ETV Bharat / business

ଆମେରିକା-ଚୀନ ଭିତରେ ସମ୍ପର୍କର ସେତୁ

author img

By

Published : Jan 21, 2020, 4:37 PM IST

ତୁଟୁଛି ବିଶ୍ବ ବିବାଦ । ସମାଧାନ ହେଉଛି ଦୁନିଆର 2 ମହାଶକ୍ତି ଭିତରେ ରହିଥିବା ମତଭେଦ । ଗଢିଉଠୁଛି ସମ୍ପର୍କର ସେତୁ । ଏଥିସହ ସୁଦୃଢ ହେଉଛି ଆମେରିକା ଓ ଚୀନ ଭଳି ରାଷ୍ଟ୍ରର ମେରୁଦଣ୍ଡ ।

US and China bridge relations
ଆମେରିକା-ଚୀନ ଭିତରେ ସମ୍ପର୍କର ସେତୁ

ହାଇଦ୍ରାବାଦ: ଗତବର୍ଷ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ପ୍ରତି ଅଧିକ କଠୋର ଆଭିମୁଖ୍ୟ ପ୍ରକାଶକରି ଘୋଷଣା କଲେ ଯେ, ‘ଚୀନ୍ ଏବେ ନୂଆ ବାଣିଜ୍ୟ ଚୁକ୍ତି ପାଇଁ ପ୍ରସ୍ତୁତ ହେଉ। ଯଦି ସେ ଆଉ ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ କ୍ଷମତାକୁ ଆସନ୍ତି ତେବେ ଏହି ନିଷ୍ପତ୍ତି ଆହୁରି କଠୋର ହେବ,ସେଥିଲାଗି ବି ପ୍ରସ୍ତୁତ ରହୁ’। ମେ’ ୨୦୧୯ରେ ବେଜିଂ ପ୍ରତି ଆମେରିକାର ଏହି ଚରମ ବାଣୀ, ବିଶ୍ଵର ଦୁଇ ପ୍ରମୁଖ ଅର୍ଥନୈତିକ ଶକ୍ତି ଭିତରେ ଏପରି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କଲା ଯେ, ତାହା ବିଶ୍ଵ ବଜାରକୁ ମାନ୍ଦାବସ୍ଥା ଆଡ଼କୁ ଠେଲିଦେଲା। ବିଶ୍ଵ ଅର୍ଥନୀତିରେ ଏପରି ମାନ୍ଦାବସ୍ଥା ଦେଖି ଉଭୟ କ୍ଷମତାକେନ୍ଦ୍ର, ପରସ୍ପର ଭିତରେ ବୁଝାମଣା ଆବଶ୍ୟକ ବୋଲି ଅନୁଭବ କଲେ। ଏହାଦ୍ଵାରା ବିଶ୍ଵ ବଜାରକୁ ସ୍ଵାଭାବିକ କରିବାକୁ ଏବେ ଆଗେଇ ଆସିଛନ୍ତି । ଆମ ଦେଶରେ ଏପଟେ ମକର ସଂକ୍ରାନ୍ତି ପାଳନ ହେଉଥିବାବେଳେ ଏକ ଗୁରୁତ୍ଵପୂର୍ଣ୍ଣ ଚୁକ୍ତି ସ୍ଵାକ୍ଷରିତ ହୋଇଛି, ଯାହାଦ୍ଵାରା ବିଶ୍ଵରେ ସୃଷ୍ଟି ହେବାକୁ ଯାଉଥିବା ଆଉ ଏକ ଅର୍ଥନୈତିକ ଯୁଦ୍ଧ ଏକ ପ୍ରକାର ଥମିବାକୁ ଆସିଛି।

