ETV Bharat / business

ବନ୍ଦ ହେବ ଭୋଡାଫୋନ ଓ ଆଇଡିଆ ! - third largest mobile service company

ଆର୍ଥିକ ସଙ୍କଟରେ ବୁଡିଥିବା ଭୋଡାଫୋନ ଓ ଆଇଡିଆକୁ ପୁଣି ଥରେ ଅଣ୍ଟା ସଳଖିବାକୁ ଦରକାର ସରକାରଙ୍କ ଆର୍ଥିକ ପ୍ୟାକେଜ । ଆଉ ଯଦି ଏହା ନ ମିଳେ , ତେବେ କମ୍ପାନୀରେ ତାଲା ପଡିବା ସୁନଶ୍ଚିତ । ଏ ନେଇ ନିଜେ ଜଣାଇଛନ୍ତି କମ୍ପାନୀ ଅଧ୍ୟକ୍ଷ କୁମାର ବିର୍ଲା ।

Vodafone Idea will shut in absence of government relief
ବନ୍ଦ ହେବ ଭୋଡାଫୋନ ଓ ଆଇଡିଆ !
author img

By

Published : Dec 6, 2019, 7:47 PM IST

ନୂଆଦିଲ୍ଲୀ: ଯଦି ସରକାର ସହଯୋଗ କରିବେନି, ତେବେ ବନ୍ଦ ହୋଇଯିବ ଦେଶର ତୃତୀୟ ସର୍ବବୃହତ୍ତ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ଭୋଡାଫୋନ ଓ ଆଇଡିଆ । ଶୁକ୍ରବାର ହିନ୍ଦୁସ୍ଥାନ ଟାଇମ୍ସ ଲିଡରସିପ ସମିଟରେ ଏ ନେଇ କମ୍ପାନୀର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ସ୍ପଷ୍ଟ କରିଛନ୍ତି ।

ସେ କହିଛନ୍ତି ଯେ, ‘ଯଦି ଆମେ ମାଗିଥିବା ଆର୍ଥିକ ପ୍ୟାକେଜ ନ ଦିଅନ୍ତି , ‘ତେବେ ଆମ ଦୋକାନ(ଭୋଡାଫୋନ-ଆଇଡିଆ) ବନ୍ଦ କରିବାକୁ ହେବ ।

ଆର୍ଥିକ ସଙ୍କଟରେ ବୁଡିରହିଥିବା ଏହି ଟେଲିକମ କମ୍ପାନୀର ଆଗାମୀ ରଣନୀତି କଣ ରହିଛି ? ତାର ଜବାବରେ ମଙ୍ଗଳମ ଏଭଳି ଉତ୍ତର ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଯେ, ସରକାରଙ୍କ ଆର୍ଥିକ ସହାୟତା ନ ମିଳିଲା ପର୍ଯ୍ୟନ୍ତ କମ୍ପାନୀ କୌଣସି ପ୍ରକାର ନିବେଶ କରିବାକୁ ପ୍ରସ୍ତୁତ ନୁହେଁ । କାରଣ ସେ ନିଜେ କହିଛନ୍ତି ଯେ, ବୁଡୁଥିବା ଟଙ୍କାରେ ଆଉ ଖର୍ଚ୍ଚ କରିବା ବ୍ୟର୍ଥ । ଆଗକୁ ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି)ରେ ଅଧିନରେ କମ୍ପାନୀ ଦେବାଳିଆ ଘୋଷିତ ହେବ ।

ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏଜିଆର ଉପରେ ନିଆଯାଇଥିବା ନିଷ୍ପତ୍ତିର ସବୁଠୁ ଅଧିକ ପ୍ରଭାବ ଭୋଡାଫୋନ ଓ ଆଇଡିଆ ଉପରେ ପଡିଛି । ଏଥିଯୋଗୁଁ କମ୍ପାନୀର ଦ୍ବିତୀୟ ତ୍ରୈୟମାସରେ 50 ହଜାର କୋଟି ଟଙ୍କାରୁ ଅଧିକ ଘାଟା ହୋଇଛି । ଏଥିଯୋଗୁଁ ବିର୍ଲାଙ୍କ ସମ୍ପତ୍ତି ମଧ୍ୟ ଗତ 2 ବର୍ଷରେ ବିପୁଳ ମାତ୍ରାରେ ହ୍ରାସ ପାଇଛି ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.