ETV Bharat / business

ଆମେରିକା ଓ ଇରାନ୍‌ ଭିତରେ ଯୁଦ୍ଧ ସ୍ଥିତି: କେମିତି ବଞ୍ଚିବ ଆମ ଅର୍ଥନୀତି

ଆମେରିକାର ଏୟାର ଷ୍ଟ୍ରାଇକରେ ବିଶ୍ବ ବଜାର ପ୍ରଭାବିତ । ଅଶୋଧିତ ତୈଳ ବୃଦ୍ଧି ବେଳେ ବଜାରରୁ ମୁହଁ ଫେରାଇଲେଣି ନିବେଶକ । ସୁନା ଦାମ ବି 40 ହଜାର ପାର କଲାଣି । ଏପଟେ ଡଲାର ତୁଳନାରେ ଟଙ୍କା ଦୁର୍ବଳ । ଆଉ ଏସବୁରେ ପ୍ରଭାବିତ ହେଉଛନ୍ତି 130 କୋଟି ଭାରତୀୟ ।

US-Iran tensions to delay India's Economic Recovery
ଆମେରିକା ଓ ଇରାନ୍‌ ଭିତରେ ଯୁଦ୍ଧ ସ୍ଥିତି: କେମିତି ବଞ୍ଚିବ ଆମ ଅର୍ଥନୀତି
author img

By

Published : Jan 6, 2020, 11:54 AM IST

ହାଇଦ୍ରାବାଦ: ଏଥର ନୂଆବର୍ଷର ଆରମ୍ଭ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧିରୁ ହୋଇଛି । ମେ’ ୨୦୧୮ରେ ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ୍‌ ଭିତରେ ହୋଇଥିବା ଆଣବିକ ଚୁକ୍ତିକୁ ପ୍ରତ୍ୟାହାର କରିଲେ, ସେବେ ଠାରୁ ଏହି ଉତ୍ତେଜନାର ମୂଳଦୂଆ ପଡ଼ିଥିଲା। ଓବାମା ପ୍ରଶାସନ ଦ୍ଵାରା ଏହି ଆଣବିକ ଚୁକ୍ତି ସ୍ଵାକ୍ଷର ହୋଇଥିଲା। ଆଉ ଏବେ ସେହି ଉତ୍ତେଜନା ଏକ ପୂଣ୍ଣକାଳୀନ ଯୁଦ୍ଧରେ ରୂପାନ୍ତରିତ ହେବ ବୋଲି ଆଶଙ୍କା କରାଯାଉଛି।

ଏପରି ଏକ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାର ତତ୍‌କ୍ଷଣିକ କାରଣ ହେଉଛି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଇରାନ୍‌ର କୁଦ୍ସ ସେନା ପ୍ରମୁଖ ତଥା ମେଜର ଜେନେରାଲ୍‌ କାସିମ୍‌ ସୁଲେମାନୀ ଏବଂ ପପୁଲାର ମୋବିଲାଇଜେସନ୍‌ ଫୋର୍ସ (ପିଏମ୍‌ଏଫ୍‌) କମାଣ୍ଡର ଆବୁ ମୁହାନ୍ଦି ଅଲ୍‌ ମୁହାନ୍ଦିସ୍‌ଙ୍କ ହତ୍ୟା। ବାଗଦାଦ୍‌ ବିମାନ ବନ୍ଦରରେ ଆମେରିକୀୟ ରକେଟ୍‌ ମାଡ଼ ଦ୍ଵାରା ଏମାନଙ୍କ ମୃତ୍ୟୁ ଗଲା ଶୁକ୍ରବାର ପାହାନ୍ତାରେ ଘଟିଛି । ଏହାକୁ ଇରାନ୍‌ ଏକ ଅପମାନ ତଥା ଆନ୍ତର୍ଜାତିକ ଆଇନର ଉଲ୍ଲଙ୍ଘନ ବୋଲି ବର୍ଣ୍ଣନା କରି ଏପରି ଆକ୍ରମଣର କଡ଼ା ଜବାବ ଦିଆଯିବ ବୋଲି ଘୋଷଣା କରିଛି । ଅପରପକ୍ଷେ ଟ୍ରମ୍ପ କହିଛନ୍ତି ଆମେରିକାର ପରବର୍ତ୍ତୀ ପଦକ୍ଷେପ ଇରାନ୍‌ ସହ ଯୁଦ୍ଧର ଆରମ୍ଭ ପାଇଁ ନୁହେଁ ବରଂ ଅନ୍ତ ପାଇଁ ଉଦ୍ଦିଷ୍ଟ ହେବ।