ଏହି ୮୬ ପୃଷ୍ଠାର ଚୁକ୍ତିପତ୍ରରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଚୀନର ଉପ ପ୍ରଧାନମନ୍ତ୍ରୀ ଲି ସ୍ଵାକ୍ଷର କରିଛନ୍ତି। ଏଥିରେ ଚୀନ୍‌ ଆସନ୍ତା ଦୁଇ ବର୍ଷ ଭିତରେ ଆମେରିକା ଠାରୁ ଅତିରିକ୍ତ ୨୦ ହଜାର ବିଲିୟନ୍‌ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ କିଣିବା ପାଇଁ ରାଜି ହୋଇଛି। ଏହାଦ୍ଵାରା ଚୀନ ୨୦୧୮ ମସିହାରେ ଲଗାଇଥିବା କଟକଣା ହେତୁ ଆମେରିକା ସହିଥିବା ବାଣିଜ୍ୟ କ୍ଷତିରେ ୪୨ ହଜାର ବିଲିୟନ ଡଲାର ହ୍ରାସ କରିପାରିବ ବୋଲି ଆଶା କରାଯାଇଛି। ଯୁକ୍ତରାଷ୍ଟ୍ର ମଧ୍ୟ ନିଜ ତରଫରୁ ଚୀନରୁ ଆମଦାନୀ ହେଉଥିବା ଉତ୍ପାଦ ଉପରେ ଘୋଷଣା କରାଯାଇଥିବା ଅତିରିକ୍ତ ଟିକସକୁ ଛାଡ଼ କରିବ ବୋଲି ରାଜି ହୋଇଛି। ଏହାସହ ୧୨ ହଜାର ବିଲିୟନ୍‌ ଆମେରିକୀୟ ଡଲାର ଚୀନ ସାମଗ୍ରୀ ଆମଦାନୀ ଉପରେ ୫୦ ପ୍ରତିଶତ ଅତିରିକ୍ତ କର ଛାଡ଼ ପାଇଁ ମଧ୍ୟ ରାଜି ହୋଇଛି। ଶୁଣାଯାଉଛି ଯେ, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପରେ ଏହି ବାଣିଜ୍ୟିକ ଚୁକ୍ତିରେ ଅନ୍ୟ ଗୁରୁତ୍ଵପୂର୍ଣ୍ଣ ଦିଗଗୁଡ଼ିକ ଆଲୋଚନା ହେବ। ଏହି ଚୁକ୍ତି ପଛର ରହସ୍ୟକୁ ଆଲୋଚନା କଲେ ଜଣାଯାଏ ଯେ, ଉଭୟ ପକ୍ଷଙ୍କ ଉପରେ ଥିବା ରାଜନୀତିକ ଓ ବାଣିଜ୍ୟିକ
ବାଧ୍ୟ ବାଧକତା ହିଁ ଦୁଇ ପ୍ରମୁଖ ଶକ୍ତିଙ୍କୁ ଗୋଟିଏ ବୁଝାମଣାରେ ହାଜର କରିବାରେ ସମର୍ଥ ହୋଇପାରିଛି।

ଏହି ବୁଝାମଣା ଦ୍ଵାରା ବିଶ୍ଵର ବିକାଶଶୀଳ ଅର୍ଥନୀତି ଅନେକ ପରିମାଣରେ ହାଲୁକା ଅନୁଭବ କରୁଛି। ସୋଭିଏତ୍‌ ୟୁନିୟନ୍‌ ସହ ଶୀତଳଯୁଦ୍ଧ ସମୟରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ନୀତିକୁ ଅମଲାତନ୍ତ୍ରୀମାନେ ଏପରି ନିର୍ମାଣ କରିଥିଲେ ଯେ, ତାହା ଆମେରିକାକୁ ଏକ ‘ଅପରାଜେୟ’ ଶକ୍ତି ଭାବେ ଗଢ଼ି ତୋଳିବାର ପ୍ରୟାସ କରିଥିଲା।

