ETV Bharat / business

ବଢିଲା ଚାହିଦା: ଦିଲ୍ଲୀ, ମୁମ୍ବାଇରୁ ଗୋଆକୁ ଅଧିକ ଉଡାଣ ଭରିବ ଭିସ୍ତାରା - ଭିସ୍ତାରାର ଅଧିକ ଉଡାଣ

ରବିବାର ଠାରୁ ଦିଲ୍ଲୀ ଓ ମୁମ୍ବାଇରୁ ଗୋଆକୁ ଅଧିକ ବିମାନ ପରିଚାଳନା କରିବ ଭିସ୍ତାରା । ବୁଧବାର କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଏ ନେଇ କହିଛନ୍ତି ।

ବଢିଲା ଚାହିଦା:  ଦିଲ୍ଲୀ, ମୁମ୍ବାଇରୁ ଗୋଆକୁ ଅଧିକ ଉଡାଣ ଭରିବ ଭିସ୍ତାରା

author img

By

Published : Oct 23, 2020, 4:30 PM IST

ନୂଆଦିଲ୍ଲୀ: ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ବିମାନ ସେବା ପ୍ରଦାନକାରୀ କମ୍ପାନୀ ଭିସ୍ତାରା ଅଧିକ ଉଡାଣ ଭରିବ । ରବିବାର ଠାରୁ ଦିଲ୍ଲୀ ଓ ମୁମ୍ବାଇରୁ ଗୋଆକୁ ଅଧିକ ବିମାନ ପରିଚାଳନା କରିବ କମ୍ପାନୀ । ବୁଧବାର କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଏନେଇ କହିଛନ୍ତି ।

ସେ କହିଛନ୍ତି ଦିଲ୍ଲୀରୁ ଗୋଆ ପାଇଁ 2 ଅତିରିକ୍ତ ସାପ୍ତାହିକ ଉଡାଣ ପରିଚାଳନା ପାଇଁ କମ୍ପାନୀର ଯୋଜନା ରହିଛି । ଏଭଳି ଭାବେ କମ୍ପାନୀ ମୁମ୍ବାଇରୁ ଗୋଆ ପାଇଁ ଏକ ଅତିରିକ୍ତ ଉଡାଣ ପରିଚାଳନା ଉପରେ ବିଚାର ହେଉଛି ।

ପ୍ରକାଶ ଯେ, ପ୍ରତି ବର୍ଷ ଶୀତ ସମୟରେ ଗୋଆକୁ ପର୍ଯ୍ୟଟକଙ୍କ ଆଗମନ ଅଧିକ ହୋଇଥାଏ । ଭିସ୍ତାରାର ମୁଖ୍ୟ ବାଣିଜ୍ୟକ ଅଧିକାରୀ ବିନୋଦ କନ୍ନନ କହିଛନ୍ତି ଯେ, ‘‘ ଭିସ୍ତାରା ଏବେ ଦିଲ୍ଲୀ ଓ ଗୋଆ ମଧ୍ୟରେ 9 ସାପ୍ତାହିକ ଉଡାଣ ଓ ମୁମ୍ବାଇ ଏବଂ ଗୋଆ ମଧ୍ୟମରେ 10 ସାପ୍ତାହିକ ଉଡାଣର ସଞ୍ଚାଳନ କରୁଛି । ତେବେ ଏହି ମାର୍ଗରେ ଉତ୍ସାହଜନକ ପ୍ରତିକ୍ରିୟାକୁ ଦେଖି ଅକ୍ଟୋବର 25ରୁ ଆରମ୍ଭ ହେବାକୁ ଥିବା ଶୀତକାଳୀନ କାର୍ଯ୍ୟକ୍ରମରେ ଏହି ମାର୍ଗରେ 11-11 ସାପ୍ତାହିକ ଉଡାଣ ନେଇ ଯୋଜନା କରାଯାଉଛି ।’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.