ଏଭଳି ପରସ୍ପର ମୁହାଁମୁହିଁ ଭିତରେ ଭାରତକୁ ଅଶୋଧିତ ତୈଳ ଆମଦାନୀ କରିବାକୁ ଅଧିକ ଅର୍ଥ ଦେବାକୁ ପଡ଼ୁଛି। ଆଶଙ୍କା କରାଯାଉଛି, ଯଦି ଯୁଦ୍ଧ ହୁଏ ତେବେ ଭାରତର ଅର୍ଥନୀତି ଉପରେ ଏକ ନକରାତ୍ମକ ପ୍ରଭାବ ପଡ଼ିବ । ଏପରିକି ଆବଶ୍ୟକ ତୈଳ ମିଳିବା ବି ସଙ୍କଟଜନକ ହେବ। ଏଣୁ ଅର୍ଥନୀତିକୁ ସୁରକ୍ଷିତ କରିବାକୁ ହେଲେ ଆମ କୂଟନୀତିକ ଆଧାରକୁ ଅଧିକ ମଜଭୁତ କରିବାକୁ ହେବ।

ବାସ୍ତବରେ ଆମେରିକା-ଇରାନ୍‌ ଭିତରେ ମତପାର୍ଥକ୍ୟ ତଥା ଯୁଦ୍ଧର ସୂତ୍ରପାତ ଆଜି ହୋଇନାହିଁ । ଏହାର କାହାଣୀ ଅନେକ ପୁରୁଣା। ଇତିହାସ ବହିର ପୃଷ୍ଠାକୁ ଅନୁଧ୍ୟାନ କଲେ ଏହା ୧୯୭୯ ମସିହାକୁ ଟାଣିନିଏ, ଯେତେବେଳେ ଇରାନ୍‌ରେ ଶାହ ରିଜା ପେହେଲ୍ବିଙ୍କ ସରକାରର ପତନ ହେଲା। ଶାହ ରେଜା ପେହେଲଭି ଆମେରିକାର ଦୃଢ଼ ସମର୍ଥକ ଥିଲେ। ଯେବେଠାରୁ ତାଙ୍କ ସରକାରକୁ ହଟାଇ ଦିଆଗଲା ସେହିଦିନଠାରୁ ଆମେରିକା ଇରାନ୍‌ ସହ ସମସ୍ତ କୂଟନୀତିକ ସମ୍ପର୍କ ଚ୍ଛିନ୍ନ କରିଥିଲା। ଆଉ ଆମେରିକା ତା’ର ସମସ୍ତ କୂଟନୀତିକ ଆବଶ୍ୟକକୁ ତେହେରାନ୍‌ରେ ଥିବା ପାକ୍‌ ଦୂତାବାସ ଦ୍ଵାରା ପରିଚାଳନା କରୁଥିଲା ।

