ETV Bharat / business

କୋରୋନା ପ୍ରକୋପ, କ୍ଷତି ସହିବ ଭାରତୀୟ ଅଟୋ ଶିଳ୍ପ !

author img

By

Published : Mar 12, 2020, 10:25 AM IST

ଭାରତରେ ଅଟୋ ମୋବାଇଲ ଶିଳ୍ପ ପିଛା ଛାଡୁନି ସଙ୍କଟ । ଯାନ ବିକ୍ରି ହ୍ରାସ ହେଉଥିଲା ବେଳେ ଏବେ ଉତ୍ପାଦନ ପ୍ରଭାବିତ ହେବ । କୋରୋନା ପ୍ରକୋପ ଯୋଗୁଁ ଭାରତରେ ଏବେ ବିଭିନ୍ନ ପ୍ରକାର ଗାଡି ନିର୍ମାଣ ବାଧାପ୍ରାପ୍ତ ଆଶଙ୍କା କରିଛି ସିଆମ ।

Vehicle production may be critically hampered due to coronavirus outbreak: SIAM
କୋରୋନା ପ୍ରକୋପ, କ୍ଷତି ସହିବ ଭାରତୀୟ ଅଟୋ ଶିଳ୍ପ !

ନୂଆଦିଲ୍ଲୀ: ଚୀନରେ କୋରୋନା ଭାଇରସ ପ୍ରକୋପ ବୃଦ୍ଧି ଯୋଗୁଁ ଭାରତରେ ଗାଡି ଉତ୍ପାଦନ ପ୍ରଭାବିତ ହେବ । ବିଭିନ୍ନ ଶ୍ରେଣୀର ଗାଡି ପାଇଁ ଆବଶ୍ୟକୀୟ କଞ୍ଚାମାଲ ଆମଦାନୀ ବାଧାପ୍ରାପ୍ତ ହେଲେ ଅଟୋ ଶିଳ୍ପକୁ ଗଭୀର କ୍ଷତି ସହିବାକୁ ପଡିବ । ଏ ନେଇ ଆଶଙ୍କା କରିଛି ଗାଡି ଉଦ୍ୟୋଗ ସଙ୍ଗଠନ ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକସର୍ସ(ସିଆମ) ।

ଭାରତ ଗାଡି ଉତ୍ପାଦନ ପାଇଁ ପ୍ରାୟ 10 ପ୍ରତିଶତ କଞ୍ଚାମାଲ ଚୀନରୁ ଆମଦାନୀ କରିଥାଏ । ହେଲେ ଏବେ କୋରୋନା ଭୟରେ ଚୀନର ସବୁ ସ୍ଥାନରେ ପ୍ରତିବନ୍ଧକ ଓ କଟକଣା ଯୋଗୁଁ ବ୍ୟବସାୟ ଠପ ପଡିଯାଇଛି । ଆଉ ଏହାର ପ୍ରଭାବ ଭାରତ ସମେତ ପ୍ରାୟ ପ୍ରତ୍ୟେକ ଦେଶରେ ଦେଖିବାକୁ ମିଳିଛି ।

ସିଆଇଏମ ଅଧ୍ୟକ୍ଷ ରାଜନ ବଢେରା ଏକ ବିବୃତ୍ତିରେ କହିଛନ୍ତି ଯେ, ଚୀନରେ ନୂଆ ବର୍ଷ ପାଇଁ ହୋଇଥିବା ଛୁଟିରେ ପ୍ରଥମରୁ ହିଁ ଅଟୋ ଇଣ୍ଡଷ୍ଟ୍ରି ସାମଗ୍ରୀ ସଂରକ୍ଷଣ କରିସାରିଛି । ହେଲେ ଏବେ ପ୍ରତିବନ୍ଧକ ଅବଧି ଲମ୍ବା ଚାଲିଥିବା ଯୋଗୁଁ ବିଏସ-6 ଗାଡି ଯୋଗାଣ ପ୍ରଭାବିତ ସଙ୍କେତ ଦିଆଯାଇଛି ।

ସିଆମ କହିଛି ଯେ, ଏହି ଉପାଦାନ ଗୁଡିକର ଯୋଗାଣ ପ୍ରଭାବିତ ହେବା ଦ୍ବାରା ପାସେଞ୍ଜର ଯାନ, ବାଣିଜ୍ୟିକ, ତିନି ଚକିଆ, ଦୁଇ ଚକିଆ ଯାନ ଏବଂ ବୈଦ୍ୟୁତିକ ଯାନ ଭଳି ସମସ୍ତ ବର୍ଗର ଉତ୍ପାଦନ ଉପରେ ଗୁରୁତର ପ୍ରଭାବ ପଡିବ |

ତେବେ ନିର୍ମାଣକାରୀ ସେମାନଙ୍କ ଆବଶ୍ୟକତା ପାଇଁ ବିକଳ୍ପ ବ୍ୟବସ୍ଥା କରୁଛନ୍ତି । ହେଲେ ଏହା ଦ୍ବାରା ଉତ୍ପାଦନ ସ୍ତର ପୂର୍ବ ଭଳି ହେବା ପାଇଁ ପର୍ଯ୍ୟାପ୍ତ ସମୟରେ ଆବଶ୍ୟକତା ରହିଛି ବୋଲି ରାଜନ ଜଣାଇଛନ୍ତି ।

ଏଥି ମଧ୍ୟରେ ଜର୍ମାନୀ ଗାଡି ନିର୍ମାତା ବିଏମଡବ୍ଲ୍ୟୁ ଇଣ୍ଡିଆ କହିଛି ଯେ, କମ୍ପାନୀର ଭାରତୀୟ ପରିଚାଳନାରେ ଜୁନ ପର୍ଯ୍ୟନ୍ତ ହେବାକୁ ଥିବା ଯୋଗାଣରେ କୌଣସି ବାଧା ଉପୁଜିବ ନାହିଁ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.