ETV Bharat / business

5.50 କୋଟିର ୟୁପି ବଜେଟ ଆଗତ, ଚାଷୀଙ୍କ ପେନସନ ପାଇଁ 3,100 କୋଟି ଆବଣ୍ଟନ - ଚାଷୀଙ୍କୁ ପେନସନ

ଆର୍ଥିକ ବର୍ଷ 2021-22 ରେ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶରେ ପେପରଲେସ ବଜେଟ ଉପସ୍ଥାପିତ ହୋଇଛି । ଆତ୍ମନିର୍ଭର ଆହ୍ବାନ ସହ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ବଜେଟରେ ମହିଳା, କୃଷି, ଭିତ୍ତଭୂମି, ସ୍ବାସ୍ଥ୍ୟ ପାଇଁ ବିଶେଷ ଆବଣ୍ଟନ କରିଛନ୍ତି ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ..

5.50  କୋଟି ୟୁପି ବଜେଟ ଆଗତ, ଚାଷୀଙ୍କ ପେନସନ ପାଇଁ 3,100 କୋଟି ଆବଣ୍ଟନ

author img

By

Published : Feb 22, 2021, 1:53 PM IST

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥ ସରକାରଙ୍କ ପଞ୍ଚମ ବଜେଟ ବିଧାନରେ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ଆଗତ କରିଛନ୍ତି । ପ୍ରଥମ ଥର ପାଇଁ ଆର୍ଥିକ ବର୍ଷ 2021-22ର ବଜେଟ ପେପରଲେସ ରହିଛି । 5.50 କୋଟି ଟଙ୍କାର ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଖାନ୍ନା ରାଜ୍ୟକୁ ଆତ୍ମନିର୍ଭର ତଥା ସର୍ବାଙ୍ଗ ବିକାଶ କରିବାକୁ ଆହ୍ବାନ ଦେଇଛନ୍ତି । ଚାଷୀଙ୍କୁ ପେସନ ଦେବା ପାଇଁ 3,100 କୋଟି ଟଙ୍କା ଆବଣ୍ଟନ ହୋଇଛି ।

ବଜେଟ ମୁଖ୍ୟାଂଶ -

ଅଯୋଧ୍ୟାରେ ନିର୍ମାଣଧୀନ ଭଗବାନ ଶ୍ରୀରାମ ଏୟାରପୋର୍ଟ ପାଇଁ 101 କୋଟି ଟଙ୍କାର ଆବଣ୍ଟନ ହୋଇଛି । ଅର୍ଥମନ୍ତ୍ରୀ କହିଛନ୍ତି କି ଅଯୋଧ୍ୟାରେ ନିର୍ମାଣଧୀନ ବିମାନବନ୍ଦର ନାଁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ବିମାନବନ୍ଦର ହେବ । ଉଡାଣ ଯୋଜନା ଅଧିନରେ ରାଜ୍ୟରେ 4 ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟ ହେବ ।

ସେହିଭଳି ପୂର୍ବାଞ୍ଚଳର ବିକାଶ ପାଇଁ 300 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଜଳ ଜୀବନ ମିଶନ ପାଇଁ 15 କୋଟି ବଜେଟ ପାସ ହୋଇଛି । ଆରୋଗ୍ୟ ଜଳ ଯୋଜନା ପାଇଁ 22 କୋଟିର ବଜେଟ ପାସ ହୋଇଛି ।

ଟୀକାକରଣ ପାଇଁ 50 କୋଟି ଟଙ୍କା ପ୍ରସ୍ତାବିତ ଅଛି । ଯେତେବେଳେ କି ଆୟୁଷ୍ମାନ ଭାରତ ପାଇଁ 13 କୋଟି ଟଙ୍କା ବଣ୍ଟନ ହୋଇଛି । ରାଜ୍ୟରେ ପିପିପି ମଡେଲରେ ମେଡିକାଲ କଲେଜ ହେବ ।

କଳାକାରଙ୍କୁ ୟୁପି ଗୌରବ ସମ୍ମାନ ଦିଆଯିବ । ଏଥିଲାଗି 11 ଲକ୍ଷ ଟଙ୍କାର ରାଶି ମିଳିବ । ସେହିଭଳି ଅଯୋଧ୍ୟା-ବାରଣାସୀରେ ପର୍ଯ୍ୟଟନ ବିକାଶ ପାଇଁ 100-100 କୋଟି ଟଙ୍କା ଦିଆଯିବ ।

ଆସନ୍ତାବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ । ଏଣୁ ଏହା ଯୋଗୀ ଆଦିତ୍ୟନାଥ ସରକାରଙ୍କ ଚଳିତ କାର୍ଯ୍ୟକାଳର ଶେଷ ବଜେଟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.