ଏହି ସମ୍ପର୍କ ୧୯୯୫ରେ ଅଧିକ ଖରାପ ହେଲା ଯେତେବଳେ ଆମେରିକା ସିୟା ଶାସିତ ଇରାନ୍‌ ଉପରେ ବାଣିଜ୍ୟିକ ପ୍ରତିବନ୍ଧକ ଲଗାଇଲା। ଏହି ପ୍ରକାର କଠୋର ପ୍ରତିବନ୍ଧକ ତଥା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଜଟିଳ ହେବା ପଛରେ ଏକ ମୁଖ୍ୟ କାରଣ ହେଉଛି ସାଉଦିଆରବ। ଅନ୍ୟ ଗଲ୍ଫ ଦେଶମାନଙ୍କ ନେତୃତ୍ଵ ନେଉଥିବା ଏହି ଦେଶ, ଇରାନ ଭଳି ଏକ ତୈଳ ପ୍ରାଚୁର୍ଯ୍ୟ ଦେଶର ଉତ୍‌ଥାନ ନିଜ ଆଖ ପାଖରେ ଦେଖିବାକୁ ପସନ୍ଦ କରେ ନାହିଁ। ପୁଣି ସାଉଦି ଆରବ, ଇରାନ୍‌ ସଙ୍ଗେ ଅର୍ଥନୀତିକ ବା ବାଣିଜ୍ୟିକ ପ୍ରତିଦ୍ଵନ୍ଦ୍ଵତା ଚାହିଁଲା ନାହିଁ। ଆମେରିକାର ଏକ ନିବିଡ଼ ବନ୍ଧୁ ରାଷ୍ଟ୍ର ହୋଇଥିବାରୁ ଆମେରିକା ସାଉଦିର ସ୍ଵାର୍ଥ ପୂରଣ ଲାଗି ଇରାନ୍‌ ଉପରେ ଏପରି ବାଣିଜ୍ୟିକ କଟକଣା ଜାରି କଲା। ସେହି ସମୟରେ ଯୁକ୍ତରାଷ୍ଟ୍ର ଆମେରିକା, ସାଉଦିଆରବର ପ୍ରମୁଖ ତୈଳ ଆମଦାନକାରୀ ରାଷ୍ଟ୍ରଭାବେ ଗଣାଯାଉଥିଲା। ସେହିପରି ସାଉଦି ଆରବ ଆମରିକାଠାରୁ ସର୍ବାଧିକ ଯୁଦ୍ଧାସ୍ତ୍ର ଆମଦାନୀ କରୁଥିଲା। ଏଣୁ ଜୀୟୁ ଗୋଷ୍ଠୀଙ୍କ ଲବିଙ୍କୁ ଏହା ଇରାନ୍‌କୁ ଏକଘରକିଆ କରିବାରେ ସହାୟକ ହେଲା।

