚ ଅନୁପାତ: ଫଣ୍ଡ ମ୍ୟାନେଜର ଏବଂ ଦଳର ଖର୍ଚ୍ଚ ସହିତ ପାଣ୍ଠି ପରିଚାଳନା ପାଇଁ ଏହା ହେଉଛି ଦେୟ ।

ETF ରେ ଏକ ଟ୍ରାକିଂ ତ୍ରୁଟି ମଧ୍ୟ ଥାଇପାରେ, ଯାହା NAV ମୂଲ୍ୟ ଏବଂ ଅନ୍ତର୍ନିହିତ ସମ୍ପତ୍ତି ହାରରେ ଏକ ଛୋଟ ପାର୍ଥକ୍ୟ । ଏହି ପାର୍ଥକ୍ୟ ପାଣ୍ଠି ଦ୍ୱାରା ପରିଚାଳିତ ନଗଦ ଏବଂ ପରିଚାଳନା ଖର୍ଚ୍ଚ ଦ୍ୱାରା ହୋଇଥାଏ ।

Gold mutual funds

ସୁନା ମ୍ୟୁଚୁଆଲ୍ ପାଣ୍ଠି ETF ସୁନା, ଅନ୍ୟ ସୁନା ପାଣ୍ଠି କିମ୍ବା ଖଣି ବା ସହଯୋଗୀ ବ୍ୟବସାୟରେ ଜଡିତ କମ୍ପାନୀଗୁଡିକରେ ବିନିଯୋଗ କରେ । ମ୍ୟୁଚୁଆଲ୍ ଫଣ୍ଡ ପାଇଁ ଖର୍ଚ୍ଚ ଅନୁପାତ ETF ତୁଳନାରେ ଅଧିକ | ଯଦି ଆପଣ ସୁନାର ଏକ ଶୁଦ୍ଧ ଏକ୍ସପୋଜର ଚାହୁଁଛନ୍ତି, ତେବେ ଏକ ETF ଭଲ କାରଣ ଏହା ଅନ୍ତର୍ନିହିତ ସମ୍ପତ୍ତିକୁ ଅଧିକ ଘନିଷ୍ଠ ଭାବରେ ଟ୍ରାକ୍ କରେ ।

ଜଣେ ଦକ୍ଷ ସୁନା ପାଣ୍ଠିର ପରିଚାଳକ ଖୋଜିବା ସାଧାରଣତଃ କଷ୍ଟକର, ଯିଏ କ୍ରମାଗତ ଭାବରେ ଅନ୍ତର୍ନିହିତ ସମ୍ପତ୍ତିର କାର୍ଯ୍ୟଦକ୍ଷତାକୁ ଦୂର କରିପାରିବ ଏବଂ ଦେୟକୁ ଯଥାର୍ଥ ଦେଇପାରିବ । ତେଣୁ, ETF ସୁନା ଲୋକପ୍ରିୟ ।

Sovereign Gold Bonds

ସଭୋରଜେନ ସୁନା ବଣ୍ଡ ଆରବିଆଇ, କେନ୍ଦ୍ର ସରକାର ଦ୍ବାରା ଜାରି କରାଯାଇଥାଏ । ସୁନା ବିନିଯୋଗରେ ପୁଞ୍ଜି ଅଭିବୃଦ୍ଧି ସହିତ ଏକ ସ୍ଥିର ସୁଧ ଦେୟ ବହନ କରିଥାଏ । ଏହି ବଣ୍ଡଗୁଡ଼ିକ ସୀମିତ 'ଅବଧି’ ପାଇଁ ସଦସ୍ୟତା ଉପରେ ଉପଲବ୍ଧତା ହୋଇଥାଏ । କହିବାକୁ ଗଲେ ପ୍ରତି ମାସରେ ଥରେ।

ସରକାରଙ୍କ ସମର୍ଥନ ଏବଂ ସୁଧ ଦେୟ ଏହାକୁ ନିବେଶକମାନଙ୍କ ମଧ୍ୟରେ ଏକ ଲୋକପ୍ରିୟ ବିନିଯୋଗ କରିପାରଛି । 2016 ରେ 2 ଲକ୍ଷରୁ ଅଧିକ ସଦସ୍ୟତା ଗ୍ରହଣ କରିଥିଲେ।

ସୁନା ନିବେଶ କରିବାର ବେଷ୍ଟ ଉପାୟ

ସିଧାସଳଖ ବା ନଗଦ ସୁନା କିଣିବାରେ ସମୟରେ ଅଧିକ ମୂଲ୍ୟ ଦେବାକୁ ପଡିଥାଏ । ତେଣୁ ଏହା କମ ଲାଭଜନକ ।

ସୁନାରେ ବିନିଯୋଗ କରିବାର ଏକ ଭଲ ଉପାୟ ହେଉଛି SIP (ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍) ମାଧ୍ୟମରେ ଗୋଲ୍ଡ ETF । କାରଣ ଏଥରେ କମ ଖର୍ଚ୍ଚ ସାଙ୍ଗକୁ ଟ୍ରାକିଂ ତ୍ରୁଟି ମଧ୍ୟ କମ ରହିଥାଏ ।

SGBର ଏକ ଗୁରୁତ୍ୱପୂର୍ଣ୍ଣ ସୁବିଧା ହେଉଛି ସ୍ଥିର ସୁଧ ଦେୟ ପ୍ରଦାନ କରିଥାଏ ଏବଂ SGB ରୁ ମିଳୁଥିବା ଲାଭ ଟିକସ ମୁକ୍ତ ହୋଇଥାଏ । ଯେତେବେଳେ କି ହୋଲ୍ଡିଂ ଅବଧି ଉପରେ ଆଧାର କରି ETF ରୁ ମିଳୁଥିବା ଲାଭ ଉପରେ ଟ୍ୟାକ୍ସ ନିଆଯାଇଥାଏ ।

SGB ଓ ETF ସୁନା ଟ୍ୟାକ୍ସ, ହୋଲ୍ଡି ଅବଧି ମାଧ୍ୟମରେ ଚୟନ କରିବାକୁ ପଡିଥାଏ ।

ବ୍ୟକ୍ତିଗତ ଲକ୍ଷ୍ୟ ଏବଂ ଆର୍ଥିକ ଉପରେ ନିର୍ଭର କରି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆବଣ୍ଟନ ଭିନ୍ନ ହୋଇଥିବାବେଳେ ସୁନାକୁ ସାମଗ୍ରିକ ଆବଣ୍ଟନ 15% ରେ ସୀମିତ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.