ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରର ଏୟାରଲାଇନ ଭିସ୍ତାରା ମୁମ୍ବାଇ-ମାଲେ (ମାଳଦ୍ବୀପ ରାଜଧାନୀ) ମାର୍ଗରେ ମାର୍ଚ୍ଚ 3ରୁ ଆରମ୍ଭ କରିବ ନନଷ୍ଟପ ଉଡାଣ ସେବା । ଏ ନେଇ କମ୍ପାନୀ ଶନିବାର ଘୋଷଣା କରିଛି ।
ଏହି ସେବା ଭାରତ ଓ ମାଲେ ସରକାରଙ୍କ ମଧ୍ୟ ତଥାକଥିତ ଏୟାର ବବଲ ଯୋଜନା ଅଧିନରେ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ କୋଭିଡ ସଂକ୍ରମଣ ସୁରକ୍ଷା ସହ ସ୍ବତନ୍ତ୍ର ପରିଚାଳନା ବ୍ୟବସ୍ଥା ରହିଛି ।
ଏୟାରରଲାଇନ କହିଛି କି ଏହି ମାର୍ଗରେ A320ନିୟୋ ଶ୍ରେଣୀର ବିମାନ ଲଗାଯିବ । ଉଡାଣର ପରିଚାଳନା 3 ଦିନ- ବୁଧବାର, ଶନିବାର ଓ ରବିବାରକୁ କରାଯିବ । କୋରୋନା ମହାମାରୀ ଯୋଗୁଁ 2020 ମାର୍ଚ୍ଚ 23 ରୁ ଭାରତରେ ନିୟମିତ ଅନ୍ତରାଷ୍ଟ୍ରୀୟ ଉଡାଣ ଉପରେ କଟକଣା ଲଗାଯାଇଥିଲା । ଭାରତରେ ଗତ ଜୁଲାଇରେ ଏୟାର-ବବଲ ବ୍ୟବସ୍ଥା ଅଧିନରେ ପ୍ରାୟ 24 ଦେଶ ପାଇଁ ଉଡାଣରୁ ସୀମିତ ରିଲିଫ ଦିଆଯାଇଛି ।