ଆମେରିକାର ବାରାକ୍‌ ଓବାମା ସରକାର ୨୦୧୫ ମସିହାରେ ଆଣବିକ କାରବାରକୁ ହତୋତ୍ସାହିତ କରିବା ଲାଗି ଇରାନ୍‌ ସହ ଏକ ଆଣବିକ ଚୁକ୍ତି ସ୍ଵାକ୍ଷର କଲେ ଯାହା ଇରାନ୍‌କୁ ଆଣବିକ ଶକ୍ତି ଉତ୍ପାଦନରେ ହ୍ରାସ ଆଣିବାର ଏକ ବରଦାନ ସଦୃଶ ହୋଇଥିଲା। ଏଥିରେ ସର୍ତ୍ତ ଥିଲା ଯେ, ପ୍ରତିବର୍ଷ ଆନ୍ତର୍ଜାତୀୟ ପ୍ରତିନିଧିଙ୍କ ଦ୍ଵାରା ଇରାନ୍‌ର ଆଣବିକ ଶକ୍ତି ଉତ୍ପାଦନ ପ୍ରକ୍ରିୟା ଯାଞ୍ଚ ହେବ। ଯଦି ସନ୍ତୋଷଜନକ ରିପୋର୍ଟ ଆସିବ ତେବେ ଏହି ଚୁକ୍ତି ଆଗକୁ ବଢ଼ଇ ଚାଲିବ। ଏ ପ୍ରକ୍ରିୟା ପାଖାପାଖି ୧ ବର୍ଷ କାଳ ଚାଲିଲା ଏବଂ ଇରାନ୍‌ର ଆଣବିକ ଶକ୍ତି ଉତ୍ପାଦନ ବିଷୟକୁ ଅନୁଧ୍ୟାନ କରି ଚୁକ୍ତିକୁ ବଢ଼ାଇବା ଲାଗି ସବୁଜ ସଙ୍କେତ ଦେଉଥିଲା। କିନ୍ତୁ ଏହି ସମୟରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ। ସେ ଏହି ଚୁକ୍ତିକୁ ଆଗକୁ ନବଢ଼ାଇ ସେହିଠାରେ ତତ୍‌କ୍ଷଣାତ୍‌ ସମାପ୍ତ କରିବାକୁ ଚାହିଁଲେ। ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ଓବାମାଙ୍କ ଏହି ଚୁକ୍ତିକୁ ‘ମାରାତ୍ମକ’ ଏବଂ ‘ଏଯାଏ ସବୁଠାରୁ ଖରାପ ଚୁକ୍ତି’ ବୋଲି ଅଭିହିତ କରିଥିଲେ। ଏଣୁ ସରକାର ଗଠନ ପରେ ଏହି ଚୁକ୍ତି ଏବଂ ଇରାନ୍‌ ବିରୋଧରେ ନିରନ୍ତର ଅଭିଯାନ ଆରମ୍ଭ ହେଲା। ୟୁରୋପୀୟ ସଂଘ, ଫ୍ରାନ୍ସ, ଜର୍ମାନୀ, ଚୀନ, ଋଷର ବିରୋଧ ସତ୍ବେ ଆମେରିକା ଏହି ଚୁକ୍ତିରୁ ଓହରିଲା। ଓହରିବା ପଛର କାରଣ ଭାବେ କୁହାଗଲା ଯେ, ‘ଯେହେତୁ ଆମେରିକାର ବନ୍ଧୁ ରାଷ୍ଟ୍ର ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀର ନେତାନ୍ୟାହୁଙ୍କର ଏକ ଉପସ୍ଥାପନ ସ୍ପଷ୍ଟ କରୁଛି ଯେ, ଇରାନ୍‌ ଏହି ଚୁକ୍ତିର ସର୍ତ୍ତସବୁ ଖିଲାପ କରିଛନ୍ତି ଏଣୁ। ଆମେରିକା ଚୁକ୍ତିକୁ ରଦ୍ଦ କରିଲା’। ଆମେରିକାର ଏହିପ୍ରକାର ବୟାନ ଏବଂ କାର୍ଯ୍ୟାନୁଷ୍ଠାନକୁ ଦେଖି ଇରାନ୍‌ ତିକ୍ତ ପ୍ରକାଶ କରିବା ସ୍ଵଭାବିକ। ଗୋଟିଏ ପରେ ଗୋଟିଏ ବିବାଦର ସୂତ୍ରପାତ ହେଲା। ଏବେ ଗଲ୍ଫ ଅଞ୍ଚଳକୁ ଇରାନ୍‌ କବଳରୁ ବଞ୍ଚାଇବା ଆଳରେ ଆମେରିକା ଏଠାରେ ପାଖାପାଖି ୧୮ ହଜାର ସୈନ୍ୟ ମୁତୟନ କରିଛି।

ଗଲ୍ଫରେ ଏହିଭଳି ଏକ ପରିସ୍ଥିତି ଭାରତକୁ କିଭଳି ପ୍ରଭାବିତ କରିବ? ଏ ପ୍ରଶ୍ନ ଏବେ ପ୍ରାୟ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଅବଶ୍ୟ ଆମେରିକା ନେତୃତ୍ଵରେ ଆଉ ଏକ ସମ୍ପୂଣ୍ଣ ଯୁଦ୍ଧ ଏବେ ଆଶା କରାଯାଇ ନପାରେ। କାରଣ ଏଯାଏ ଆମେରିକା, ଇରାକ୍‌ ଓ ଆଫଗାନିସ୍ତାନରୁ ସମ୍ପୂଣ୍ଣ ଭାବେ ନିଜର ସୈନ୍ୟବଳ ଫେରାଇ ଆଣିପାରି ନାହିଁ। ଉତ୍ତର କୋରିଆରେ ଚାଲିଥିବା ଆଣବିକ ବିବାଦ ଏଯାଏଁ ଥମି ନାହିଁ ଆଉ ଚୀନ ସହ ଲାଗିଥିବା ବାଣିଜ୍ୟ ବିବାଦର ବି ସମାଧାନ ହୋଇପାରୁ ନାହିଁ। ଏଣୁ ଏମିତି ପରିସ୍ଥିତିରେ ଆମେରିକା ଆଉ ଏକ ନୂଆ ଯୁଦ୍ଧ ପାଇଁ ଦ୍ଵାର ଖୋଲିଲା ଭଳି ଲାଗୁ ନାହିଁ।