ଏହା ୧୯୯୨ ମସିହା କଥା। ଏଥିରେ ଚୀନ୍‌ର ବିଶାଳ ବଜାର ତଥା ଅର୍ଥନୀତିକ ସଂସ୍କାର ଆଭିମୁଖ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ୧୯୭୮ ମସିହାରେ ଚୀନ ଅର୍ଥନୈତିକ ସଂସ୍କାର ନୀତି ଆପଣାଇଥିଲା। ଏହି ନୀତିର ସାହାଯ୍ୟ ନେଇ ଆମେରିକୀୟ ନେତା ତଥା ଏହାର କମ୍ପାନୀମାନଙ୍କ ବିଶ୍ଵ ଅର୍ଥନୀତିକୁ ଜୟ କରିବା ଲକ୍ଷ୍ୟରେ ଚୀନ୍‌ରେ ନିର୍ମାଣ ଶିଳ୍ପ ଲାଗି ନିବେଶ କରିଲେ। ଧୀରେ ଧୀରେ ଚୀନ୍‌ ବିଶ୍ଵର ଏକ ପ୍ରମୁଖ ନିର୍ମାଣ ଉତ୍ସ ଭାବେ ମୁଣ୍ଡ ଟେକିଲା। ୧୯୯୦ ମସିହାରେ ଯେଉଁ ଚୀନ୍‌ ବିଶ୍ଵ ଚାହିଦାର ମାତ୍ର ତିନି ପ୍ରତିଶତ ଉତ୍ପାଦନ କରୁଥିଲା ଏବେ ତାହା ଏକ ତୃତୀୟାଂଶରେ ପହଞ୍ଚିପାରିଛି। ୧୯୮୫ ବେଳକୁ ଆମେରିକା ସହ କାରବାରେ ଚୀନ୍‌ ବର୍ଷକୁ ହାରାହାରି ୬୦୦ ମିଲିୟନ୍‌ ଆମେରିକୀୟ ଡଲାର ଟ୍ରେଡ୍‌ ସର୍ପଲସ୍‌ ଅର୍ଜନ କରୁଥିବା ବେଳେ ୨୦୧୮ ବେଳକୁ ତାହା ୪୨୦ ବିଲିୟନ୍‌ ଆମେରିକୀୟ ଡଲାରରେ ପହଞ୍ଚିଥିଲା। ଏହାକୁ ଟ୍ରମ୍ପ ସହ୍ୟ କରିପାରି ନଥିଲେ। ସେ ଏହାକୁ ବିଶ୍ଵ ଇତିହାସରେ ଏକ ଅପ୍ରତ୍ୟାଶିତ ଲିଟ୍‌ ବୋଲି ଆଖ୍ୟା ଦେଇଥିଲେ। ଆଉ ଏହାଦ୍ଵାରା ବାଣିଜ୍ୟିକ କ୍ଷେତ୍ର ଭାରସାମ୍ୟ ହରାଉଥିବା ବି କହିଥିଲେ। ଏଣୁ ଏଥିରେ ସମାଧାନ ଆଣିବାକୁ ଯାଇ ୧୦୦ ଦିନିଆ ଆକ୍ସନ୍‌ ପ୍ଲାନ୍‌ ଘୋଷଣା କରିଥିଲେ। ଏହିକ୍ରମରେ ଆମେରିକା ଚୀନର ଆମଦାନୀରେ ଅଧିକ ଟିକସ ଲାଗୁ କରିଥିଲେ। କିନ୍ତୁ ଏଥିରେ କିଛି ସୁଫଳ ମିଳିଲା ନାହିଁ । ପୁଣି ଆମେରିକାର ଏହି ପ୍ରକାର କାର୍ଯ୍ୟକ୍ରମକୁ ଉତ୍ତର ଦେବା ଲାଗି ଚୀନ୍‌ ବି ଆମେରିକୀୟ ଆମଦାନୀ ଉପରେ ଅଧିକ ଟିକସ ଘୋଷଣା କରିଥିଲେ।

