ୱାଶିଂଟନ: ଗୁରୁବାରଠୁ ପୁଣି ଆରମ୍ଭ ହୋଇଛି ଆମେରିକା ଓ ଚୀନ ବ୍ୟାପର ବାର୍ତ୍ତା । ଏନେଇ ଉଭୟ ଦେଶର ପ୍ରତିନିଧି ମିଶି ଟ୍ରେଡୱାର ସମାଧାନ ନେଇ ପ୍ରୟାସ କରିଛନ୍ତି । ତେବେ ଏହି ଚର୍ଚ୍ଚାର କିଛି ନିଷ୍କର୍ସ ବାହାରିବ ନା ଏହା ଆହୁରି ଜଟିଳ ହେବେ ସେ ନେଇ ଆଶଙ୍କା ଦେଖାଦେଇଛି।
ଦୀର୍ଘ ବର୍ଷ ଧରି ଆମେରିକା ଚୀନ ମଧ୍ୟରେ ଚାଲିଥିବା ବାଣିଜ୍ୟକ ଯୁଦ୍ଧ ସମଗ୍ର ବିଶ୍ବକୁ ଭାରି ମାତ୍ରାରେ ପ୍ରଭାବିତ କରିଛି । ଏପଟେ ଏହା ଯୋଗୁଁ ଉଭୟ ଦେଶର ଅଭିବୃଦ୍ଧି ମଧ୍ୟ ହ୍ରାସ ପାଇଛି। ଏହାର କୌଣସି ସମାଧାନର ବାଟ ବାହାରୁନି । ଏକ ରିପୋର୍ଟରେ କୁହାଯାଇଛି ଯେ, ଚୀନ ଅଧିକାରୀ ନିଜ ଯାତ୍ରାକୁ ଶୀଘ୍ର ସାରିପାରନ୍ତି । ଅର୍ଥାତ ପୁଣି ଥରେ ଉଭୟ ଦେଶ ବାର୍ତ୍ତାଳାପରେ ତାଳମେଳ ରହିନପାରେ ବୋଲି ଆଗୁଆ ସଙ୍କେତ ମିଳିଛି।
ଅନ୍ୟପଟେ ଚୀନ ବୈଦେଶିକ ମନ୍ତ୍ରାଣଳୟର ପ୍ରବକ୍ତା ଗେଙ୍ଗ ଶୁଆଙ୍ଗ କହିଛନ୍ତି ଯେ, ଆମେରିକାର ବ୍ୟବହାର ସମ୍ମାନୀୟ ଓ ନୈତିକ ନୁହେଁ। ଏହା ପୂର୍ବରୁ ଚଳିତ ସପ୍ତାହରେ ଆମେରିକା ପକ୍ଷରୁ ଚୀନର ବହୁ ବରିଷ୍ଠ ଅଧିକାରୀଙ୍କ ଉପରେ ଭିସା ଅଙ୍କୁଶ ଲଗାଯିବା ସହ ସେଠାକାରା ଅନେକ କମ୍ପାନୀକୁ କଳା ତାଲିକାଭୁକ୍ତ କରାଯାଇଥିଲା ।