ତଥାପି ଯଦି ଯୁଦ୍ଧ ହୁଏ ତବେ ଗଲ୍ଫ ଦେଶମାନଙ୍କରୁ ତେଲ ରପ୍ତାନୀ ଠପ୍‌ ହୋଇଯିବ। ହର୍ମଜ୍‌ ଦେଇ ଆଉ ତେଲ ଟ୍ୟାଙ୍କର ଯାତାୟାତ କରିପାରିବ ନାହିଁ। ଏବେ ଯୁଦ୍ଧ ନହୋ ମଧ୍ୟ ଏସବୁ ଆରମ୍ଭ ହୋଇଗଲାଣି। ଏହାଦ୍ଵାରା ଆମ ଅର୍ଥନୀତିରେ ପ୍ରଭାବ ପଡ଼ିବା ବି ଆରମ୍ଭ ହୋଇଗଲାଣି। ପୁଣି ପରିସ୍ଥିତି ଯଦି ଅଧିକ ଉତ୍କଟ ହୁଏ ତେବେ ଭାରତୀୟ ଅର୍ଥନୀତି ଉପରେ ଏହା ଏକ ଶକ୍ତ ପ୍ରହାର ହେବ। ଗଲ୍ଫରେ କାମ କରୁଥିବା ପ୍ରାୟ ୪୦ ଲକ୍ଷ ଭାରତୀୟଙ୍କ ଚାକିରି ପ୍ରଭାବିତ ହୋଇପାରେ। ଏହା ହେଲେ ଦେଶକୁ ଆସୁଥିବା ବିଦେଶୀ ମୁଦ୍ରା ହ୍ରାସ ପାଇବ। ପୁଣି ଏହି ଶ୍ରମିକ ମାନଙ୍କୁ କାମ ଯୋଗାଇବା ଭାରତ ପାଇଁ ଆଉ ଏକ ସଙ୍କଟ ହେବ। ଅର୍ଥାତ୍‌ ଅର୍ଥନୀତି ଆହୁରି ଦୁର୍ବଳ ହେବ।