ଏହାଦ୍ଵାରା ଆମେରିକୀୟ କୃଷି ଉତ୍ପାଦନ କ୍ଷେତ୍ର ପ୍ରଭାବିତ ହୋଇଥିଲା। ଫଳରେ ଚାଷୀ ଆତ୍ମହତ୍ୟା ବଢ଼ିବାରେ ଲାଗିଲା। ଏକ ନିର୍ବାଚନ ବର୍ଷରେ ଏପରି ରାଜନୀତିକ ସଙ୍କଟ ସାଙ୍ଗକୁ ବିରୋଧୀ ଦଳର ମହାଭିଯୋଗ, ତାଙ୍କୁ ବାଧ୍ୟ ହୋଇ କିଛି ତୁରନ୍ତ ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି। ଅପରପକ୍ଷେ ତାଇୱାନ୍‌, ହଂକଂ, ଏବଂ ଦକ୍ଷିଣ ଚୀନ୍‌ରେ ରାଜନୀତିକ ସଙ୍କଟ ଭୋଗ କରୁଥିବା ଚୀନ ପାଇଁ ଏହି ପ୍ରସଙ୍ଗକୁ ପରସ୍ପର ସହଯୋଗ ମାଧ୍ୟମରେ ସମାଧାନ କରିବାଛଡ଼ା ଅନ୍ୟ କୌଣସି ରାସ୍ତା ରହିଲା ନାହିଁ।

ବିଶ୍ଵସ୍ତରରେ ବାଣିଜ୍ୟ କାରବାର ଉପରେ ଏକଚାଟିଆ ପ୍ରଭାବ ବିସ୍ତାରକୁ କ୍ଷୁର୍ଣ୍ଣ କରିବା ଲକ୍ଷ୍ୟରେ ବିଶ୍ଵ ବାଣିଜ୍ୟ ସଂଗଠନ ନିର୍ମାଣ କରାଯାଇଥିଲା। ବିକାଶଶୀଳ ଦେଶଗୁଡ଼ିକୁ ବାଣିଜ୍ୟ ଓ ବ୍ୟବସାୟରେ ଅଗ୍ରଗତି କରାଇବା ଲକ୍ଷ୍ୟରେ ମୁକ୍ତ ବାଣିଜ୍ୟ ନୀତିକୁ ଆପଣା ଯାଇଥିଲା। ଏହି ସଂଗଠନ ଏ ବର୍ଷ ରୌପ୍ୟ ଜୟନ୍ତୀ ପାଳନ କରିବାକୁ ଯାଉଛି। କିନ୍ତୁ ପ୍ରଶ୍ନ ଉଠୁଛି ସତରେ କ’ଣ ଏଥିରୁ ବିକାଶ ଶୀଳ ଦେଶଗୁଡ଼ିକ ଫାଇଦା ପାଇଛନ୍ତି? ଯେଉଁଠି ବଡ଼ ଦେଶଗୁଡ଼ିକ ନିଜର ଫାଇଦାକୁ ସୁରକ୍ଷିତ କରିବା ଲାଗି ଏହି ମୁକ୍ତ ବାଣିଜ୍ୟ ନୀତିକୁ ନିଜ ଇଙ୍ଗିତରେ ମୋଡ଼ୁଛନ୍ତି, ତାହାକୁ ଦେଖିଲେ ବିଶ୍ଵ ବାଣିଜ୍ୟ ସଂଗଠନର ଉପସ୍ଥିତି ଏ ଭିତରକୁ ଚାଲି ଆସୁଛି। ଆମେରିକାର ପଛ ଦ୍ଵାର କାରବାର ଦ୍ଵାରା ଚୀନ୍‌- ଆମେରିକା ଏବଂ ଆମେରିକା-ଇରୋପୀୟ ସଂଘ ରାଷ୍ଟ୍ରଗୁଡ଼ିକ ଭିତରେ ବାଣିଜ୍ୟିକ ଯୁଦ୍ଧକୁ ପ୍ରଶ୍ରୟ ଦେଉଛି। ଯେଉଁଥିରେ ୧୦ ବିଲିୟନ୍‌ ଡଲାର ବାଣିଜ୍ୟ କାରବାର ବାଧା ପାଉଛି। ଟ୍ରମ୍ପ ସରକାର ଭାରତ ସହ ବାଣିଜ୍ୟ କାରବାରରେ ମଧ୍ୟ ସମସ୍ୟା ସୃଷ୍ଟି କରିବାକୁ ଚାହିଁଥିଲେ। କିନ୍ତୁ ସଦସ୍ୟ ରିପୋର୍ଟରୁ ଯାହା ଜଣାପଡ଼ୁଛି, ଏହି ସମସ୍ୟା ଉଭୟଙ୍କ ଭିତରେ ବୁଝାମଣା ଦ୍ଵାରା ସମାଧାନ ହେବାକୁ ଯାଉଛି। ସାତମାସ ପୂର୍ବେ ୟୁରୋପୀୟ ସଙ୍ଘ ଭାରତ ସରକାରଙ୍କୁ ଏହାର ଚାଷୀଙ୍କ ରୋଜଗାର ଦ୍ଵିଗୁଣିତ କରିବା ଏବଂ ଏହି ଯୋଜନାରେ ୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ପାଇଁ ହୋଇଥିବା ବଜେଟ୍‌ର ସ୍ଥିତି କ’ଣ ବୋଲି ପଚାରିଛନ୍ତି। ଅନ୍ୟପକ୍ଷରେ ଆମେରିକା ଭାରତକୁ ଏହା ପଚାରିଛି ଯେ, କାହିଁକି ଭାରତୀୟ ଚାଷୀଙ୍କ ଉତ୍ପାଦ କିଣିବା ଲାଗି ଲାଗୁଥିବା ସର୍ବନିମ୍ନ ସହାୟକ ମୂଲ୍ୟକୁ ବଢ଼ାଯାଇଛି? ପୁଣି କାହିଁକି ଗହମ ରେକର୍ଡ଼ ପରିମାଣରେ ସଂଗ୍ରହ କରାଯାଉଛି? ଏହି ପ୍ରକାର ପ୍ରଶ୍ନ ଏହା ପ୍ରମାଣିତ କରୁଛି ଯେ, ବିଶ୍ଵର ପ୍ରମୁଖ ଶକ୍ତିମାନେ ଏବେ ନିଜର ନ୍ୟସ୍ତ ସ୍ଵାର୍ଥ ହାସଲକୁ ଅଧିକ ଧ୍ୟାନ ଦେଉଛନ୍ତି। ଫଳରେ ବାଣିଜ୍ୟିକ ଯୁଦ୍ଧ ଆରମ୍ଭ ହେଉଛି।

