ETV Bharat / business

ମୁଦ୍ରା ନିୟନ୍ତ୍ରଣ ତାଲିକାରୁ ଭାରତକୁ ହଟାଇଲା ଆମେରିକା

ଭାରତକୁ ମୁଦ୍ରା ନିୟନ୍ତ୍ରଣ (କରେନ୍ସି ମନିଟରିଙ୍ଗ ଲିଷ୍ଟ)ରୁ ବାଦ ଦେଇଛି ଆମେରିକା । ଅର୍ଥନୀତି ସମ୍ବନ୍ଧୀୟ ଭାରତର ବିଭିନ୍ନ ପଦକ୍ଷେପକୁ ନକରାତ୍ମକ ଦର୍ଶାଇ ଏପରି କଡା ନିଷ୍ପତ୍ତି ନେଇଛି ଟ୍ରମ୍ପ ପ୍ରଶାସନ ।

author img

By

Published : May 30, 2019, 2:56 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପୁଣି ଥରେ ଭାରତ ଉପରେ ଦବଦବା ଦେଖାଇଛି ଆମେରିକା । ବିଭିନ୍ନ କାରଣ ଦର୍ଶାଇ ମୁଦ୍ରା ନିୟନ୍ତ୍ରଣ ତାଲିକାରୁ ବାଦ ଦେଇ ଭାରତକୁ ଦେଇଛି ଶକ୍ତ ଝଟକା । ଭାରତ ଉଠାଇଥିବା ବିଭିନ୍ନ ପଦକ୍ଷେପକୁ ନକରାତ୍ମକ ଦର୍ଶାଇ ଏଭଳି ନିଷ୍ପତ୍ତି ନିଆଯାଇଥିବା ନେଇ ସଫେଇ ଦେଇଛି ଟ୍ରମ୍ପ ପ୍ରଶାସନ । ଏହି ତାଲିକା ପାଇଁ 3ଟି ମାନଦଣ୍ଡ ରହିଥିବା ବେଳେ ଭାରତ ସେଥିରୁ ମାତ୍ର ଗୋଟିଏ ପୂରଣ କରିଛି ବୋଲି ଆମେରିକା ଅର୍ଥମନ୍ତ୍ରାଣଳୟ ପକ୍ଷରୁ କୁହାଯାଇଛି ।

ତେବେ ଚୀନ ଓ ଜାପାନ ଭଳି ରାଷ୍ଟ୍ର ଏହି ତାଲିକାରେ ରହିଛନ୍ତି । କିନ୍ତୁ ସର୍ବଦା ପ୍ରଂଶସା ପୋତିଦେଉଥିବା ମିତ୍ର ଦେଶ ଭାରତର ଖୁଣ କାଢି ତାଲିକାରୁ ବାଦ ଦେଇଛି ଆମେରିକା । ଚୀନ, ଜାପାନ , ଦକ୍ଷିଣ କୋରିଆ, ଜର୍ମାନୀ, ଇଟାଲୀ, ଆୟାରଲ୍ୟାଣ୍ଡ , ସିଙ୍ଗାପୁର, ମାଲେସିଆ ଏବଂ ଭିଏତନାମା ଭଳି ରାଷ୍ଟ୍ର ଏଥିରେ ରହିଥିବା ବେଳେ ଭାରତ ଓ ସ୍ବିଜରଲ୍ୟାଣ୍ଡକୁ ଏଥିରୁ ହଟାଇ ଦିଆଯାଇଛି ।

2018 ମସିହାରେ ଭାରତ ସମେତ 5ଟି ରାଷ୍ଟ୍ରକୁ ଏହି ସୂଚୀରେ ସାମିଲ କରାଯାଇଥିଲା । ହେଲେ ଆରମ୍ଭରୁ ବୈଦଶିକ ମୁଦ୍ରା କିଣିବା କ୍ଷେତ୍ରରେ ଉଭୟ ଭାରତ ଓ ସ୍ବିଜରଲ୍ୟାଣ୍ଡର ପ୍ରଦର୍ଶନ ଭଲ ରହିନାହିଁ ବୋଲି କହିଛି ଆମେରିକା । ତେବେ ଏହି ତାଲିକାରୁ ବାଦ ଦେବା ପରେ ଆମଦାନୀ ଓ ରପ୍ତାନୀ ପାଇଁ ଭାରକୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡିବ । ଏଥିସହ ଏହାର ପ୍ରଭାବ ସେୟାର ବଜାର ଉପରେ ମଧ୍ୟ ପଡିବା ନେଇ ଅନୁମାନ କରଯାଉଛି ।

Intro:Body:

sdf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.