ଏଭଳି ଏକ ଅଭାବନୀୟ ସ୍ଥିତିରେ ଆମେ କ’ଣ କରିବା ଉଚିତ ହେବ? ଆମ ପାଖରେ ସୀମିତ ଚୟନ ରହିଛି। ଆମେ କାହାର ପକ୍ଷ ନେବା ଅପେକ୍ଷା ପରସ୍ପର ସହଯୋଗରେ ଏହି ପରିସ୍ଥିତିର କିପରି ସମାଧାନ ହୋଇପାରିବ ଆମେ ସେ ବାବଦରେ ଅଧିକ ଧ୍ୟାନ ଦେବାକୁ ହେବ। ଏ ଦୁଇ ରାଷ୍ଟ୍ରଙ୍କ ସହ ଉତ୍ତମ ସମ୍ପର୍କ ରଖିଥିବା ବିଶ୍ଵର ୮ ଦେଶଙ୍କ ଭିତରେ ଭାରତ ଅନ୍ୟତମ। କିନ୍ତୁ ବୋଧହୁଏ ଏହା ଏକମାତ୍ର ରାଷ୍ଟ୍ର ଯାହା ଅନ୍ୟ ବନ୍ଧୁ ରାଷ୍ଟ୍ରମାନଙ୍କଠାରୁ ଭଲ ସ୍ଥିତିରେ ରହିଛି ଏବଂ ଆମେରିକା-ଇରାନ୍‌ ଭିତରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ହ୍ରାସ କରିବାରେ ପ୍ରମୁଖ ଭୂମିକା ନେଇପାରିବ। ଆମେରିକା ସହ ଆମର କୂଟ ନୀତିକ ସମ୍ପର୍କ ରହିଛି ଆଉ ଇରାନ୍‌ ସହ ଆମର ସଭ୍ୟତାର ସାମଞ୍ଜସ୍ୟ। ଯଦିଓ ଇରାନ୍‌ ଜାଣିଛି ଯେ, ଆଭର ୟୁଏସ୍‌ ସହ ସମ୍ପର୍କ ଉତ୍ତମ ତଥାପି ଇରାନ୍‌ ଆମ ସହ ଭଲ ସମ୍ପର୍କ ରଖିବାକୁ ସବୁବେଳେ ଚାହିଁ ଆସିଛି। ଅପରପକ୍ଷେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଆନ୍ତର୍ଜାତୀୟ ସ୍ତରରେ ମର୍ଯ୍ୟାଦା ବଢ଼ିବାରେ ଲାଗିଛି। ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କୂଟନୀତିଜ୍ଞଙ୍କୁ ଆମେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ପାଇଛୁ। ଏ ଭିତରେ ସେ ବି ଇରାନ୍‌ ଯାଇ ନିକଟରେ ସ୍ଥିତି ପରଖିଛନ୍ତି। ଏଣୁ ଏବେ ଆମର ଅର୍ଥନୀତିକୁ ବଞ୍ଚାଇବା ଲାଗି ଏ ଦୁଇ ରାଷ୍ଟ୍ର ଭିତରେ ମଧ୍ୟସ୍ଥତା ଗ୍ରହଣ କରିବା ଭାରତ ପାଇଁ ଜରୁରୀ ହୋଇପଡ଼ିଛି।

ଏଭଳି ପରିସ୍ଥିତିରେ ଉଭୟ ପକ୍ଷ ଆମ କଥାକୁ ନରଖିଲେ ମଧ୍ୟ ଆମକୁ ନିଶ୍ଚିତ ଭାବେ ଶୁଣିବେ। ଅପରପକ୍ଷେ ଆମେ ଆମ ଦେଶ ପାଇଁ ଆବଶ୍ୟକ ହେଉଥିବା ଅଶୋଧିତ ତୈଳ ଆମଦାନୀ ପାଇଁ ଅନ୍ୟ ବିକଳ୍ପ ବି ଖୋଜିବା ଦରକାର। ଯଦିଓ ଏ କ୍ଷେତ୍ରରେ ଭେନ୍‌ଜୁଏଲା ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ଏକ ପ୍ରମୁଖ ରାଷ୍ଟ୍ର କିନ୍ତୁ ଏହା ଉପରେ ମଧ୍ୟ ଆମେରିକା ଅର୍ଥନୀତିକ ପ୍ରତିବନ୍ଧକ ଲଗାଇଛି। ଏଣୁ ଆମକୁ ନାଇଜେରିଆ, ବ୍ରାଜିଲ୍‌ କିମ୍ବା ଆଙ୍ଗୋଲା କଥା ବିଚାର କରିବାକୁ ହେବ। ଅଧିକନ୍ତୁ ଆମେ ସୌର ଶକ୍ତି ବିନିଯୋଗ ଅଥବା ବିକଳ୍ପ ଶକ୍ତି ଉପରେ ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ ହେବ, ଏହା ହେଲେ ଆମେ ଅର୍ଥନୀତିକ ବିପର୍ଯ୍ୟୟକୁ କବଚ ଦେଇପାରିବା । ମଧ୍ୟପ୍ରାଚ୍ୟ ଉପରେ ନିର୍ଭର କରି ଆମର ଅର୍ଥନୀତି ଭୁଶୁଡ଼ିବ ନାହିଁ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.