ସେମାନେ ଆମ ଚାଷୀଙ୍କୁ ତଥା ନାଗରିକଙ୍କୁ ଦିଆଯାଉଥିବା ବୈଧାନିକ ରିହାତି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ଏପରିକି ସେମାନେ ଭାରତ ଆଉ ଏକ ବିକାଶ ଶୀଳ ଦେଶ ହୋଇ ରହି ନାହିଁ ବୋଲି ମଧ୍ୟ ଯୁକ୍ତି ଦର୍ଶାଉଛନ୍ତି। ଏଭଳି ସ୍ଥିତିରେ ବିଶ୍ଵ ଅର୍ଥନୀତିକରେ ସମନ୍ବୟ ରକ୍ଷା ତଥା ସନ୍ତୁଳିତ ବିକାଶ କିପରି ସମ୍ଭବ ହେବ? ଯଦି ଏଭଳି ଅହଙ୍କାର ଏବଂ ପ୍ରଭାବ ବିସ୍ତାର ଲକ୍ଷ୍ୟରୁ ବିଶ୍ଵର ପ୍ରମୁଖ ଶକ୍ତିମାନେ ଶାନ୍ତ ହେବେ ତେବେ ଯାଇ ଆମେ ଏହି ଲକ୍ଷ୍ୟରେ ପହଞ୍ଚିପାରିବା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.